Bansuri Swaraj: ବାଂଶୁରୀ ସ୍ବରାଜଙ୍କ ପୋଷ୍ଟରେ ହ୍ରିତିକ ରୋଶନଙ୍କ ପ୍ରତିକ୍ରିୟା

48 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ଏକ ପୋଷ୍ଟକୁ ନେଇ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ। ଏହି ପ୍ରସଙ୍ଗର ଆରମ୍ଭ ରାହୁଲ ଗାନ୍ଧୀଙ୍କ ଗତମାସ ୨୨ର ପୁଣେ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରୁ ହୋଇଥିଲା। ସେଠାରେ ମହିଳାମାନଙ୍କୁ ନିଜର ପରିଚୟ ଓ ଅଧିକାର ପାଇଁ ଲଢ଼ିବା ସହ ପୁରୁଷକୈନ୍ଦ୍ରିକ ସମାଜ ସଂସ୍ଥିତି ବା ପୁରୁଷତନ୍ତ୍ରକୁ ଭାଙ୍ଗିବାକୁ ଆହ୍ବାନ ଦେଇଥିଲେ ରାହୁଲ।

ଏହାପରେ ବାଂଶୁରୀ ସ୍ବରାଜ ରାହୁଲଙ୍କ ମନ୍ତବ୍ୟକୁ ନେଇ ଏକ ରିଲ୍‌ରେ ପ୍ରତିକ୍ରିୟା ଦେଇଥିଲେ। ରାହୁଲ ପୁରୁଷତନ୍ତ୍ର ଭାଙ୍ଗିବା କଥା କହୁଥିବାରୁ ତାଙ୍କୁ ବନ୍ଦେ ମାତରମ୍‌ ସମ୍ପୂର୍ଣ୍ଣ ଭାବେ ଗାଇବାକୁ ସେ ଆହ୍ବାନ ଦେଇଥିଲେ। ବାଂଶୁରୀ କହିଥିଲେ, ମୁଁ ଖ୍ରୀଷ୍ଟମାସ କାରୋଲ, ବନ୍ଦେ ମାତରମ୍‌ ଓ ଶିବ ତାଣ୍ଡବ ସମ୍ପୂର୍ଣ୍ଣ ଆବୃତ୍ତି କରିପାରିବି; ରାହୁଲ ଯଦି ପୁରୁଷକୈନ୍ଦ୍ରିକତା ଭାଙ୍ଗିବାକୁ ଚାହୁଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍‌ ଗାଇ ଦେଖାନ୍ତୁ।

ଏହି ଭିଡିଓକୁ କଂଗ୍ରେସର ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ କମ୍ୟୁନିକେସନ୍‌ ଜାତୀୟ ଆବାହକ ରୁଚିରା ଚତୁର୍ବେଦୀ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ଏଥିରେ ହ୍ରିତିକ ରୋଶନ ପ୍ରତିକ୍ରିୟା ଦେଇ ‘ଏହା କ’ଣ ସତରେ?’ ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ଦେଖାଯାଇଥିଲା। ତାଙ୍କ ପ୍ରତିକ୍ରିୟାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଜବାବ ଆସିଥିଲା। ଜଣେ ୟୁଜର କହିଛନ୍ତି, ରାହୁଲ ଗାନ୍ଧୀ ପେଟ୍ରିଆର୍କି କଥା କହୁଥିବା ବେଳେ ବିଜେପି ନେତ୍ରୀ ବୋଧହୁଏ ଏହାକୁ ପେଟ୍ରେିଓଟିଜିମ୍‌ ବୋଲି ଭାବିନେଇଛନ୍ତି। ତେବେ ରାହୁଲଙ୍କ ମୂଳ ମନ୍ତବ୍ୟ ମହିଳାଙ୍କ ସ୍ବାଧୀନତା ଓ ପୁରୁଷତନ୍ତ୍ର ବିରୋଧୀ ଲଢ଼େଇକୁ ନେଇ ଥିଲା।

Subhendu adhikari: ହାଓଡ଼ାରୁ ଯୋଜନାର ନୂଆ ନାମ ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.