Bhadrak Flood Alert ଭଦ୍ରକରେ ଚତୁର୍ଥ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଉପରେ ସାଳନ୍ଦୀ ଓ ବୈତରଣୀ, ଅନେକ ପଞ୍ଚାୟତ ଜଳମଗ୍ନ

56 minutes ago 1
ARTICLE AD BOX

ଭଦ୍ରକ(ହରିହର ନାୟକ): ଭଦ୍ରକ  ଜିଲ୍ଲାର ଗତ ୨୪ ଘଣ୍ଟା ଧରି ଅନବରତ ବର୍ଷା ଓ ଗତ  ତିନି ଦିନ ହେଲା  ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ସାଳନ୍ଦୀ   ନଦୀର  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତିନି ତିନିଟି ବନ୍ୟା ଯିବା ପରେ ଏହାକୁ ସାଳନ୍ଦୀର ଚତୁର୍ଥ ବନ୍ୟା କୁହାଯାଉଛି। 

bhadrak flood1

ହଦଗଡ଼ ଡ୍ୟାମରୁ ଉଦ୍‌ବୃତ୍ତ ଜଳ ପ୍ରବାହିତ ନଦୀର ନିମ୍ନ ସ୍ରୋତକୁ ପ୍ରବାହିତ ହେଉଛି।  ରାଜଘାଟ ଠାରେ  ସାଳନ୍ଦୀ ନଦୀରେ  ବନ୍ୟା ଜଳ   ୧୭  ଫୁଟ ଉପରେ  ପ୍ରବାହିତ ହେଉଛି। ସାଳନ୍ଦୀ ବନ୍ୟା ଯୋଗୁଁ  ଜିଲ୍ଲାର  ଭଦ୍ରକ ବ୍ଲକର ୧୦ ପଞ୍ଚାୟତ ଜଳମଗ୍ନ ହୋଇଛି। ତିହିଡ଼ି ବ୍ଲକ୍‌ର ୧୧ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୭ ପଞ୍ଚାୟତ ଜଳମଗ୍ନ  ହୋଉଛି। 

Bhadrak: ଭଦ୍ରକ: କମୁନି ତଳିଆ ଅଞ୍ଚଳର ଦୁର୍ଦ୍ଦଶା: ୧,୦୭,୭୭୩ ଜଣ ସ୍ଥାନାନ୍ତର

ସାଳନ୍ଦୀର ବନ୍ୟା ଜଳ  ହଜାର ହାଜର  ଏକର ଚାଷ ଜମିରେ ମାଡ଼ି ଯାଇଛି।  ବନ୍ୟା ପାଣି  ବିଲନା, ଲଞ୍ଜା , ବାରୁଅ, ବୋଡକ, ତଲଗୋପ ବିନ୍ଧା  ଆଦି ଅଞ୍ଚଳରେ ଲୋକଙ୍କ ଘର ଆଗରେ ଲହଡ଼ି ଭଙ୍ଗୁଛି। ଆରଡି ଅଞ୍ଚଳ ପୁଣି ହୋଉଛି ଜଳମୟ । 

Flood in Odisha: ‘ଭଦ୍ରକ ବନ୍ୟାରେ ପ୍ରାୟ ୨,୯୯,୭୮୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି’

ସେହିପରି ବୈତରଣୀ ନଦୀରେ  ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ୧୮ ୪୪  ମିଟର ଉପରେ ଜଳ ପ୍ରବାହିତ ହେଉଛି ।  ରାତି ବେଳକୁ  ଏହାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।  ବୈତରଣୀ ବନ୍ୟା ଜଳ ଓ ବର୍ଷା ଜଳରେ ଭଣ୍ଡାରିପୋଖରୀ ବ୍ଲକର ୧୫ ପଞ୍ଚାୟତ , ଧାମନଗର ବ୍ଲକର ୩୦ ପଞ୍ଚାୟତ, ତିହିଡି ବ୍ଲକର ୧୧ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତ  ଜମି  ବାଡ଼ି ଓ ଲୋକଙ୍କ ଘରଦ୍ୱାର , ରାସ୍ତା ଘାଟ ସବୁ ବୁଡ଼ି ଯାଇ। ଯାହା ବନ୍ୟା ଜଳ କମି ଥିଲା। ଗତକାଲି (ସୋମବାର) ଠାରୁ  ବୈତରଣୀ    ତଳିଆ ଅଞ୍ଚଳରେ ରାସ୍ତା ଘାଟ ବୁଡି ଯାଇଛି।  ନଦୀ କୂଳିଆ ଲୋକମାନେ ବନ୍ୟା ଛାଡିବା ପରେ ଘରକୁ ଫେରୁଥିଲେ । ପୁଣି ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଲୋକମାନେ ଘର ଚାଡି ପୁଣି  ଆଶ୍ରୟ ସ୍ଥଳ, ଓ ବନ୍ଧ ଉପରକୁ ପଲାଇ ଆସୁଛନ୍ତି 
ଗତ ଜୁଲାଇ ମାସ ୨୫ ତାରିଖ ଠାରୁ ବର୍ଷା ଲାଗି ରହିଛି। ଜୁଲାଇ ୨୮ ତାରିଖରେ ସାଳନ୍ଦୀ ଓ ବୈତରଣୀ ନଦୀରେ  ଚଳିତ ବର୍ଷର  ପ୍ରଥମ ବନ୍ୟା ଜଳ ଆସି ଥିଲା  ଆଜିର ପୁଣି ବନ୍ୟା ଜଳ ଭଦ୍ରକ ଜିଲ୍ଲାକୁ ବୁଡ଼ାଇ ଦେଉଥିବା ବେକେ ଏହା ଚତୁର୍ଥ ବନ୍ୟା 

Read Entire Article
LEFT SIDEBAR AD

Hidden in mobile, Best for skyscrapers.