ARTICLE AD BOX
ନୂଆଦିଲ୍ଲୀ: ଚଳିତ ମାସ ୨୮ରୁ ତିନିଦିନିଆ ଧର୍ମଘଟ ଆରମ୍ଭ କରିବାକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ (ୟୁଏଫ୍ବିୟୁ) ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ମାସ ଶେଷ ସପ୍ତାହ ଏକ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥିବାରୁ ଧର୍ମଘଟ ନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ୟୁନିୟନର ଅଧିକାଂଶ ଦାବି ପୂରଣ କରାଯାଇଛି। ଅବଶିଷ୍ଟ ଦାବିଗୁଡ଼ିକର ଅନୁଧ୍ୟାନ କରାଯାଉଛି। ସରକାର ନିୟମିତ ବ୍ୟବଧାନ ବ୍ୟାଙ୍କ କର୍ମଚାରୀଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଛନ୍ତି। ତେଣୁ ଧର୍ମଘଟଠାରୁ ଦୂରେଇ ରହିବା, ଆଲୋଚନା ଜରିଆରେ ସମସ୍ୟାର ସମାଧାନ ଦିନରେ କାମ କରିବା ଓ ବ୍ୟାଙ୍କ ସେବାରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ କରିବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସରକାର ଅପିଲ୍ କରିଛନ୍ତି।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ ସଂଘର ଦୁଇଟି ପ୍ରମୁଖ ଦାବି ଥିଲା।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ଗୋଟିଏ ହେଉଛି ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଓ ଅନଟି ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ରେ ଅସଙ୍ଗତି। ସେଥିରୁ ପିଏଲ୍ଆଇ ସ୍କିମ୍ ଦାବିକୁ ସରକାର ମାନି ନେଇଛନ୍ତି। ଏହା ସତ୍ତ୍ବେ ଚଳିତ ମାସ ୧୧ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଗଲା। ଆଗକୁ ୨୮ ତାରିଖରୁ ୩ ଦିନିଆ ଓ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦିଆଯାଇଛି। ସେପ୍ଟେମ୍ବର ୩୦ ହେଉଛି ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ କ୍ଲୋଜିଂ ସମୟ। ଧର୍ମଘଟ ପାଇଁ ଏଭଳି ଦିନ ଚୟନ କରାଯାଇଛି ଯାହା ଫଳରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ହେବ। ଫଳରେ ଗ୍ରାହକ, ବ୍ୟବସାୟ, ସରକାରୀ କାରବାର ଓ ଅନ୍ତର୍ଜାତୀୟ ବ୍ୟାଙ୍କ ପରିଚାଳନା ପାଇଁ ଗୁରୁତର ସମସ୍ୟା ଦେଖାଦେବ ବୋଲି ମନ୍ତ୍ରଣାଳୟ କହିଛି।

1 week ago
6


