ARTICLE AD BOX
ଦୁବାଇ: ଚଳିତ ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ଶ୍ରୀଲଙ୍କା ଅଧିନାୟିକା ଚାମିରା ଆଟାପାଟଉ ନୂଆ ରେକର୍ଡ କରିଛନ୍ତି। ଇଣ୍ଡୋନେସିଆ ବିପକ୍ଷ ଗ୍ରୁପ୍-ବି’ ମ୍ୟାଚ୍ରେ ସେ ୨୧ଟି ବଲ୍ ପକାଇ ୫ ରନ୍ ବ୍ୟୟ କରି ୭ ୱିକେଟ୍ ନେଇଛନ୍ତି। ତାଙ୍କର ଏହି ୭/୫ ଚମତ୍କାର ସ୍ପେଲ୍ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ପାଇଁ ପ୍ରଥମ।
ଆଟାପାଟୁ ୭୫ ରନ୍ରେ ବିଜୟୀ
ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ଇଷ୍ଟର ଏମ୍ବୋଫାନା (୬/୧୧)ଙ୍କ ନାମରେ ଥିଲା। ଏମ୍ବୋଫାନା ୨୦୨୧ରେ ସ୍ବସ୍ତିନି ବିପକ୍ଷରେ ହାସଲ କରିଥିଲେ। ପ୍ରଥମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୬୨ ରନ୍ରେ ୬ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ହେଲେ ଶେଷ ଆଡ଼କୁ ନୀଳଶିଖା ସିଲ୍ଭା (୫୦, ୩୫ ବଲଙ୍କ)ଙ୍କ ଅର୍ଦ୍ଧଶତକ ବଳରେ ୧୨୪/୭ କରିଥିଲା। ଜବାବରେ ଆଟାପାଟୁଙ୍କ ଚମତ୍କାର ସ୍ପେଲ୍ ଯୋଗୁଁ ଇଣ୍ଡୋନେସିଆ ୧୮.୩ ଓଭରରେ ମାତ୍ର ୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ମ୍ୟାଚ୍କୁ ୭୫ ରନ୍ରେ ଜିତି ନେଇଥିଲା।
Hookah Peeke Aata hun: ଧୋନି କହିଲେ: “ହୁକ୍କା ପିଇକି ଆସୁଛି”, ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା

1 hour ago
2


