Bear: ଭାଲୁ ଆତଙ୍କ; ଦୁଇ ଦିନରେ ଘର ଓ ଗୁହାଳରେ ରହିଲା

47 minutes ago 1
ARTICLE AD BOX

ଡାବୁଗାଁ (ସଂଜୟ ପାଢ଼ୀ): ନବରଙ୍ଗପୁରଜିଲ୍ଲା ଡାବୁଗାଁରେ ଗତ ୨ ଦିନ ଧରି ଭାଲୁ ଆତଙ୍କ ଦେଖା ଦେଇଛି। ଭାଲୁ ଗାଁ ଭିତରେ ପଶି ବହୁ ସମୟ ରହି ଯାଉ ଥିବାରୁ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଗୁରୁବାର ଡାବୁଗାଁ ସଦର ନୂଆଗୁଡ଼ାର ଏକ ଅର୍ଦ୍ଧ ନିର୍ମିତ ଗୃହ ମଧ୍ୟରେ ନିକଟ ଡାବୁଗାଁ ସଂରକ୍ଷିତ ଜଙ୍ଗଲରୁ ଏକ ଭାଲୁ ଆସି ତିନି ଘଣ୍ଟା କାଳ ରହିଥିବା ବେଳେ ଶୁକ୍ରବାର ସକାଳ ୬ ଘଣ୍ଟ ସମୟରେ ଡାବୁଗାଁ ସଦର ଭରତ ଗୁଡା ମଧ୍ୟରେ ଜଙ୍ଗଲି ଭାଲୁ ପ୍ରବେଶ କରି ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରିଛି। 

ଦୁଇଦିନ ମଧ୍ୟରେ ଡାବୁଗାଁ ସଦର ରେ ଦୁଇଟି ସ୍ଥାନରେ ଭାଲୁ ଦେଖା ଦେଇଥିଲେ ସୁଦ୍ଧା ସେମାନେ କାହାର କିଛି କ୍ଷତି ନ କରି ଜଙ୍ଗଲ କୁ ଚାଲି ଯାଇଛନ୍ତି।ଗୁରୁବାର ଦିନ ୧୧ ଘଣ୍ଟ ରୁ ୨ ଘଣ୍ଟ ପର୍ଯ୍ୟନ୍ତ ଭାଲୁ ସଦର ନୂଆଗୁଡା ର ଏକ ଅର୍ଦ୍ଧ ନିର୍ମିତ୍ତ ଗୃହରେ ବିଶ୍ରାମ ନେଇଥିବା ବେଳେ ବନ  ବିଭାଗ କର୍ମଚାରୀ ଜଙ୍ଗଲ ରେ ଘଉଡାଇ ଥିଲେ। ଶୁକ୍ରବାର ସଦର ଭରତଗୁଡ଼ାର ବିକ୍ରମ ମାଝୀଙ୍କ ଗୁହାଳ ଗୃହରେ ସକାଳ ୬ ଘଣ୍ଟା ସମୟରେ ପ୍ରବେଶ କରି ଘର ଚାରିପଟେ ବୁଲି ଥିଲା। ଘର ଲୋକେ ଏଥିରେ ଆତଙ୍କିତ ହୋଇ ଚିତ୍କାର କରିବାରୁ ଭାଲୁ ସେଠାରୁ ଡଙ୍ଗରିଗୁଡ଼ା ଦେଇ ନିକଟ ଶୁଲିଆ ଡଙ୍ଗରି ପାହାଡ଼କୁ ଚାଲି ଯାଇଥିଲା। 

Bear: ଲମତାପୁଟରେ ଭାଲୁ ଆତଙ୍କ

ଅପରପକ୍ଷେ ଗ୍ରାମରେ ବାରମ୍ବାର ଜଙ୍ଗଲି ଭାଲୁ ପ୍ରବେଶ କରୁ ଥିବାରୁ ଲୋକେ ଭୟ ଓ ଆତଙ୍କ ରେ ରହିଛନ୍ତି। ଗତ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ନିକଟ ଡାବୁଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଭାଲୁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ରୁ ଗ୍ରାମ ମଧ୍ୟରେ ପ୍ରବେଶ କରୁଛନ୍ତି। ଜଙ୍ଗଲ ମଧ୍ୟରେ ଖାଦ୍ୟ ଅଭାବ ଦେଖା ଦେଉ ଥିବାରୁ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମ ମଧ୍ୟରେ ପ୍ରବେଶ କରୁଥିବା ଅନୁମାନ କରାଯାଉଛି। ଜଙ୍ଗଲ ମଧ୍ୟରେ ଭାଲୁ ମହୁ,ଫଳ,ଗଛର ଚେର ବା କନ୍ଦା, ଉଇ, ପିମ୍ପୁଡ଼ି, ସହ ବାଉଁଶ ଗଛର ମୂଳ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜଙ୍ଗଲ ମଧ୍ୟରେ ଏହି ସବୁ ଖାଦ୍ୟର ଅଭାବ ଦେଖା ଦେଉ ଥିବାରୁ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗ ତରଫରୁ ଜଙ୍ଗଲ ମଧ୍ୟରେ ଭାଲୁମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ପରିବେଶ ସୃଷ୍ଟି କରିବାକୁ ସାଧାରଣରେ ଦାବି କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.