Bansadhara: ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

59 minutes ago 2
ARTICLE AD BOX

ରାୟଗଡା(ଶିବ ପ୍ରସାଦ ଦୋରା): ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ସମୁଦାୟ ୬୮୫.୬୧ ମିଲିମିଟର ବୃଷ୍ଟିପାତ ହୋଇଥିବାବେଳେ ଗୁଣପୁରଠାରେ ସର୍ବାଧିକ ୧୧୮.୨ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବାବେଳେ ଗୁଣପୁରଠାରେ ମଧ୍ୟ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଏଠାରେ ସତର୍କ ସଙ୍କେତ ୮୩.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେଦ ୮୪ .୦୦ ମିଟର ରହିଛି ।

ଆହୁରି ପଢନ୍ତୁ: Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି

ସକାଳ ୧୦ ଘଣ୍ଟା ସୁଦ୍ଧା ଗୁଣପୁରଠାରେ ବଂଶଧାରା ନଦୀର ଜଳ ସ୍ତର ୮୩.୩୫ ମିଟରରେ ପ୍ରବାହିତ ହେଉଛି । ଅର୍ଥାତ ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଜପତିଜିଲ୍ଲା ହରଭଙ୍ଗୀ ଡ୍ୟାମରୁ ୨ ଗୋଟି ଗେଟ ମାଧ୍ୟମରେ ୫୪୩ .୧୩୪ କ୍ୟୁମିକ୍ସ ଜଳ ନିଷ୍କାସିତ ହୋଇ ନଦୀରେ ମିଶୁଥିବାରୁ ଗୁଣପୁରଠାରେ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ଘଟିଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ଜଣାପଡିଛି । ଏନେଇ ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି I

Read Entire Article
LEFT SIDEBAR AD

Hidden in mobile, Best for skyscrapers.