ARTICLE AD BOX
ବାଲିଅନ୍ତା ବଜାର: ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ପୁରୁଣା ଜଗନ୍ନାଥ ସଡ଼କ ଅଞ୍ଚଳରେ କିଛି ଲୁଟେରା ଉନ୍ମତ୍ତକାଣ୍ଡ ଘଟାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଲୁଟେରା ଗ୍ୟାଙ୍ଗ୍ ଏକ ଏଟିଏମ୍ ଭାଙ୍ଗି ଲୁଟିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। କିନ୍ତୁ ସେଥିରେ ବିଫଳ ହେବା ପରେ ଏଟିଏମ୍ ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରିକରି ପଳାଇଥିଲେ। ସେହିଭଳି ଅନ୍ୟଜଣକ ବାଇକ୍କୁ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ୪ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ବ୍ୟାଙ୍କ ଓ ବାଇକ୍ ମାଲିକମାନଙ୍କ ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି।
Blunt Black Perfume: ବ୍ଲଣ୍ଟ୍ ବ୍ଲାକ୍ ପରଫ୍ୟୁମ୍ ଉନ୍ମୋଚିତ
ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକେ ପ୍ରାତଃଭ୍ରମଣ କରୁଥିବା ବେଳେ ପୁରୁଣା ଜଗନ୍ନାଥ ସଡ଼କସ୍ଥିତ ତାରିଣୀ ମନ୍ଦିର ନିକଟ ଏସ୍ବିଆଇ ଏଟିଏମ୍ ଭଙ୍ଗା ହୋଇଥିବା ଦେଖିଥିଲେ। ଏଟିଏମ୍ର ଗ୍ରିଲ୍ କଟା ହୋଇଥିଲା ଏବଂ ବୈଦ୍ୟୁତିକ ଉପକରଣ ଭଙ୍ଗାରୁଜା ହୋଇ ପଡ଼ିଥିଲା। ତୁରନ୍ତ ସେମାନେ ବାଲିଅନ୍ତା ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚିବା ପରେ ଜଣାପଡ଼ିଲା ଯେ ଦୁର୍ବୃତ୍ତମାନେ ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସାଇରନ୍ ତାର ଛିଡ଼ି ତଳେ ପଡ଼ିଥିଲା। ତେଣୁ ଅନୁମାନ କରାଯାଉଛି ଯେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ୍ ଭାଙ୍ଗିବା ବେଳେ ସାଇରନ୍ ବାଜିଥିଲା। ତେଣୁ ସେମାନେ ସାଇରନ୍ ତାର କାଟି ଦେଇଥିଲେ ଏବଂ ସାଇରନ୍ ବାଜିଥିବାରୁ ପୁଲିସ ଆସିଯିବା ଭୟରେ ସେମାନେ ପଳାଇଥିଲେ। ପରେପରେ ଜଣାପଡ଼ିଲା ଯେ ଏଟିଏମ୍ ପାଖାପାଖି ରହୁଥିବା ଜଣଙ୍କ ପଲସର୍ ବାଇକ୍ ଚୋରି ହୋଇଛି ଏବଂ ଜଣଙ୍କ ବାଇକ୍କୁ କେହି ଭାଙ୍ଗି ପକାଇଛି। ତେଣୁ ପୁଲିସର ସନ୍ଦେହ ଦୁର୍ବୃତ୍ତମାନେ ଏଟିଏମ୍ ଲୁଟ୍ କରିବାରେ ବିଫଳ ହେବା ପରେ ବାଇକ୍ ଚୋରି କରିନେଇଛନ୍ତି। ଲୁଟେରାମାନଙ୍କ ଏହି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଲୋକେ ଦାବି କରିଛନ୍ତି।
Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

1 week ago
4


