Rekha Birthday Special: ରେଖାଙ୍କ ଜନ୍ମଦିନ: ଅମିତାଭ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କରୁ ଗୁପ୍ତ ବିବାହ ଚର୍ଚ୍ଚା, ଆଜି ବି ରହସ୍ୟମୟ

54 minutes ago 1
ARTICLE AD BOX

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ।  ଅନେକ ସମୟରେ ଏହି ନାୟିକାଙ୍କର ଲିଙ୍କ୍‌ଅପ୍‌  ଓ ବ୍ରେକ୍  ଅପ୍‌ , ଗୁପ୍ତ  ବିବାହ ଆଦି ଘଟଣା  ଅନେକ ସମୟରେ ଚର୍ଚ୍ଚାକୁ ଆସେ  ଓ କେତେବେଳେ  ତାହାକୁ  ଗୁଜବ ବୋଲି କୁହାଯାଏ । ତେବେ  ବଲିଉଡର ଏଭଳି  ଘଟଣାର ଚର୍ଚ୍ଚା ଜଣାଶୁଣା ଅଭିନେତ୍ରୀରେଖାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

ବିଗ୍‌ ବି  ଅମିତାଭ  ବଚ୍ଚନ, ଗ୍ଲାମରସ୍‌  ରେଖା  ଓ ସିଂପଲ୍‌  ଜୟା  ଭାଦୁଡିଙ୍କ  ବାସ୍ତବ ଜୀବନର ପେ୍ରମ ତ୍ରିକୋଣକୁ ଚର୍ଚ୍ଚା ସବୁବେଳେ ହୋଇଥାଏ ।  ଅମିତାଭ  ଓ ରେଖା  ପ୍ରଥମେ ‘ ଦୋ  ଅନ୍‌ଜାନେ’ର ସୁଟିଂ  ସେଟ୍‌ରେ  ପରସ୍ପର  ସହିତ   ପରିଚିତ   ହୋଇଥିଲେ ।  ସେ ଦୁହେଁ  ପରେ  ବେଶ୍‌ କେତୋଟି  ହିନ୍ଦୀ  ସିନେମାରେ  ଏକାଠି କାମ  କରିଥିଲେ ।   ତେବେ   ଉଭୟଙ୍କୁ  ଏକାଠି    ଶେଷ ଥର  ପାଇଁ   ୟଶ୍‌ ଚୋପ୍ରାଙ୍କ  ସିନେମା   ‘ସିଲ୍‌ ସିଲା’  ରେ  ଦେଖିବାକୁ  ମିଳିଥିଲା ।  କୁହାଯାଏ ଯେ  ଜୟାଙ୍କୁ   ବିବାହ  କରିବା ପରେ  ବି ଅମିତାଭ  ରେଖାଙ୍କ ସହ  ସଂପର୍କ  ରଖିଥିଲେ ।  ଖାଲି   ସେତିକି ନୁହେଁ , ସେ ଦୁହେଁ  ଗୋପନ   ବିବାହ   ମଧ୍ୟ କରିଥିଲେ ବୋଲି  ଶୁଣିବାକୁ ମିଳୁଥିଲା  ।     ରେଖା  ସେଥିପାଇଁ  ସିନେମାରେ   ସବୁବେଳେ ସିନ୍ଦୂର ପିନ୍ଧିଥାଆନ୍ତି ବୋଲି କୁହାଯାଏ। ଋଷି କପୁର  ଓ ନୀତୁ ସିଂହଙ୍କ  ମ୍ୟାରେଜ୍‌  ରିସେପ୍‌ସନ୍‌  ପାର୍ଟିରେ  ବି ରେଖାଙ୍କ  ଗଳାରେ  ମଙ୍ଗଳସୂତ୍ର  ଓ ସିନ୍ଥିରେ  ସିନ୍ଦୂର ଦେଖିବାକୁ  ମିଳିଥିଲା ।  ତେବେ ଅମିତାଭ  ଓ ରେଖା  ସଂପର୍କର  କିଛି   ଭବିଷ୍ୟତ  ନାହିଁ  ବୋଲି  ଜାଣି  ପରସ୍ପରକୁ  ଦୂରେଇ  ଯାଇଥିଲେ ।

Odisha Vigilance: ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ୯.୨୪ କୋଟି ଟଙ୍କା ଆତ୍ମସାତ୍‌ ମାମଲା: ଆଉ ୩ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.