ARTICLE AD BOX
ନୂଆଦିଲ୍ଲୀ: ଚଳଚ୍ଚିତ୍ର କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକୁ ସ୍ବୀକୃତି ଦେଇ ଭାରତ ସରକାରଙ୍କ ପକ୍ଷରୁ ଶନିବାର ୭୨ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୨୦୨୬ ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକିଲ ୩୭୦’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ଲହରୀ’କୁ ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଛି।
ଆହୁରି ପଢନ୍ତୁ:Action: ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି
‘ଆର୍ଟିକିଲ୍ ୩୭୦’ ପାଇଁ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ‘ବ୍ରମାଯୁଗମ୍’ ପାଇଁ ମାମୁଟ୍ଟି ଓ ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ ଆର୍ୟନଙ୍କୁ ମିଳିତ ଭାବରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ବିଜେତା ଘୋଷଣା କରାଯାଇଛି। ରାଜକୁମାର ପେରିଆସାମି ‘ଅମରନ୍’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ମନୋରଞ୍ଜନ ପ୍ରଦାନକାରୀ ଚଳଚ୍ଚିତ୍ର ପୁରସ୍କାର ‘କଳକୀ ୨୮୯୮ ଏଡି’ କୁ ଓ ଜାତୀୟ, ସାମାଜିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ‘କ୍ୟାପ୍ଟେନ ମିଲର’ ବିଜେତା ହୋଇଛି। ଶ୍ରେଷ୍ଠ ସହ ଅଭିନେତା ଭାବରେ ‘ଭକ୍ଷକ’ ପାଇଁ ସଞ୍ଜୟ ମିଶ୍ରଙ୍କୁ ବିଜେତା ଘୋଷଣା କରାଯାଇଛି। ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ‘ମିଥା (କନ୍ନଡ)’ ପାଇଁ ରୋପାଶ୍ରୀ ଭାର୍କାଡି ଓ ‘ମହାରାଜା (ତାମିଲ)’ ପାଇଁ ସଚ୍ଚାନା ନମିଦାସ୍ଙ୍କ ନାମ ଘୋଷଣା କରାଯାଇଛି।
ଆହୁରି ପଢନ୍ତୁ:Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୭ ଗୁରୁତର
‘ଶ୍ରୀକାନ୍ତ’କୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର , ‘ରାୟଣ’କୁ ଶ୍ରେଷ୍ଠ ତାମିଲ୍ ଚଳଚ୍ଚିତ୍ର, ‘କମିଟି କୁରୋଲୁ’କୁ ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର, ‘ମୁକ୍କମ୍ ପୋଷ୍ଟ ବୋମ୍ବିଲୱାଡି’କୁ ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ‘ସୁନୀତା’ ଶ୍ରେଷ୍ଠ ମଣିପୁରୀ ଚଳଚ୍ଚିତ୍ର ହୋଇଛି। ଅଭୟ ଯୋଧପୁର ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ଓ ଭାଇକମ୍ ବିଜୟଲକ୍ଷ୍ମୀ ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ୍ଟ ଗାୟିକା ବିବେଚିତ ହୋଇଛନ୍ତି। ମାଲାୟଲମ ଚଳଚ୍ଚିତ୍ର ନିର୍ମାତା ଜୟରାଜ ଫିଲ୍ମ ଜୁରିର ଅଧ୍ୟକ୍ଷତା କରିଥିଲେ। ୨୦୨୪ରେ ସିବିଏଫ୍ସି ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି।

1 hour ago
1


