ARTICLE AD BOX
ବୈଶିଙ୍ଗା:ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥ ସ୍ଥିତ ପଦ୍ମନାଭପୁର ଟୋଲଗେଟରେ ଶୁକ୍ରବାର ମଧ୍ୟରାତ୍ରିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଟୋଲ ଆଦାୟକୁ କେନ୍ଦ୍ର କରି ଜଣେ ଟ୍ରକ ଚାଳକ ଓ ଟୋଲ କର୍ମଚାରୀଙ୍କ ମଧ୍ୟରେ ବଚସା ହେବା ପରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା। ଅଭିଯୋଗ ଅନୁଯାୟୀ, ଟ୍ରକ ଚାଳକ ଏକ ଖଣ୍ଡାରେ ଟୋଲଗେଟରେ କାର୍ଯ୍ୟରତ କର୍ମଚାରୀ ବିବେକ ତିୱାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ବିବେକଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇ ଅନ୍ତବୁଜୁଳା ବାହାରି ଗୁରୁତର ଆହତ ହୋଇଥିବାବେଳେ ପ୍ରଥମେ ତାଙ୍କୁ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।
Temple Theft: କୁମୁଦେଶ୍ୱର ଶିବ ମନ୍ଦିରରୁ ଚୋରି: ଲୁଟିନେଲେ ଅଷ୍ଟଧାତୁର ଚାରି ବିଗ୍ରହ ମୂର୍ତ୍ତି
ଘଟଣା ପରେ ଅଭିଯୁକ୍ତ ଟ୍ରକ ନେଇ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ବେତନଟୀ ଢାବା ନିକଟରେ ସଂପୃକ୍ତ ଟ୍ରକକୁ ଜବତ କରିଥିଲା। ସେହି ସହିତ ଟ୍ରକ ଚାଳକ ଉତ୍ତର ପ୍ରଦେଶର ଦିଲବାଗ ସିଂ (୬୧) ଓ ତାଙ୍କ ପୁଅ ମନଦୀପ ସିଂ (୨୧)ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଦିଲବାଗ ସିଂ ଜଣେ ଅବସରପ୍ରାପ୍ତ ସିଆରପିଏଫ କର୍ମଚାରୀ ବୋଲି ଜଣାପଡ଼ିଛି।
ସିସିଟିଭି ଆଧାରରେ ତଦନ୍ତ
ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣରେ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ମଧ୍ୟ ଛାନଭିନ ଚାଲିଛି। ଘଟଣାକୁ ନେଇ ଟୋଲଗେଟ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବୈଶିଙ୍ଗା ପୁଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

1 hour ago
1


