Attack: ଇରାନ ଉପରେ ଆକ୍ରମଣ ନୁହେଁ, ଚାପ ବଢ଼ାଇବେ ଟ୍ରମ୍ପ : ଆର୍ଥିକ ଅବରୋଧ ଜାରି ରଖିବା ଯୋଜନା

1 day ago 4
ARTICLE AD BOX

ୱାସିଂଟନ: ଇରାନ ସହ ଯୁଦ୍ଧକୁ ଆଉ ତୀବ୍ର କରିବା କିମ୍ବା ଆମେରିକାର ସର୍ତ୍ତ ଅନୁଯାୟୀ ହେଉ ନ ଥିବା ଶାନ୍ତିଚୁକ୍ତିରେ ସ୍ୱାକ୍ଷର କରିବା ପରିବର୍ତ୍ତେ ଏକ ତୃତୀୟ ରାସ୍ତା ବାଛିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ଉପରେ ସାମରିକ ଆକ୍ରମଣ ନ କରି ତା’ର ଅର୍ଥନୀତିକୁ ଅଧିକ ଦୁର୍ବଳ କରିବା ଲାଗି ଆର୍ଥିକ ଚାପ ଓ ଅବରୋଧକୁ ତୀବ୍ର କରିବାକୁ ଆମେରିକା ଯୋଜନା କରୁଛି। ଏହାଦ୍ୱାରା ଇରାନର ସାମରିକ କ୍ଷମତା ଏବଂ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀକୁ ସହାୟତା ଦେବାର ସାମର୍ଥ୍ୟ ହ୍ରାସ ପାଇବ ବୋଲି ଟ୍ରମ୍ପ ପ୍ରଶାସନ ଆଶା ରଖିଛି।

ଆହୁରି ପଢନ୍ତୁ :Balijatra 2026: କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମଙ୍ଗଳବାର ପ୍ୟାରିସ୍‌ରେ ଜି-୭ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ରଣନୀତି ସମ୍ପର୍କରେ ସୂଚନା ଦେଇଥିବା ରିପୋର୍ଟ ହୋଇଛି। ରୁବିଓ କହିଛନ୍ତି, ଟ୍ରମ୍ପଙ୍କ ପାଖରେ କେବଳ ଯୁଦ୍ଧକୁ ଫେରିବା କିମ୍ବା ଚୁକ୍ତି କରିବା ଭଳି ଦୁଇଟି ବିକଳ୍ପ ନାହିଁ। ଆମେରିକା ଏବେ ଯେଉଁ ଚାପ ଅଭିଯାନ ଚଳାଇଛି, ତାହାକୁ ଜାରି ରଖିବା ମଧ୍ୟ ଏକ ବିକଳ୍ପ। ତାଙ୍କ ମତରେ, ଇରାନ ନିଜର ଅର୍ଥନୀତିକୁ ନିଜେ କ୍ଷତି ପହଞ୍ଚାଉଛି ଏବଂ ଏହି ଚାପ ଯୋଗୁଁ ତେହେରାନ ଉପରେ ଖର୍ଚ୍ଚର ବୋଝ ବଢ଼ିବ।

ଆହୁରି ପଢନ୍ତୁ :National Education Day: ଆଜି ଜାତୀୟ ଶିକ୍ଷା ଦିବସ, ଜାଣନ୍ତୁ ମୌଲାନା ଆବୁଲ କଲାମ ଆଜାଦଙ୍କ ଚିନ୍ତାଧାରା କିପରି ବଦଳାଇଥିଲା ଦେଶର ଶିକ୍ଷା ବ୍ୟବସ୍ଥା...

ସୋମବାର କତରର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ୍‌ରହମାନ୍‌ ଅଲ୍‌ ଥାନିଙ୍କ ସହ ବୈଠକ ପରେ ଟ୍ରମ୍ପ ଇରାନ ଉପରେ ନୂଆ ସାମରିକ ଆକ୍ରମଣର ସମ୍ଭାବନା କମ୍‌ ବୋଲି କହିଥିଲେ। ତେଣୁ ଆମେରିକା ନୌସେନା ଅବରୋଧ ଓ ଅର୍ଥନୈତିକ କଟକଣା ଜାରି ରଖିବା ସହ ‘ଆଇରନ୍‌ ଗେଟ୍‌’ ନାମରେ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରୁଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି, ଇରାନ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ବୈଷୟିକ ଉପକରଣ ଚାଲାଣ କରୁଥିବା ସ୍ଥଳପଥଗୁଡ଼ିକୁ ବନ୍ଦ କରିବା। ଏହି ରଣନୀତିକୁ ରୁବିଓଙ୍କ ସହ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍‌ ବେସେଣ୍ଟ୍‌, ସିଆଇଏ ନିର୍ଦ୍ଦେଶକ ଜନ୍‌ ରାଟ୍‌କ୍ଲିଫ୍‌ ଏବଂ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଜାରେଡ୍‌ କୁଶନର୍‌ ସମର୍ଥନ କରୁଥିବା ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମତରେ, ଇରାନର ବର୍ତ୍ତମାନର ଆଲୋଚନା ପ୍ରସ୍ତାବ ଆମେରିକାର ସ୍ୱାର୍ଥ ପୂରଣ କରୁନାହିଁ। ତେଣୁ ନୂଆ ଯୁଦ୍ଧ ଆରମ୍ଭ ନ କରି ଆର୍ଥିକ ଚାପ ବଢ଼ାଇବା ଉଚିତ। ଇରାନ ଚୁକ୍ତି ଚାହୁଥିବା କହୁଥିଲେ ମଧ୍ୟ ଆଲୋଚନା ପାଇଁ ଗ୍ରହଣଯୋଗ୍ୟ ପ୍ରସ୍ତାବ ଦେଉନାହିଁ ବୋଲି ଆମେରିକା ଅଭିଯୋଗ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.