Attack: ସୂଚନା ଅଧିକାର କର୍ମୀଙ୍କ ଉପରେ ପୁଣି ଆକ୍ରମଣ; ଲହୁଲୁହାଣ ହେଲେ ସୁରଥ

3 hours ago 2
ARTICLE AD BOX

ସିନ୍ଧେକେଲା (ଅନିଲ କୁମାର ତ୍ରିପାଠୀ):ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ସୂଚନା ଅଧିକାର କର୍ମୀ ସୁରଥ ବେହେରାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସେ ଆଜି ନିଜ ଇଲେକ୍ଟ୍ରିକ ସ୍କୁଟି ଯୋଗେ ସିନ୍ଧେକେଲା ଥାନା ଅନ୍ତର୍ଗତ ଭୁରସାଗୁଡ଼ା-କୁହୁରା ରାସ୍ତାରେ କୌଣସି କାମରେ ଯାଉଥିବା ବେଳେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। 

ଭୁର୍ସାଗୁଡ଼ା-କୁହୁରା ରାସ୍ତାରେ ତିଆରି ହୋଇଥିବା ପଞ୍ଚାୟତ ଗୃହ ନିକଟରେ ଆକ୍ରମଣ ହୋଇଥିବା ବେଳେ ଉକ୍ତ ସ୍ଥାନ ନିଛାଟିଆ ହୋଇଥିବା ଏବଂ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ ଏହି ରାସ୍ତା ଦେଇ ବହୁତ କମ୍ ଲୋକ ଯାତାୟତ କରି ଥାଆନ୍ତି। ତେଣୁ ଆକ୍ରମଣକାରୀମାନେ ଏହି ସ୍ଥାନଟିକୁ ବାଛି ଥାଇପାରି ଥାଆନ୍ତି ବୋଲି ଚର୍ଚ୍ଚା ହେଉଛି। 

ଖବରପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ବେଳେ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସ୍ଥାନୀୟ ଲୋକେ ଖବର ପାଇ ଆମ୍ବୁଲାନ୍ସ ଯୋଗେ ସିନ୍ଧେକେଲା ହସ୍ପିଟାଲକୁ ନେଇଥିଲେ।ତେବେ ପ୍ରବଳ ମାତ୍ରାରେ ମାଡ଼ ହୋଇଥିବାରୁ ଅବସ୍ଥା ଗୁରୁତର ଥିବା ଦେଖିବାକୁ ମିଳିଛି।  

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ

ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ଆରଟିଆଇ କର୍ମୀ ସୁବାଷ ଚନ୍ଦ୍ର ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ଗତ ମେ' ମାସରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଜାତୀୟ ରାଜପଥ (ଏନ୍‌ଏଚ୍‌ ୫୫) ନିକଟରେ ଖଣ୍ଡାରେ ହାଣି ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.