ARTICLE AD BOX
ଯଦି ଆପଣ ଗ୍ରାଜୁଏସନ୍ ଶେଷ କରିଛନ୍ତି ଏବଂ ବ୍ୟାଙ୍କରେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସାରା ଦେଶରେ ୭୫୦ଟି ଆପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ୭ ଜୁଲାଇ ୨୦୨୬ରୁ ଆରମ୍ଭ ହୋଇସାରିଛି ଓ ଆଗ୍ରହୀ ପ୍ରାର୍ଥୀମାନେ ୨୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ସମୁଦାୟ ୭୫୦ଟି ଆପ୍ରେଣ୍ଟିସ୍ ପଦବି ପୂରଣ କରାଯିବ। ଏଥିମଧ୍ୟରୁ ସବୁଠାରୁ ଅଧିକ ୨୦୦ଟି ପଦବି ତାମିଲନାଡୁରେ ରହିଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶରେ ୧୧୦, ମହାରାଷ୍ଟ୍ରରେ ୮୫, ଦିଲ୍ଲୀରେ ୫୩ ଏବଂ ବିହାରରେ ୩୫ଟି ପଦବିରେ ନିଯୁକ୍ତି ହେବ। ବିଭିନ୍ନ ରାଜ୍ୟ ପାଇଁ ପଦବି ସଂଖ୍ୟା ଅଲଗା ଅଲଗା ସ୍ଥିର କରାଯାଇଛି।
ଆହୁରି ପଢ଼ନ୍ତୁ: ଇଣ୍ଟରମିଟେଣ୍ଟ ଫାଷ୍ଟିଂ ହୃଦ୍ରୋଗର ଆଶଙ୍କା ବଢ଼ାଉଛି କି? ଜାଣିବା କ୩ର କହୁଛି ତଥ୍ୟ...
ବୟସ ସୀମା କେତେ?
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ କମରେ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ। ବୟସର ଗଣନା ୧ ଜୁଲାଇ ୨୦୨୬କୁ ଆଧାର କରି କରାଯିବ। ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ। ଏହି ପଦବିଗୁଡ଼ିକରେ ଆବେଦନ କରିବା ପାଇଁ ଜେନେରାଲ୍, ଓବିସି ଏବଂ ଇଡବ୍ଲ୍ୟୁଏସ ବର୍ଗର ପୁରୁଷ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୯୪୪ ଟଙ୍କା ରଖାଯାଇଛି। ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ ବର୍ଗର ମହିଳା ପ୍ରାର୍ଥୀଙ୍କୁ ୭୦୮ ଟଙ୍କା ଫି ଦେବାକୁ ହେବ। ସେହିପରି ଏସସି, ଏସଟି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୩୬ ଟଙ୍କା ସ୍ଥିର କରାଯାଇଛି।
ଚୟନ ପ୍ରକ୍ରିୟା
ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ। ପରୀକ୍ଷାରେ ଜେନେରାଲ ଏବଂ ଫାଇନାନ୍ସିଆଲ ଆୱାରନେସ, ଜେନେରାଲ ଇଂରାଜୀ, କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍, ରିଜନିଂ ଆପ୍ଟିଚ୍ୟୁଡ୍, କମ୍ପ୍ୟୁଟର ଜ୍ଞାନ ଏବଂ ସମ୍ପୃକ୍ତ ବିଷୟ ସହିତ ଜଡ଼ିତ ସମୁଦାୟ ୧୦୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ଆହୁରି ପଢ଼ନ୍ତୁ: ଲୋକଭବନରେ ଉପରାଷ୍ଟ୍ରପତି

1 hour ago
1

