ARTICLE AD BOX
ସିଡନୀ: ଖରାପ ଫର୍ମ ସତ୍ତ୍ୱେ ମାର୍ନସ୍ ଲାବୁସାନେଙ୍କୁ ଆସନ୍ତା ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟେଷ୍ଟ ଶୃଙ୍ଖଳା ପାଇଁ ଘୋଷିତ ୧୬ ଜଣିଆ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ମିଳିଛି। ଲାବୁସାନ୍ଙ୍କୁ ନିକଟରେ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିଲେ ମଧ୍ୟ ଟେଷ୍ଟ ଦଳରେ ତାଙ୍କ ଉପରେ ଚୟନକର୍ତ୍ତାମାନେ ଭରସା ରଖିଛନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ୩ଟି ପାଳିରୁ ମାତ୍ର ୩୬ ରନ୍ କରିଥିବା ଲାବୁସାନ୍ଙ୍କ ନମ୍ବର-୩ ସ୍ଥାନକୁ ନେଇ ପ୍ରଶ୍ନ ଉଠିଛି। ତଥାପି ନିଜ ଜନ୍ମମାଟି ଦକ୍ଷିଣ ଆଫ୍ରିକାରେ ତାଙ୍କର ଭଲ ରେକର୍ଡ ରହିଛି। ଦଳରେ ଅଲରାଉଣ୍ଡର କୁପର କନୋଲି, ଦ୍ରୁତ ବୋଲର ମାଇକେଲ ନେସର ଓ ବାମହାତୀ ସ୍ପିନର ମାଥ୍ୟୁ କୁନେମାନଙ୍କୁ ସାମିଲ କରାଯାଇଛି।
୨୦୧୮ ପରେ ପ୍ରଥମ ଥର
ଅକ୍ଟୋବରରେ ଡର୍ବାନ୍, ଗକେବେର୍ହା ଓ କେପ୍ଟାଉନ୍ରେ ୩ଟି ଟେଷ୍ଟ ଖେଳାଯିବ। ୨୦୧୮ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବ ଅଷ୍ଟ୍ରେଲିଆ। ଏହି ଶୃଙ୍ଖଳା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଅଧିନରେ ଆସୁଥିବାରୁ ଏହାର ଗୁରୁତ୍ବ ରହିଛି।
Tri-Series Trophy: ଜିମ୍ବାୱେକୁ ହରାଇ ଦକ୍ଷିଣ ଆଫ୍ରିକା ଜିତିଲା ତ୍ରିରାଷ୍ଟ୍ରୀୟ ଟ୍ରଫି
ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କ୍ୟାରି, କୁପର କନୋଲି, କାମେରନ୍ ଗ୍ରିନ୍, ଜୋଶ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗ୍ଲିସ୍, ମାଥ୍ୟୁ କୁନେମାନ, ମାର୍ନସ୍ ଲାବୁସାନ୍, ନାଥନ୍ ଲିଅନ, ମାଇକେଲ୍ ନେସର, ମାଥ୍ୟୁ ରେନସ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ ଓ ବିଉ ୱେବ୍ଷ୍ଟର।

3 weeks ago
13


