Attack in Ukraine: ୟୁକ୍ରେନ ରାଜଧାନୀରେ ରୁଷ୍‌ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ, ୧୭ ମୃତ

1 week ago 7
ARTICLE AD BOX

କିବ୍‌: ବୁଧବାର ରାତିରେ ରୁଷ ୟୁକ୍ରେନ ରାଜଧାନୀ କିବ୍‌ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ କରିବା ଫଳରେ ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଏକ ରେଳ ଷ୍ଟେସନ୍ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି।

ଜେଲେନସ୍କିଙ୍କ ଅନୁଯାୟୀ ଆକ୍ରମଣରେ ଏକ କମ୍ପାନି, ନିର୍ମାଣ ସାମଗ୍ରୀ ଗୋଦାମ ଏବଂ ଏକ ଡାକ ପାର୍ସଲ୍ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରତିଷ୍ଠାନ ଗୁଡ଼ିକର ଯୁଦ୍ଧ ସହ କୌଣସି ସମ୍ପର୍କ ନଥିବା ଜେଲେନସ୍କି କହିଛନ୍ତି। କିନ୍ତୁ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଉକ୍ତ ପ୍ରତିଷ୍ଠାନଗୁଡ଼ିକ ସେନା ସହ ଜଡ଼ିତ ଥିଲା। ଗତ ରାତିରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣ ଚଳିତ ଗ୍ରୀଷ୍ମ ଋତୁରେ ରୁଷ ପକ୍ଷରୁ କରାଯାଉଥିବା ବଡ଼ ଧରଣର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ସଦ୍ୟତମ ଘଟଣା।

ୟୁକ୍ରେନ ପାଖରେ ଆମେରିକା ନିର୍ମିତ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ଘୋର ଅଭାବ ରହିଛି। ଏହି ବ୍ୟବସ୍ଥା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ଏକମାତ୍ର ଅସ୍ତ୍ର। ଇରାନ ଯୁଦ୍ଧ ପରେ ଏହି ଗୋଳାବାରୁଦର ଅଭାବ ଆହୁରି ବଢ଼ିଯାଇଥିବାରୁ ଜେଲେନସ୍କି ଅନ୍ୟ ଦେଶଗୁଡ଼ିକୁ ଅଧିକ ମିସାଇଲ୍ ଯୋଗାଇବାକୁ ଅନୁରୋଧ କରିଛନ୍ତି। ଜେଲେନସ୍କି କହିଛନ୍ତି, ଚଳିତ ବର୍ଷର ପ୍ରଥମ ଛଅ ମାସରେ ୟୁକ୍ରେନକୁ ମିଳିଥିବା ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ରର ପରିମାଣ ୨୦୨୫ ତୁଳନାରେ ଏକ ତୃତୀୟାଂଶକୁ ଖସିଆସିଛି।

Iran Attack: ପୁଣି ବାରୁଦରେ ଜଳିଲା ମଧ୍ୟପ୍ରାଚ୍ୟ: ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ଆଜି ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ବାଲିଷ୍ଟିକ୍ ଇଣ୍ଟରସେପ୍ଟର ଥିଲେ ବଞ୍ଚାଇବା ସମ୍ଭବ ହୋଇପାରିଥାନ୍ତା ବୋଲି ଜେଲେନସ୍କି କହିଛନ୍ତି। ୟୁକ୍ରେନ ଦାବି ଅନୁଯାୟୀ ତିନି ସପ୍ତାହରୁ କମ୍ ସମୟ ମଧ୍ୟରେ୧୪ଟି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଗୁଡ଼ିକ ସେନା ପାଇଁ ବ୍ୟବହାରଯୋଗ୍ୟ ସାମଗ୍ରୀ ଯୋଗାଇଥାନ୍ତି। ଅନ୍ୟପକ୍ଷେ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଗତ ରାତିରେ ୧୬ଟି ରୁଷ ଅଞ୍ଚଳ, କ୍ରିମିଆ ଓ ଆଜୋଭ୍ ଏବଂ କୃଷ୍ଣସାଗର ଉପରେ ଉଡୁଥିବା ୪୭୫ଟି ୟୁକ୍ରେନୀୟ ଡ୍ରୋନ୍‌କୁ ସେମାନଙ୍କ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱଂସ କରିଛି। ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ରୁଷ ୨୪ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ୪ଟି ହାଇପରସୋନିକ୍ ଜିର୍କନ୍ କିମ୍ବା ସୁପରସୋନିକ୍‌ କ୍ଷେପଣାସ୍ତ୍ର ଏବଂ ୧୧୫ଟି ଡ୍ରୋନ୍ ବ୍ୟବହାର କରିଥିଲା। ଏଥିମଧ୍ୟରୁ ଅନେକ ଜେଟ୍-ଚାଳିତ ଥିବାରୁ ସେଗୁଡ଼ିକୁ ଅଟକାଇବା କଷ୍ଟକର ଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.