Bahuda Yatra 2026: ଶାବର ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା, ହଜାର ହଜାର ଭକ୍ତ ଟାଣିଲେ ରଥ

1 hour ago 1
ARTICLE AD BOX

କୋରାପୁଟ (ପ୍ରଦୀପ ପାଢ଼ୀ): ଆଜି କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିରରେ ରୀତିନୀତି ଅନୁସାରେ ସମସ୍ତ ପ୍ରକାରର ପୂଜାନୀତି ସମ୍ପନ୍ନ କରାଯାଇଥିଲା। ଯଥା ରୀତିରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। 

ପ୍ରଥମେ ସୂଦର୍ଶନ, ବଡ଼ଭାଇ ବଳଭଦ୍ରଙ୍କ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ଠାକୁର ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ଭାବ ଓ ଭକ୍ତିରେ ବନ୍ଧା ଠାକୁରମାନଙ୍କ ପହଣ୍ଡି ବେଳେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଭଜନ କୀର୍ତ୍ତନ ଓ ନୃତ୍ୟ କରି ମନ୍ଦୀରରୁ ରଥ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପହଣ୍ଡି ଓ ରଥାରୂଢ଼ ପରେ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ତିନି ଶବର ଗାଁର ମୁଖିଆ ଛେରା ପହଁରା କରିଥିଲେ। 

ନିର୍ଦ୍ଧାରିତ ସମୟରେ ପ୍ରଥମେ ବଳଭଦ୍ର, ୨ୟରେ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥ Bahuda Yatra 2026: ଶାବର ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା, ହଜାର ହଜାର ଭକ୍ତ ଟାଣିଲେ ରଥ ଟଣା ଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ରଥକୁ ମହିଳାମାନେ ଟାଣିଥିଲେ। କୋରାପୁଟ ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇ ରଥ ଟାଣିଥିଲେ। ବଡଦାଣ୍ଡ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ରଥ ଆସି ରାସ୍ତାରେ ମାଉଁସିମା ଘର ଆଗରେ ରଥ ଆସି ଲାଗିବା ପରେ ୩ ଠାକୁରଙ୍କୁ ରଥ ଉପରେ ଗଜା ମୁଗ, ଫଳ, ଛେନାପଣା ଓ  ଛେନାପୋଡ ଭୋଗ ଲାଗି ହୋଇଥିଲା। ପରମ୍ପରା ଅନୁଯାୟୀ ଟାଉନ ଥାନା ଅଧିକାରୀ ୩ରଥ ରେ ମାଉଁସିମାଁଙ୍କ ଭୋଗ ଲଗାଇଥିଲେ। ଉକ୍ତ ଛେନାପୋଡ ଭୋଗକୁ ଭକ୍ତ ମାନେ ଟାଣି ଓଟାରି ନେଇଥିଲେ। 

ଜଗନ୍ନାଥ ମନ୍ଦିର ନିକଟରେ ଥିବା ଜାତୀୟ ରାଜପଥରେ ସଂଧ୍ୟା ପ୍ରାୟ ୫ଟା୪୫ରେ ୩ଟିରଥ ଲାଗିଥିଲା। ରଥ ପହଞ୍ଚିବା ପରେ ରଥ ଉପରେ ୩ ଠାକୁରଙ୍କୁ ରାତି ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ। ରଥ ଲାଗିବା ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ବାହୁଡା ଯାତ୍ରାରେ କୋରାପୁଟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ, ଜିଲ୍ଲା ବାହାର ଓ ପଡୋଶୀ ଛତିଶଗଡ ଓ ଆନ୍ଧ୍ରର ହଜାର ହଜାର ସଂଖ୍ୟା‌ରେ ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.