ARTICLE AD BOX
ବାଲେଶ୍ୱର: ସାମାନ୍ୟ କଥା କଟାକଟିରୁ ବାଲେଶ୍ବରର ଏକ ସରକାରୀ ହାଇସ୍କୁଲ୍ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡ଼ରେ ସହପାଠୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ବିଦ୍ୟାଳୟ ପରିସରରେ ବଢ଼ୁଥିବା ହିଂସାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।
ବିଜେବି ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ ମାମଲା: ରିମାଣ୍ଡରେ ୨, ପୁଣି ୨ ଖଣ୍ଡା ଜବତ
ସୂଚନା ଅନୁସାରେ, ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ଛାତ୍ର ତାର ସହପାଠୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ଆହତ ଛାତ୍ରଙ୍କ ବେକରେ ଆଘାତ ଲାଗିଥିଲା। ଘଟଣା ଜଣାପଡ଼ିବା ପରେ ଶିକ୍ଷକ ଓ ସ୍କୁଲ କର୍ମଚାରୀ ତୁରନ୍ତ ପହଞ୍ଚି ଆହତ ଛାତ୍ରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଛାତ୍ରଙ୍କ ଶରୀରରେ ୫ଟି ଷ୍ଟିଚ୍ ପଡ଼ିଥିବା ବେଳେ ସମ୍ପ୍ରତି ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ପୁଣି ବିଜେବି କଲେଜରେ ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଦୁଇ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ
ଅନ୍ୟପକ୍ଷରେ ଏଭଳି ଘଟଣା ବିଦ୍ୟାଳୟ ପରିସରକୁ କେତେ ସୁରକ୍ଷିତ ରଖାଯାଇଛି ଏବଂ ଛାତ୍ରଙ୍କ ପାଖରେ ଧାରୁଆ ଅସ୍ତ୍ର କିପରି ପହଞ୍ଚିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍କୁଲ କର୍ତ୍ତୃପକ୍ଷ ଉଭୟ ଛାତ୍ରଙ୍କ ପରିବାରକୁ ଡକାଇ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ।

51 minutes ago
1


