Babar Azam: ଇଂଲଣ୍ଡ ବିପକ୍ଷ ଟେଷ୍ଟ ବର୍ଜନ ଖବରକୁ ବାବରଙ୍କ ଅସ୍ବୀକାର

1 hour ago 1
ARTICLE AD BOX

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମ୍ୟାଚ୍‌ ବର୍ଜନ କରିବା ନେଇ ପାକିସ୍ତାନ ଦଳୀୟ ପରିଚାଳନା ପକ୍ଷରୁ ତାଙ୍କୁ କୌଣସି ସୂଚନା ମିଳି ନଥିଲା ବୋଲି ଟେଷ୍ଟ ଅଧିନାୟକ ବାବର ଆଜମ କହିଛନ୍ତି। ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବକପ ବିଜୟୀ ଅଧିନାୟକ ଇମ୍ରାନ ଖାନ୍‌ଙ୍କ ପୁଅମାନଙ୍କ ସହ ‘ସ୍କାଏ ସ୍ପୋର୍ଟସ୍‌’ର ଏକ ସାକ୍ଷାତକାର ପ୍ରସାରଣକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଅସନ୍ତୁଷ୍ଟ ଥିବା ଖବର ପ୍ରକାଶ ପାଇଥିଲା।

ଇଂଲଣ୍ଡ ୧୯୪ ରନରେ ବିଜୟୀ

ରିପୋର୍ଟ ଅନୁସାରେ, ସାକ୍ଷାତକାର ପ୍ରସାରଣ ହେଲେ ପାକିସ୍ତାନ ଦଳ ଲର୍ଡସ ଟେଷ୍ଟ ବର୍ଜନ କରିବା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଗସ୍ତର ଅବଶିଷ୍ଟ ଅଂଶ ମଧ୍ୟ ଛାଡ଼ିଦେବାକୁ ଧମକ ଦେଇଥିଲା। ଏହା ସତ୍ତ୍ବେ ସାକ୍ଷାତକାର ପ୍ରସାରଣ ହୋଇଥିଲା। କିନ୍ତୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ହସ୍ତକ୍ଷେପ ପରେ ପାକିସ୍ତାନ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ସୂଚନାଯୋଗ୍ୟ ଯେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ୧୯୪ ରନରେ ବିଜୟୀ ହୋଇଛି। ତୃତୀୟ ଟେଷ୍ଟ ସେପ୍ଟେମ୍ବର ୯ରୁ ବର୍ମିହାମଠାରେ ଆରମ୍ଭ ହେବ।

WTC: ଡବ୍ଲୁଟିସି ମାନ୍ୟତା: ଭାରତ ତଳେ ଇଂଲଣ୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.