Bamboo: ବାଉଁଶଶୂନ୍ୟ ହୋଇଯିବ ନୟାଗଡ଼ ବନଖଣ୍ଡ: ଅଭିବୃଦ୍ଧି ପ୍ରତି ଦିଆଯାଉନି ଗୁରୁତ୍ବ

53 minutes ago 1
ARTICLE AD BOX

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ନୟାଗଡ଼ ବନଖଣ୍ତରେ ଏବେ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ନୂଆ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପରିପକ୍ବ ବାଉଁଶ ସଂଗ୍ରହ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବା ପାଇଁ ସରକାର ଏବେ ବେସରକାରୀ ସଂସ୍ଥା ହାତକୁ ଦାୟିତ୍ବ ଟେକି ଦେଇଛନ୍ତି। ସଂସ୍ଥା ନିଜକୁ ସୁହାଇବା ଭଳି ଜଙ୍ଗଲରୁ କେବଳ ବାଉଁଶ ସଂଗ୍ରହ କରୁଛି। ନାନା ବାହାନା ଦେଖା ପ୍ରାୟ ୮୦ ପ୍ରତିଶତ ଜଙ୍ଗଲରୁ ବାଉଁଶ ସଂଗ୍ରହ କରୁ ନଥିବା ହେତୁ ସେସବୁ ଜଙ୍ଗଲରେ ବାଉଁଶ ଫୁଲଫୁଟି ନଷ୍ଟ ହେଉଛି। 

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୟାଗଡ଼ ବନଖଣ୍ତ ଅଧୀନ ୭ଟି ବନାଞ୍ଚଳରେ ପ୍ରାୟ ୫୭ ହଜାର ହେକ୍ଟର ଜଙ୍ଗଲରେ ବାଉଁଶ ରହିଛି। ଏଥିରେ ଦଶପଲ୍ଲା ବନାଞ୍ଚଳରେ ସର୍ବାଧିକ ୨୨୩୮୭ ହେକ୍ଟର ବାଉଁଶ ଜଙ୍ଗଲ ରହିଛି। ପରିପକ୍ବ ବାଉଁଶ କାଟିବାକୁ ପ୍ରତିବର୍ଷ ବନବିଭାଗ ପକ୍ଷରୁ ରିପୋର୍ଟ ଆସିବା ପରେ ବନ ଉନ୍ନୟନ ନିଗମ ପକ୍ଷରୁ ସଂଗ୍ରହ କରାଯାଇ ବିକ୍ରୟ କରାଯାଉଥିଲା। ହେଲେ ଗତ କିଛିବର୍ଷ ହେଲା କର୍ମଚାରୀ ଅଭାବକୁ ନେଇ ବନ ଉନ୍ନୟନ ନିଗମ ଆଉ ବାଉଁଶ ସଂଗ୍ରହ କିମ୍ବା ବିକ୍ରିବଟା କରୁନାହିଁ। ସରକାରଙ୍କ ପକ୍ଷରୁ ଏହାକୁ ଟେଣ୍ତର କରାଯାଇ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷଠାରୁ କଟକର ରୋମି କେମିକାଲ୍‌ସ ଆଣ୍ତ ପ୍ୟାକେଜିଂ ଟେଣ୍ତର ନେଇଥିବା ବନ ଉନ୍ନୟନ ନିଗମ ପକ୍ଷରୁ କୁହାଯାଇଛି। ତେବେ ବାଉଁଶ ସଂଗ୍ରହ ଉପରେ ନଜର ପକାଇଲେ କିଛିବର୍ଷ ମଧ୍ୟରେ ନୟାଗଡ଼ ବନଖଣ୍ତ ବାଉଁଶଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି। 

ବନ ଉନ୍ନୟନ ନିଗମ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ବନଖଣ୍ତର ୨୮ଟି କୁପ୍‌ରୁ ବାଉଁଶ ସଂଗ୍ରହ କରିବା ପାଇଁ ଉକ୍ତ ସଂସ୍ଥାକୁ ଲକ୍ଷ୍ୟ ଦିଆଯାଇଥିଲା। ମାତ୍ର ସଂସ୍ଥା ମାତ୍ର ୬ଟି କୁପ୍‌ରୁ ୨୧୩୦୮ଟି ବଣ୍ତଲ ଓ ୮୭୬୩୪ଟି ଶାଳିଆ ବା ଲମ୍ବା ବାଉଁଶ ସଂଗ୍ରହ କରିଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୨୮ଟି କୁପ୍‌ରୁ ବାଉଁଶ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ହାତଗଣତି ୩ଟି କୁପ୍ କେନ୍ଦ୍ରୀୟ ସଂରକ୍ଷିତ-୧, ନସଘର ଓ ହାତିମୁଣ୍ତା କୁପ୍‌ରୁ ୩୩୭୦୨ଟି ବଣ୍ତଲ ଓ ୧୧୬୫୫୦ଟି ଶାଳିଆ ବା ଲମ୍ବା ବାଉଁଶ ସଂଗ୍ରହ କରିଥିବା ବନ ଉନ୍ନୟନ ନିଗମର ଏସ୍‌ଡିଏମ୍ ସୌରେନ୍ କୁମାର ମହାଲିକ କହିଛନ୍ତି। ଚଳିତବର୍ଷ ଉକ୍ତ ସଂସ୍ଥାର ଶେଷବର୍ଷ ରହିଛି। ଏପଟେ ଉକ୍ତ ସଂସ୍ଥାକୁ ଦିଆଯାଇଥିବା ନିର୍ଦ୍ଧାରିତ କୁପ୍‌ରୁ ବାଉଁଶ ସଂଗ୍ରହ ନକରି ଅନ୍ୟ ସ୍ଥାନରୁ ବାଉଁଶ ସଂଗ୍ରହ କରିବାକୁ ନେଇ ଗତବର୍ଷ ଖଣ୍ତପଡ଼ା ବନାଞ୍ଚଳରେ ବିବାଦ ସୃଷ୍ଟି ହୋଇଥିଲା।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦିଆଯାଇଥିବା କୁପ୍‌ରେ ଭରପୂର ବାଉଁଶ ରହିଥିବା ବେଳେ ରାସ୍ତା ଓ ଅଧିକ ବାଉଁଶ ନଥିବା ବାହାନା ଦେଖାଇ ଉକ୍ତ ସଂସ୍ଥା ରିପୋର୍ଟ ଦେଇ ଖସିଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏପଟେ ପରିପକ୍ବ ହେଉଥିବା ବାଉଁଶକୁ ସଂଗ୍ରହ କରିବା ପାଇଁ ପ୍ରତିବର୍ଷ ଚିହ୍ନଟ କରାଯାଇ ବନ ଉନ୍ନୟନ ନିଗମକୁ ରିପୋର୍ଟ ଦିଆଯାଉଥିବା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ କହିଛନ୍ତି। ହେଲେ ଏସବୁ ବାଉଁଶ ସଂଗ୍ରହ ନକରିବା ଫଳରେ ସେସବୁ ଫଲ ଫୁଟି ନଷ୍ଟ ହେଉଛି। ରକ୍ଷଣାବେକ୍ଷଣ ସମ୍ଭବ ହେଉ ନଥିବା ବେଳେ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସଂକଟ ଦେଖାଯିବା ପ୍ରମୁଖ କାରଣ ବୋଲି ଅନେକ ବନ କର୍ମଚାରୀ ମତବ୍ୟକ୍ତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.