BDA's encroachment: ଶାମପୁରରେ ବିଡିଏର ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ୫୮ ଘର

1 hour ago 2
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ବରରେ ବେଆଇନ ଜବରଦଖଲ ବିରୋଧରେ ପୁଣି ଥରେ ବଡ଼ଧରଣର ଉଚ୍ଛେଦ ଆରମ୍ଭ କରିଛି ବିଡିଏ। ପୂର୍ବରୁ ଜବରଦଖଲରେ ଥିବା ବିଡିଏର ଭରତପୁର ଥାନା ଅଧୀନ ଶାମପୁର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା। ଆଜି ଏହା ପାଖକୁ ଲାଗି ଶାମପୁର ପଣ୍ଡାକୁଦିଆରେ ଥିବା ସାଧାରଣ ପ୍ରଶାସନ ବିଭାଗର ପ୍ରାୟ ଦୁଇ ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ବିଡିଏ ଆଜି ପ୍ରଥମ ଦିନରେ ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରିଛି। ଏଠାରେ ଆହୁରି ପ୍ରାୟ ଦେଢ଼ ଏକର ସରକାରୀ ଜମି ଜବରଦଖଲରେ ଥିବା ବେଳେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।

Education: ଘୁ.ଉଦୟଗିରିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର; କାମଚଳାରେ ଚାଲିଛି ଶିକ୍ଷା ବିଭାଗ

ଉଚ୍ଛେଦର ପ୍ରଥମ ଦିନରେ ୫୪ଟି ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଯେଉଁଥିରେ  ୩୮ଟି କଂକ୍ରିଟ୍‌ ଘର ଓ ନିର୍ମାଣାଧୀନ ୪ଟି ଘର ସହ ଅନ୍ୟ ଅବାଧ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ନିର୍ମାଣାଧୀନ ଲୁହା ସେଡ୍ ଓ ପ୍ରାୟ ୧୦୦ ଫୁଟ ଲମ୍ବ କଂକ୍ରିଟ୍‌ ପ୍ରାଚୀର ଭଙ୍ଗାଯାଇଛି। ବୁଲ୍‌ଡୋଜର୍‌ ସବୁ ଭାଙ୍ଗି ଗୁଣ୍ଡ କରିଦେଇଛି। କାଲି ବି ପୁଣି ‌ବୁଲ୍‌ଡୋଜର ବୁଲିବ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆଜି ବ୍ୟାପକ ପୁଲିସ ମୁୟତନ କରାଯାଇଥିଲା। ଉଚ୍ଛେଦ ପୂର୍ବରୁ ବିଡିଏ ଜବରଦଖଲକାରୀଙ୍କୁ ଉଚ୍ଛେଦ ନୋଟିସ୍ ଜାରି କରିଥିଲା। ସ୍ୱେଚ୍ଛାକୃତ ଭାବେ ଜମି ଖାଲି କରିବାକୁ କୁହାଯାଇଥିଲା। କିଛି ଜବରଦଖଲକାରୀଙ୍କୁ ଛାଡ଼ିଦେଲେ ବାକି ସେହିଭଳି ଜାଗାରେ ରହିଥିଲେ। ବିଡିଏ ଯୁଗ୍ମ କମିସନର ରଞ୍ଜନ କୁମାର ଜେନାଙ୍କ ନେତୃତ୍ବରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ସକାଳେ ଜେସିବି ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତଥାପି ଆଜି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜବରଦଖଲକାରୀଙ୍କୁ ଆସବାବ ସ୍ଥାନାନ୍ତର ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ବୋଲି ଯୁଗ୍ମ କମିସନର ଶ୍ରୀ ଜେନା କହିଛନ୍ତି।

Horoscope 2026 August 07: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.