Ask Google Pay: ଖର୍ଚ୍ଚ ଟ୍ରାକ୍‌ କରି ସଞ୍ଚୟ ଶିଖାଉଛି ଆସ୍କ୍ ଗୁଗୁଲ୍‌ପେ’

1 week ago 5
ARTICLE AD BOX

ଗୁଗୁଲ୍‌ପେ’ କଥା ଆପଣ ନିଶ୍ଚୟ ଜାଣିଥିବେ। ଏଥିରେ ଟଙ୍କା ଦେଣନେଣ ବି କରିଥିବେ। ଗୁଗୁଲ୍‌ ଏବେ ‘ଆସ୍କ୍‌ ଗୁଗୁଲ୍‌ପେ’ର ପ୍ରଚଳନ କରିଛି। ଏହା ହେଉଛି ନୂତନ ଭାବେ ଜେମିନି ଦ୍ବାରା ଚାଳିତ ଏଆଇ ଆସିଷ୍ଟାଣ୍ଟ୍‌, ଯାହାକୁ ଗୁଗୁଲ୍‌ ପେ’ ଆପ୍‌ ସହିତ ସଂଯୁକ୍ତ କରାଯାଇଛି। ୟୁଜର୍‌ଙ୍କୁ ସେମାନଙ୍କର ଆର୍ଥିକ ସ୍ଥିତି ବୁଝିବାରେ ସାହାଯ୍ୟ କରିବା ପାଇଁ ଏହାର ଡିଜାଇନ୍‌ କରାଯାଇଛି। ଏହି ବୈଶିଷ୍ଟ୍ୟ ୟୁଜର୍‌ଙ୍କୁ ସେମାନଙ୍କର ଖର୍ଚ୍ଚ ସମ୍ପର୍କରେ ପ୍ରଶ୍ନ କରିବା, ଆର୍ଥିକ ଧାରଣା ଶିଖିବା ଓ ନିଜ ଆର୍ଥିକ କାରବାରର ଇତିହାସ ଆଧାରରେ ଟଙ୍କା ସଞ୍ଚୟ କରିବାର ଉପାୟ ବତାଇବ। ତେବେ ଏହି ଆସ୍କ୍‌ ଗୁଗୁଲ୍‌ପେ’ କ’ଣ? ଆସ୍କ୍‌ ଗୁଗୁଲ୍‌ ପେ ହେଉଛି ଏଆଇଚାଳିତ ବ୍ୟବସ୍ଥା, ଯାହା ଗୁଗୁଲ୍‌ପେ’ ଆପ୍‌ରେ ନିର୍ମିତ। ଏହାଦ୍ବାରା ଟ୍ରାଞ୍ଜାକ୍ସନ୍‌ ଇତିହାସ କିମ୍ବା ଆକାଉଣ୍ଟ୍‌ ଷ୍ଟେଟ୍‌ମେଣ୍ଟ୍‌କୁ ମାନୁଆଲି ଦେଖିବା ପରିବର୍ତ୍ତେ, ବ୍ୟବହାରକାରୀମାନେ ସେମାନଙ୍କ ଆର୍ଥିକ ସ୍ଥିତି ବିଷୟରେ ତୁରନ୍ତ ସୂଚନା ପାଇବାକୁ ପ୍ରଶ୍ନ କରି ପାରିବେ। 

Media workshop: ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅଖିଳ କୁମାର ମିଶ୍ର

ଜଣେ ୟୁଜର୍‌ ‘ଗତମାସ ମୁଁ ଖାଦ୍ୟ ବାବଦରେ କେତେ ଖର୍ଚ୍ଚ କରିଥିଲି’ ବା ‘ମୁଁ ମୋର ମାସିକ ଖର୍ଚ୍ଚ କିପରି କମାଇ ପାରିବି’ ଭଳି ପ୍ରଶ୍ନ କରିପାରିବେ। ଉପଲବ୍‌ଧ ତଥ୍ୟ ବିଶ୍ଳେଷଣ କରି ଏଆଇ ୟୁଜର୍‌ଙ୍କୁ ବୁଝାଇଦେବ। ଗୁଗୁଲ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ବୈଶିଷ୍ଟ୍ୟ ଜେମିନି ଏଆଇ ମଡେଲ୍‌ ଦ୍ୱାରା ପରିଚାଳିତ ଓ ବର୍ତ୍ତମାନ ୧୦ଟି ଭାରତୀୟ ଭାଷାରେ ଆପଣ ତଥ୍ୟ ପାଇପାରିବେ। ଉଭୟ ଟେକ୍ସଟ୍‌ ବା ଭଏସ୍‌ ବ୍ୟବହାର କରି ଆସିଷ୍ଟାଣ୍ଟ୍‌ ସହିତ ୟୁଜର୍‌ମାନେ ଯୋଗାଯୋଗ କରିପାରିବେ। ଏଆଇ ଆସିଷ୍ଟାଣ୍ଟ୍‌ ଜଣେ ଉପଭୋକ୍ତାଙ୍କ ଗୁଗୁଲ୍‌ପେ’ କାରବାରର ଇତିହାସ, ଆପ୍‌ ସହିତ ଲିଙ୍କ୍‌ ହୋଇଥିବା କ୍ରେଡିଟ୍‌ ରିପୋର୍ଟର ବିଶ୍ଳେଷଣ କରି ଏହି ସୂଚନା ଦେଇଥାଏ। ଏହି ସୂଚନା ବଳରେ ଜଣେ କୌଣସି କ୍ଷେତ୍ରରେ ନିଜର ଖର୍ଚ୍ଚ କମାଇ ସଞ୍ଚୟ କରିପାରିବେ। ବିଶେଷକରି ଅନାବଶ୍ୟକ ଖର୍ଚ୍ଚ ରୋକିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। 

Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.