Bhai Dooj 2026: ଭାଇ ଦୂଜରେ ତିଳକ ଲଗାଇବା ବେଳେ ଭାଇଙ୍କ ମୁଣ୍ଡରେ କାହିଁକି ରଖାଯାଏ ହାତ କିମ୍ବା କପଡ଼ା?

1 hour ago 1
ARTICLE AD BOX

ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ଶ୍ରଦ୍ଧା ଓ ଅତୁଟ ସମ୍ପର୍କର ପ୍ରତୀକ ହେଉଛି ଭାଇ ଦୂଜ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ କପାଳରେ ତିଳକ ଲଗାଇ ତାଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଓ ସମୃଦ୍ଧି କାମନା କରିଥାନ୍ତି। ଏହି ପରମ୍ପରାକୁ ଶୁଭ ଓ ମଙ୍ଗଳର ପ୍ରତୀକ ଭାବେ ଗ୍ରହଣ କରାଯାଏ। ତେବେ ତିଳକ ଲଗାଇବା ସମୟରେ ଭାଇଙ୍କ ମୁଣ୍ଡ ଉପରେ ହାତ କିମ୍ବା କପଡ଼ା ରଖିବାର ପରମ୍ପରା ପଛରେ ମଧ୍ୟ ଏକ ଧାର୍ମିକ ମାନ୍ୟତା ରହିଛି।

ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ, କପାଳର ଦୁଇ ଭ୍ରୂଲତା ମଧ୍ୟଭାଗରେ ତିଳକ ଲଗାଇବାର ବିଶେଷ ମହତ୍ତ୍ୱ ରହିଛି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ସ୍ଥାନକୁ ଆଜ୍ଞା ଚକ୍ର ବୋଲି କୁହାଯାଏ। ଏହା ଏକାଗ୍ରତା, ଚେତନା ଓ ଆତ୍ମଜାଗରଣର ପ୍ରତୀକ। ଧାର୍ମିକ ବିଶ୍ୱାସ ଅନୁସାରେ, ତିଳକ ଲଗାଇବା ସମୟରେ ମୁଣ୍ଡ ଉପରେ ହାତ କିମ୍ବା କପଡ଼ା ରଖିବା ଦ୍ୱାରା ସକାରାତ୍ମକ ଶକ୍ତିର ସନ୍ତୁଳନ ରହିଥାଏ। ଏହା ଭାଇଙ୍କ ସୁରକ୍ଷା ଓ ମଙ୍ଗଳ କାମନା ସହ ମଧ୍ୟ ଜଡ଼ିତ ବୋଲି ମାନ୍ୟତା ରହିଛି।

କେଉଁ ଆଙ୍ଗୁଠିରେ ଲଗାଯାଏ ତିଳକ?
ଭାଇ ଦୂଜରେ ଭଉଣୀମାନେ ନିଜ ଭାଇଙ୍କ କପାଳରେ ବୁଢ଼ା ଆଙ୍ଗୁଠିରେ ତିଳକ ଲଗାଇବାର ପରମ୍ପରା ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଏହା ଭାଇଙ୍କ ସଫଳତା, ସମ୍ମାନ ଓ ବିଜୟର କାମନା କରିଥାଏ। ପ୍ରାଚୀନ କାଳରେ ଯୁଦ୍ଧକୁ ଯିବା ପୂର୍ବରୁ ରାଜା ଓ ଯୋଦ୍ଧାମାନଙ୍କୁ ବିଜୟ ତିଳକ ଲଗାଇବାର ପରମ୍ପରା ମଧ୍ୟ ରହିଥିଲା। ଏହାକୁ ଶୁଭ ସଂକଳ୍ପ ଓ ବିଜୟର ପ୍ରତୀକ ଭାବେ ଗ୍ରହଣ କରାଯାଉଥିଲା।

ଭାଇ ଦୂଜର ଶୁଭ ମୁହୂର୍ତ୍ତ
ଚଳିତ ବର୍ଷ ନଭେମ୍ବର ୧୧, ବୁଧବାର ଦିନ ଭାଇ ଦୂଜ ପାଳନ କରାଯାଉଛି। ଦ୍ୱିତୀୟା ତିଥି ନଭେମ୍ବର ୧୦ ତାରିଖ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ନଭେମ୍ବର ୧୧ ତାରିଖ ଅପରାହ୍ଣ ୩ଟା ୫୩ ମିନିଟ୍ ରେ ଶେଷ ହେବ। ତିଳକ ଲଗାଇବା ପାଇଁ ପ୍ରଥମ ଶୁଭ ସମୟ ସକାଳ ୬ଟା ୪୦ ମିନିଟ୍ରୁ ୧୧ଟା ୩୮ ମିନିଟ୍ ପର୍ଯ୍ୟନ୍ତ ରହିଛି। ଏହା ସର୍ବାର୍ଥ ସିଦ୍ଧି ଯୋଗର ଶୁଭ ଅବଧି ବୋଲି କୁହାଯାଉଛି। ସେହିପରି ଦ୍ୱିତୀୟ ଶୁଭ ସମୟ ଅପରାହ୍ଣ ୧ଟା ୧୦ ମିନିଟ୍ରୁ ୩ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହିଛି।

Bada Mahasnan Ritual ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି: ଦେଢ଼ ଘଣ୍ଟା ବନ୍ଦ ହେଲା ସାଧାରଣ ଦର୍ଶନ

ଭାଇ ଦୂଜ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଭାଇଭଉଣୀଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥପର ଭଲପାଇବା ଓ ପରସ୍ପର ପ୍ରତି ଥିବା ଦାୟିତ୍ୱବୋଧର ଏକ ସୁନ୍ଦର ଉଦାହରଣ। ତିଳକ ଓ ଆଶୀର୍ବାଦ ମାଧ୍ୟମରେ ଭଉଣୀମାନେ ଭାଇଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଥିବାବେଳେ ଏହି ପର୍ବ ପାରିବାରିକ ସମ୍ପର୍କକୁ ଆହୁରି ମଜଭୁତ କରିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.