Bajuda Yatra 2026: ବାହୁଡ଼ାଯାତ୍ରାରେ ବଡ଼ଦାଣ୍ଡ ଲୋକାରଣ୍ୟ; ତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ

1 hour ago 1
ARTICLE AD BOX

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଶ୍ରୀଜୀଉଙ୍କର ନବଦିନାତ୍ମକ ରଥଯାତ୍ରା ଆଜି ଶେଷ ହେବାକୁ ଯାଉଛି। ଜନ୍ମବେଦିରେ ଲୀଳାଖେଳା ସାରି ଆଜି ମହାପ୍ରଭୁ ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବଡ଼ଠାକୁରଙ୍କର ତାଳଧ୍ବଜ ଗଡ଼ିବା ପରେ ଦର୍ପଦଳନ ମଧ୍ୟ ପଛେପଛେ ଅଗ୍ରସର ହୋଇଛି। 

ଅପରାହ୍‌ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। ରଥ ଉପରେ ‌ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ କରିଥିଲେ। ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କଲା ପରେ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। 

୩ ଠାକୁରଙ୍କୁ ହେଲା ପୋଡ଼ପିଠା ସମର୍ପଣ

ସୂଚନାଯୋଗ୍ୟ, ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି ଭୋର ୪ଟାରେ ମଙ୍ଗଳ ଆଳତି ଆରମ୍ଭ ହୋଇଥିଲା। ଏହା ପରେ ମଇଲମ, ବେଶ ଶେଷ ସହିତ ଅନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପୂର୍ବାହ୍‌ଣ ୧୧ଟା ୧୦ରେ ପହଣ୍ଡି ଆରମ୍ଭ କରାଯାଇଥିଲା। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ସୁଦର୍ଶନ ପହଣ୍ଡିରେ ରଥ ଉପରେ ବିରାଜମାନ କରିଥିଲେ। ୧୧ଟା ୪୫ରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ଏବଂ ୧ଟା ୪୦ରେ ରଥାରୁଢ଼ ହୋଇଥିଲେ। ୧୨ଟା ୧୦ରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇ ଅପରାହ୍‌ଣ ୨ଟା ୧୦ରେ ଶେଷ ହୋଇଥିଲା। ଶେଷରେ କାଳିଆ ସାଆନ୍ତଙ୍କର ପହଣ୍ଡ ହୋଇଥିଲା। ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ କାଳିଆ ସାଆନ୍ତ ଶ୍ରୀମନ୍ଦିରକୁ ଯିବା ପାଇଁ ପହଣ୍ଡି ଆରମ୍ଭ କରିଥିଲେ। ଦିବ୍ୟ ଯାତ୍ରାରେ ଭକ୍ତି ଓ ଆଧ୍ୟାତ୍ମିକ ଉଲ୍ଲାସରେ ଦୋହଲି ଉଠିଛି ପୁରୀ ବଡ଼ଦାଣ୍ଡ। ଅପରାହ୍‌ଣ ୨ଟା ୩୦ରେ ପ୍ରଭୁ ଜଗନ୍ନାଥ ରଥାରୁଢ଼ ହୋଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.