BCCI: ବାଂଲାଦେଶ ଗସ୍ତ ନେଇ ସରକାରଙ୍କ ଅନୁମତି ଲୋଡ଼ିବ ବିସିସିଆଇ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତାବିତ ବାଂଲାଦେଶ ଗସ୍ତ ନେଇ ବିସିସିଆଇ ଖୁବ୍‌ଶୀଘ୍ର ଭାରତ ସରକାରଙ୍କ ଅନୁମତି ଏବଂ ସ୍ପଷ୍ଟତା ଲୋଡ଼ିବ। ଦୁଇ ଦେଶ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଦେଖାଦେଇଥିବା ଅସ୍ଥିରତାର ପ୍ରଭାବ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ଉପରେ ଏବେ ବି ରହିଥିବାରୁ ବିସିସିଆଇ ନିଜ ତରଫରୁ ଏହି ଗସ୍ତ ନେଇ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ।

ବିସିସିଆଇର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ବୋର୍ଡ ନିଜେ ଭାରତୀୟ ଦଳର ବାଂଲାଦେଶ ଗସ୍ତ ନେଇ ନିଷ୍ପତ୍ତି ନେଇପାରିବ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶନ ଏବଂ ଅନୁମତି ଆବଶ୍ୟକ। ତେବେ ବୋର୍ଡ ଖୁବ୍‌ଶୀଘ୍ର ଆମେ ସରକାରଙ୍କ ସହ ଯୋଗାଯୋଗ କରିବ ବୋଲି ସେ କହିଛନ୍ତି। ବିସିସିଆଇ ସୂତ୍ର ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ନିକଟରୁ ବିସିସିଆଇକୁ ଏକ ଚିଠି ଆସିଛି। ଏହା ସହିତ ପ୍ରସ୍ତାବିତ ଦ୍ୱିପାକ୍ଷିକ ସିରିଜ୍‌କୁ ନେଇ ଉଭୟ ବୋର୍ଡ ମଧ୍ୟରେ ନିୟମିତ ଯୋଗାଯୋଗ ଜାରି ରହିଛି।

ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା

ଗତ ବର୍ଷ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରି ୩ ଦିନିକିଆ ୩ ଟ୍ବେଣ୍ଟି-୨୦ ଖେଳିବାର ଥିଲା। କିନ୍ତୁ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ପରେ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ଆରମ୍ଭରେ ଆଇପିଏଲ୍‌ରୁ ବାଂଲାଦେଶୀ ବୋଲର୍‌ ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ତାହାର ଜବାବରେ ବାଂଲାଦେଶ ଦଳ ଭାରତ ଆସି ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବାକୁ ରାଜି ହୋଇ ନଥିଲା। କିନ୍ତୁ ଏବେ ବାଂଲାଦେଶରେ ନିର୍ବାଚିତ ସରକାର ଆସିବା ପରେ ଦ୍ବିପାକ୍ଷିକ ସମ୍ପର୍କରେ ସୁଧାର ଆସିଛି। ଏହା ପରେ ଭାରତୀୟ ଦଳର ଗସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଦୁଇ ବୋର୍ଡ ଉଦ୍ୟମ କରୁଛନ୍ତି।

BCCI NCA Vacancy: ୧୮ ମାସ ହେଲା ଖାଲି ପଡ଼ିଛି ବିସିସିଆଇ ଉତ୍କର୍ଷ କେନ୍ଦ୍ରର କ୍ରୀଡ଼ା ବିଜ୍ଞାନ ମୁଖ୍ୟ ଡାକ୍ତର ପଦବୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.