bahuda jatra: ଗଡ଼ିବ ରଥ ବାହୁଡ଼ିଯିବେ ତିନିଠାକୁର.. ଭକ୍ତଙ୍କ ଆଖିରେ ଲୁହ

1 hour ago 1
ARTICLE AD BOX

ପୁରୀ:  ଆଷାଢ଼ମାସ ଶୁଳ୍କ ଦ୍ବିତୀୟା ତିଥିରେ ରତ୍ନବେଦୀ ଛାଡ଼ି ରଥାରୁଢ଼ ହୋଇ ଜନ୍ମବେଦୀ ବା ଗୁଣ୍ଡିଚା ଘରକୁ ଆସିଥାଆନ୍ତି ତିନିଠାକୁର । ଆଡପମଣ୍ଡପରେ ଲୀଳାଖେଳ ସାରି ୯ଦିନର ରହଣୀ ପରେ ଦଶମୀ ତିଥିରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତ ବ୍ରହ୍ମାଣ୍ଡ ଠାକୁର । ଆଜି ହେଉଛି ସେହି ପବିତ୍ର ବାହୁଡ଼ା ଯାତ୍ରା । ଅପରାହ୍ଣ ୪ଟାରୁ ରଥଟଣା ନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଗୁମୁରିଗୁମରି କାନ୍ଦୁଛି ଗୁଣ୍ଡିଚା ମା’

ଏପଟେ ପୁଅ ଶ୍ରୀମନ୍ଦିରକୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ଡିଚା ମା’ ।  କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ। ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଏ। ଗୁଣ୍ଡିଚା ମା’ ତା ପୁଅକୁ ଦେଖିବା ପାଇଁ ୧୨ମାସ ଅପେକ୍ଷା କରି ରହିଥାଏ। ଦୀର୍ଘଦିନର ଅପେକ୍ଷା କରିବା ପରେ ଯାଇ ୯ଦିନର ଏହି ଖୁସିର ମୁହୂର୍ତ୍ତ ଆସିଥାଏ। ପୁଣି ପୁଅକୁ ଦେଖିବା ପାଇଁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ମା’ ମନ କୋହରେ ଭରି ଯାଉଛି।

ଓଡ଼ିଆ ସିନେମାରେ ପ୍ରଥମ ଜଗନ୍ନାଥ ଜଣାଣ

ଏପଟେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଲକ୍ଷଲକ୍ଷ ଭକ୍ତ ତିନିଠାକୁରଙ୍କୁ ଚାହିଁବସିଛନ୍ତି। ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା। ଲୀଳାଖେଳା ସାରି ଠାକୁର ମନ୍ଦିରକୁ ଫେରିଯିବାକୁ ପ୍ରସ୍ତୁତ। ଯାହାକୁ ନେଇ ଭକ୍ତ ବି ଭୋଭୋ ହୋଇ ଶରଧାବାଲିରେ କାନ୍ଦିକାନ୍ଦି ଦଣ୍ଡବତ ହେଉଛନ୍ତି। ଲୁହଭରା ଆଖିରେ ହାତଯୋଡ଼ି ବ୍ରହ୍ମାଣ୍ଡ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ଠାକୁରେ.... ଆଉ କିଛି ସମୟ ପରେ ଆପଣ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ। ପୁଣି ଆପଣଙ୍କୁ ଭକ୍ତଙ୍କ ଗହଣ‌ରେ ଦେଖିବାକୁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ। ସେତେଦିନ ଯାଏଁ ଆପଣଙ୍କ ଦୃଷ୍ଟି ଜଗତ ଉପରେ ରଖିଥିବ ପ୍ରଭୁ... ଏ ସମାଜର ମଙ୍ଗଳ କରିବ ପ୍ରଭୁ। ଆପଣଙ୍କ କରୁଣା ପାଇଁ ଏ ଶରୀରରେ ଜୀବନ ଅଛି। ସାହା ହୋଇଥିବ ପ୍ରଭୁ.. ସାହା ହୋଇଥିବ..... ଜୟ ଜଗନ୍ନାଥ ଜୟ ଜଗନ୍ନାଥ...। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.