Assembly Election: କଂଗ୍ରେସର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଖର୍ଚ୍ଚଠାରୁ ପଶ୍ଚିମବଙ୍ଗରେ ଅଧିକ ଖର୍ଚ୍ଚ କରିଥିଲା ବିଜେପି

3 days ago 4
ARTICLE AD BOX

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇ ସେଠାରେ ପ୍ରଥମ ଥର ସରକାର ଗଠନ କରିଛି। ତେବେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି ଯେ, କେବଳ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୮୬.୯୯ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜେପିର ଏହି ଖର୍ଚ୍ଚ କଂଗ୍ରେସ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ କରିଥିବା ନିର୍ବାଚନୀ ପ୍ରଚାର ଖର୍ଚ୍ଚଠାରୁ ବହୁ ଅଧିକ ବୋଲି ଜଣାପଡ଼ିଛି। କଂଗ୍ରେସ୫ଟି ସ୍ଥାନରେ ମୋଟ ୨୪୮.୫୫ କୋଟି ଟଙ୍କା ନିର୍ବାଚନ ପାଇଁ ଖର୍ଚ୍ଚ କରିଥିଲା। ଅପରପକ୍ଷେ ବିଜେପି ଏହି ୫ଟି ସ୍ଥାନରେ ମୋଟ ୫୨୯.୩୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ପଶ୍ଚିମବଙ୍ଗ ବ୍ୟତୀତ ଏଥିରେ ଆସାମ, କେରଳମ୍‌, ତାମିଲନାଡ଼ୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ରହିଛି। 

ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଟିଏମ୍‌ସିର ଖର୍ଚ୍ଚ ବିବରଣୀ ମିଳିପାରି ନାହିଁ

ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ବିଜେପି ୨୧୭.୧୬ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପ୍ରାର୍ଥୀଙ୍କ ପାଇଁ ୬୯.୮୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ନିର୍ବାଚନ ଆୟୋଗରେ ଦାଖଲ ହୋଇଥିବା ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି। ବିଜେପି ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ଗାଦିଚ୍ୟୁତ କରି ମୋଟ ୨୯୩ ଆସନରୁ ୨୦୭ଟି ଜିତିଥିଲା। ଟିଏମ୍‌ସି ମାତ୍ର ୮୦ଟି ଆସନ ଜିତିଥିଲା। କଂଗ୍ରେସର ପ୍ରଭାବ ପଶ୍ଚିମବଙ୍ଗରେ ନଥିଲେ ମଧ୍ୟ ଦଳ ୨୯୩ ଆସନରେ ଲଢ଼ି ଦୁଇଟିରେ ଜିତିଥିଲା। କଂଗ୍ରେସ ପ୍ରଚାରରେ ୧୨.୯୬ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପ୍ରାର୍ଥୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୨୯.୧୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୧ରେ କ୍ଷମତା ହରାଇବା ପୂର୍ବରୁ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ସିପିଆଇ(ଏମ୍) ୧୯୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଗୋଟିଏ ଜିତିଥିଲା। ଏହାର ରାଜ୍ୟ ୟୁନିଟ୍ ପ୍ରାର୍ଥୀଙ୍କ ପାଇଁ ୮.୨୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ କରିଛି। ତେବେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଟିଏମ୍‌ସିର ଖର୍ଚ୍ଚ ବିବରଣୀ ମିଳିପାରି ନାହିଁ।

ଅନ୍ୟପକ୍ଷରେ କେରଳମ୍‌ରେ କଂଗ୍ରେସ ୬୩ ଆସନ ଜିତି ସରକାର ଗଠନ କରିଥିବାବେଳେ ସିପିଆଇଏମ୍‌ ନେତୃତ୍ବାଧୀନ ଏଲ୍‌ଡିଏଫ୍‌କୁ ହରାଇଥିଲା। ବିଜେପି ୩ଟି ଆସନରେ ଜିତିଥିଲା। କଂଗ୍ରେସ ଏହାର ମୁଖ୍ୟାଳୟ ଓ ରାଜ୍ୟ ୟୁନିଟ୍ ମାଧ୍ୟମରେ କେରଳମ୍‌ରେ ୧୦୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୭୧.୩୦ କୋଟି ପ୍ରଚାର ଓ ୩୪.୦୫ କୋଟି ପ୍ରାର୍ଥୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ କରିଥିଲା। ବିଜେପି କେରଳମ୍‌ରେ ୮୨.୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ପ୍ରଚାରରେ ୫୪.୯୩ କୋଟି ଓ ପ୍ରାର୍ଥୀଙ୍କ ଉପରେ ୨୭.୭୪ କୋଟି ଖର୍ଚ୍ଚ କରିଛି। ସିପିଆଇଏମ୍‌ କେରଳମ୍‌ରେ ଏକ ବଡ଼ ଶକ୍ତି ହୋଇଥିଲେ ମଧ୍ୟ ମାତ୍ର ୨୮ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ୨୬ କୋଟି ଓ ୩୦ ଲକ୍ଷ ଟଙ୍କା ପ୍ରଚାର ଓ ୨ କୋଟି ୩୧ ଲକ୍ଷ ଟଙ୍କା ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ ହୋଇଥିଲା। ବିଜେପି ପଶ୍ଚିମବଙ୍ଗ ଓ କେରଳମ୍‌ ବ୍ୟତୀତ ଆସାମରେ ୯୬.୨୭ କୋଟି, ତାମିଲନାଡୁରେ ୫୧.୫୬ କୋଟି ଓ ପୁଡୁଚେରୀରେ ୧୧.୯୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ କରିଛି। ପାଞ୍ଚଟି ନିର୍ବାଚନରେ କଂଗ୍ରେସ ପ୍ରଚାର ପାଇଁ ୧୪୩ କୋଟି ଟଙ୍କା ଓ ପ୍ରାର୍ଥୀଙ୍କ ପାଇଁ ୧୦୫.୫୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ କରିଛି, ଯାହା ମୋଟ ୨୪୮.୫୫ କୋଟି ଟଙ୍କାକୁ ବୃଦ୍ଧି କରିଛି।

ଇସ୍ତଫା ନଦେଲେ ଦେଶବ୍ୟାପୀ ଆନ୍ଦୋଳନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.