Backs Applied AI: ଏଆଇ ପାଇଁ ବଡ଼ କମ୍ପାନିରେ ଚାକିରି କମିବ: ନିଲେକାନି

54 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭବିଷ୍ୟତରେ ଭାରତରେ ନୂଆ ନିଯୁକ୍ତି ଓ ରୋଜଗାରର ମୁଖ୍ୟ ମାଧ୍ୟମ ବଡ଼ ବଡ଼ କର୍ପୋରେଟ୍ କମ୍ପାନି ନୁହନ୍ତି, ବରଂ ଦେଶର କୋଟି କୋଟି କ୍ଷୁଦ୍ର ବ୍ୟବସାୟୀ ହେବେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅଧିକ ସଂଗଠିତ ଓ ନିୟମିତ କାର୍ଯ୍ୟ କରୁଥିବା ବଡ଼ କମ୍ପାନିଗୁଡ଼ିକରେ କାମ ସହଜରେ ଅଟୋମେସନ୍ ବା ମେସିନ୍ ଦ୍ୱାରା ହୋଇପାରିବ। ଫଳରେ ଏହି ବଡ଼ ସଂସ୍ଥାଗୁଡ଼ିକରେ ଚାକିରି ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି କହିଛନ୍ତି।

ନ୍ୟାସନାଲ୍ କାଉନ୍‌ସିଲ୍‌ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସେ ସ୍ପଷ୍ଟ କରିଛନ୍ତି ଯେ ବଡ଼ କମ୍ପାନିଗୁଡ଼ିକରେ ପ୍ରତ୍ୟେକ କର୍ମଚାରୀଙ୍କ କାର୍ଯ୍ୟପ୍ରଣାଳୀ ନିର୍ଦ୍ଦିଷ୍ଟ ଯାହାକୁ ଏଆଇ ମାଧ୍ୟମରେ କରିବା ବହୁତ ସହଜ। ଆଗାମୀ ଦିନରେ ଏହି ବଡ଼ କମ୍ପାନିଗୁଡ଼ିକରୁ ନିଯୁକ୍ତି ବଢ଼ିବା ପରିବର୍ତ୍ତେ କମିବ। ଅନ୍ୟପଟେ କ୍ଷୁଦ୍ର ବ୍ୟବସାୟଗୁଡ଼ିକରେ ଜଣେ କର୍ମଚାରୀଙ୍କୁ ଅନେକ ପ୍ରକାରର ଭିନ୍ନ ଭିନ୍ନ କାମ କରିବାକୁ ପଡ଼ିଥାଏ। ତେଣୁ ସେଠାରେ ଏଆଇ ସମ୍ପୂର୍ଣ୍ଣ ଭାବେ ମଣିଷର ସ୍ଥାନ ନେଇପାରିବ ନାହିଁ। ଏହି କାରଣରୁ ନୂଆ ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ହିଁ ଆଗାମୀ ଦିନରେ ଅର୍ଥବ୍ୟବସ୍ଥାର ମୁଖ୍ୟ ଆଧାର ହେବେ। ଏଥିପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଜରେ ଋଣ ଯୋଗାଇଦେବା, ସରଳ ନିୟମାବଳୀ ପ୍ରଣୟନ କରିବା ଓଏନଡିସି ପରି ଡିଜିଟାଲ୍ ମାଧ୍ୟମ ସହ ଯୋଡ଼ିବା ଆବଶ୍ୟକ।

ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା

ଏହା ବ୍ୟତୀତ ଭାରତ କେବଳ ଚିପ୍, ଡାଟା ସେଣ୍ଟର କିମ୍ବା ବଡ଼ ଏଆଇ ମଡେଲ୍ ତିଆରି କରିବା ପରି ଭିତ୍ତିଭୂମି ପ୍ରତିଯୋଗିତାରେ ନ ପଶି ଏଆଇର ବ୍ୟାବହାରିକ ବ୍ୟବହାର ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ସାଧାରଣ ଲୋକଙ୍କ ଜୀବନଧାରଣକୁ ସହଜ କରିବା ପାଇଁ ଏଆଇକୁ ବ୍ୟବହାର କରାଯିବା ଦରକାର। ବିଶେଷ କରି ଇଂରାଜୀ ବଦଳରେ ଭାରତୀୟ ଆଞ୍ଚଳିକ ଭାଷା ଓ ଭଏସ୍ ଜରିଆରେ ଏଆଇ ଚଲାଇବାର ସୁବିଧା ହେଲେ ଦେଶର କୋଟି କୋଟି ନାଗରିକ ଏହାର ପ୍ରକୃତ ଫାଇଦା ପାଇପାରିବେ।

କର୍ମଚାରୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରି ନିଲେକାନି କହିଛନ୍ତି ଯେ ଆଜିକାଲି ଲୋକମାନେ ପ୍ରାୟତଃ ଚାକିରି ବଦଳାଉଛନ୍ତି ଏବଂ ଗିଗ୍ କାମ ବଢ଼ୁଛି। ଏପରି ପରିସ୍ଥିତିରେ ଜଣେ ଶ୍ରମିକ କିମ୍ବା କର୍ମଚାରୀ ଗୋଟିଏ କମ୍ପାନି ଛାଡ଼ି ଅନ୍ୟ କମ୍ପାନିକୁ ଗଲେ ମଧ୍ୟ ତାଙ୍କର ପେନ୍‌ସନ୍, ସଞ୍ଚୟ, ବୀମା, ସ୍ୱାସ୍ଥ୍ୟସେବା ଏବଂ କାର୍ଯ୍ୟ ଅନୁଭବ ଯେପରି ସୁରକ୍ଷିତ ରହି ସାଙ୍ଗରେ ଯାଇପାରିବ ସେଥିପାଇଁ ଏକ ସାର୍ବଜନୀନ ଡିଜିଟାଲ୍ ବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଜରୁରୀ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.