ARTICLE AD BOX
ଭୁବନେଶ୍ବର: ରାଜ୍ୟର ରପ୍ତାନିକାରୀ ଓ ପ୍ରକଳ୍ପ ସ୍ଥାପନ କରୁଥିବା ନିବେଶକମାନଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବାକୁ ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ ଭୁବନେଶ୍ବରରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ। ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ତରୁଣ ଶର୍ମା ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୋଲକାତାରେ ଥିବା ବ୍ୟାଙ୍କର କାର୍ଯ୍ୟାଳୟ ଓଡ଼ିଶା କାରବାରର ତଦାରଖ କରୁଥିଲା। ଆଗାମୀ ଦିନରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ଦାୟିତ୍ବରେ ରହିବ। କମ୍ପାନି ପ୍ରକଳ୍ପଗୁଡ଼ିକୁ ପ୍ରାୟ ୪୦୦୦ କୋଟି ଟଙ୍କାର ପାଣ୍ଠି ଦେବାକୁ ଯୋଜନା ରଖିଛି। ଓଡ଼ିଶାରେ ବୟନ, ସୋଲାର, ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ, ଟାଇଟାନିୟମ୍, ଆଡ୍ଭାନ୍ସଡ୍ ମାନୁଫାକ୍ଚରିଂଭେଳି କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଏହା ପାଣ୍ଠି ପ୍ରଦାନ କରିବ।
ରାଜ୍ୟର ଛୋଟ ଛୋଟ ରପ୍ତାନିକାରୀ, ବୟନ ଓ ହସ୍ତତନ୍ତ ସହ ଜଡ଼ିତ ଅଂଶୀଦାର ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡ଼ିକୁ ମଧ୍ୟ ବ୍ୟାଙ୍କ ପାଣ୍ଠି ଯୋଗାଇଦେବ। ଏସ୍ଏଚ୍ଜିମାନଙ୍କୁ ସହାୟତା ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ମିସନ ଶକ୍ତି ବିଭାଗ ସହ ଆଲୋଚନା କରାଯାଇଥିବା ଶ୍ରୀ ଶର୍ମା କହିଛନ୍ତି। ଏହି ଅବସରରେ ବ୍ୟାଙ୍କର କୋଲକାତା କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅନିରୁଦ୍ଧ ବୋରାହ ଓ ମୁଖ୍ୟ ମହାପ୍ରବନ୍ଧକ (ଋଣ) ରିତେଶ ଚାନ୍ଦ ଉପସ୍ଥିତ ଥିଲେ।

3 hours ago
1


