Bhadrak Youth Congress ଭଦ୍ରକ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ: ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଆନ୍ଦୋଳନ ଚେତାବନୀ

5 days ago 4
ARTICLE AD BOX

ଭଦ୍ରକ (ହରିହର ନାୟକ): ଆଜି (ବୁଧବାର) ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଓ ଭଦ୍ରକ ବିଶ୍ୱବିଦ୍ୟାଳୟ ଓ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା, ବୟନ ଶିଳ୍ପ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ରାଜନୈତିକ କାର୍ଯ୍ୟକଳାପ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Bhadrak politics: କଡ଼ ଲେଉଟାଉଛି ଭଦ୍ରକ ରାଜନୀତି: ଚର୍ଚ୍ଚାରେ ୪ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିଜେଡି ତ୍ୟାଗ, ପୂର୍ବଭଳି ସଂଘର୍ଷ କରୁଛି କଂଗ୍ରେସ

ଭଦ୍ରକର ବିଭିନ୍ନ ପ୍ରସଙ୍ଗ ନେଇ ଆଗାମୀ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭଦ୍ରକ ଜିଲ୍ଲା ଗ୍ରସ୍ତ ସମୟରେ ଯୁବ କଂଗ୍ରେସ ତରଫରୁ  ଘୋର ବିରୋଧ କରାଯିବ । ଏହି ସବୁ ପ୍ରମୁଖ ପ୍ରସଙ୍ଗ ରେ ଅନ୍ୟ ସରକାର ନୀରବ ରହିଲେ  ଯୁବ କଂଗ୍ରେସ ତରଫରୁ ଭଦ୍ରକ ବନ୍ଦ ଡାକରା ଦିଆଯିବ ବୋଲି ଜିଲା ସଭାପତି ବଳରାମ ରାଉତ ଚେତାବନୀ ଦେଇଛନ୍ତି।

ହେଭିୱେଟ୍‌ ନେତାଙ୍କ ଯୁଗ ଶେଷ: ଯୁବ ନେତୃତ୍ବଙ୍କ ହାତକୁ ଭଦ୍ରକ ରାଜନୀତି

 ଏହି ବୈଠକରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀରାଉତଙ୍କ ସଭାପତିତ୍ୱ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ମୁଖ୍ୟଅତିଥି, ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ  ରିୟାନା ରାଜୁ, ବରେଣ୍ୟ ଅତିଥି ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସମ୍ମାନିତ  ଅତିଥିଭାବେ ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା,  ଯୁବ ନେତା ପ୍ରଦ୍ୟୁମ୍ନ ଦାସ, ରାଜେନ୍ଦ୍ର ପଣ୍ଡା, ପୀତବାସ ଧଳ, ଶର୍ମିଷ୍ଠା ପଣ୍ଡା, ଅବଦୁଲ ମୋକିତ ଖାଁ, ଯୁବ ନେତା ହରିହର ମଣ୍ଡଳ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। 

ଭଦ୍ରକ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଆୟୋଜିତ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବିଦ୍ୟାଧର ଜେନା,ବିଜୟ ବାରିକ,ରଞ୍ଜନ ଜେନା, ମନୋଜ ମଲ୍ଲିକ, ଗୟାଧର ସେଠୀ,କାଉନସିଲର ସାହିଲ କାଦ୍ରି,ଗୋଲାମ ମଇଉଦିନ,ଏନ୍‌ମୁଲ ହକ ଭଦ୍ରକ  ଯୁବକଂଗ୍ରେସ ନେତା ସୂର୍ଯ୍ୟପ୍ରକାଶ ମହାନ୍ତି, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ନେତା ଇଲିଆସ ଅଲ୍ଲୀ ଖାଁ, ରିଆଜ୍ ଖାଁ, ନଫିଜ୍ ଖାଁ, ବାସୁଦେବପୁର  ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଦାସ ଓ ସୁଶାନ୍ତ ମହାକୁଡ଼, ଧାମନଗର ନିର୍ବାଚନୀ ମଣ୍ଡଳୀ ଯୁବକଂଗ୍ରେସ ନେତା ଆଲୋକ ସ୍ୱାଇଁ , ଚନ୍ଦ୍ରକାନ୍ତ ବାରିକ୍‌, ବନ୍ତ ବ୍ଲକ ଯୁବକଂଗ୍ରେସ ସନ୍ଦୀପ ଜେନା, ନିରଞ୍ଜନ ନାୟକ, ସମ୍ବିଦ୍ ଦାସ, ଚାନ୍ଦବାଲି   ଯୁବ କଂଗ୍ରେସ ନେତା ପୃଥିରାଜ ନାୟକ, ଭଣ୍ଡାରୀ ପୋଖରୀ ବିଧାନସଭା  ଯୁବ କଂଗ୍ରେସ ସଭାପତି ସାୟଦ ସିଦ୍ଧିକ୍  ବାସୁଦେବ ପୁର ନଗର ସଭାପତି ସୁଶାନ୍ତ ମହାକୁଡ଼ଙ୍କ ସମେତ ୫ ଗୋଟି ବିଧାନସଭା ଓ ୭ଗୋଟି  ବ୍ଲକ , ଭଦ୍ରକ ମ୍ୟୁନିସ୍‌ପାଲିଟ୍‌, ବାସୁଦେବପୁର ମ୍ୟୁନିସ୍‌ପାଲିଟ୍ ହଜାର ରୁ ଊର୍ଦ୍ଧ୍ବ ଯୁବ କଂଗ୍ରେସର କର୍ମୀ ମାନେ ଯୋଗ ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.