Badminton: କୋରିଆ ଓପନ୍‌: ଦ୍ବିତୀୟ ରାଉଣ୍ଡରେ ତନ୍ବୀ

1 week ago 5
ARTICLE AD BOX

ଆସାନ୍‌ (କୋରିଆ): ଚଳିତ କୋରିଆ ଓପନ୍‌ରେ ଭାରତର ୧୭ ବର୍ଷୀୟା ବ୍ୟାଡ୍‌ମିଣ୍ଟନ ଖେଳାଳି ତନ୍ବୀ ଶର୍ମା ଚମତ୍କାର ଆରମ୍ଭ କରିଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡରେ ତାଇପେଇ ଓପନ୍‌ ବିଜୟିନୀ ତୃତୀୟ ମାନ୍ୟତାପ୍ରାପ୍ତ ତନ୍ବୀ ୨୧-୧୬, ୨୧-୧୫ରେ ଚୀନ୍‌ର ୟୁଆନ ଆନ୍‌ କ୍ବିଙ୍କୁ ପରାସ୍ତ କରିଥିଲେ।

ଶ୍ରୀୟାଂଶୀ ୟୁ-ପୋଙ୍କୁ ପରାସ୍ତ କରିଥିଲେ

ପରବର୍ତ୍ତୀ ରାଉଣ୍ଡରେ ତନ୍ବୀ ନିଜ ଦେଶର ଶ୍ରୀୟାଂଶୀ ଭାଲିସେଟ୍ଟୀଙ୍କୁ ଭେଟିବେ। ଶ୍ରୀୟାଂଶୀ ୨୧-୧୫, ୨୧-୧୪ରେ ଚାଇନିଜ୍‌ ତାଇପେଇର ପାଇ ୟୁ-ପୋଙ୍କୁ ପରାସ୍ତ କରିଥିଲେ। ତେବେ ପୁରୁଷ ଯୁଗଳରେ ପୃଥ୍ବୀ କ୍ରୀଷ୍ଣାମୂର୍ତ୍ତି ରୟ ଓ କ୍ରୀଷ୍ଣା ପ୍ରସାଦ ଗରାଜା ୨୧-୧୬, ୨୧-୧୮ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଓରା‌ପୋଲ ଥୋଙ୍ଗସା-ଙ୍ଗା ଓ ଚାଲୋଇମ୍ପନ ଚାରୋଇଏଙ୍କିତାମୋର୍ନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

Team India: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ: ଚିନ୍ତା ବଢ଼ାଇଲା ସାଇ ସୁଦର୍ଶନଙ୍କ ଅନୁପସ୍ଥିତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.