Asian Youth 5S Hockey: ଏସୀୟ ଯୁବ ୫ଏସ୍‌ ହକି: ଭାରତର ଅପରାଜେୟ ଧାରା ଜାରି...

3 weeks ago 11
ARTICLE AD BOX

ମସ୍କଟ, ୨୪/୭: ଭାରତର ଉପକନିଷ୍ଠ ମହିଳା ଓ ପୁରୁଷ ଦଳ ଚଳିତ ଏସୀୟ ଯୁବ ୫ଏସ୍‌ ହକି ପ୍ରତିଯୋଗିତାରେ ନିଜ ନିଜ ଏଲିଟ୍‌ ପୁଲ୍‌ରେ ଅପରାଜେୟ ଧାରା ଜାରି ରଖିଛନ୍ତି। ଗୁରୁବାର ମହିଳା ଦଳ ୧୦-୦ରେ କାଜାଖସ୍ତାନକୁ ଏବଂ ପୁରୁଷ ଦଳ ୮-୨ରେ ବାଂଲାଦେଶକୁ ମାତ୍‌ ଦେଇଥିଲେ। ଆରମ୍ଭରୁ ନୌସୀନ ନାଜଙ୍କ ଯୁଗଳ ଗୋଲ୍‌ରେ ଭାରତୀୟ ମହିଳା ଦଳ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଆଉ ୮ ‌ଗୋଲ୍‌ ଲଦି ଭାରତ ବିଜୟୀ ହୋଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସନ୍ଦୀପା କୁମାରୀ (୧୧, ୧୬, ୧୮ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ନୌସୀନ (୧, ୧, ୧୫, ୨୦ ମିନିଟ୍‌) ୪, କିରଣ ଏକ୍କା (୧୫ ମିନିଟ୍‌), ନିଲମ ଟୋପ୍ନୋ (୧୭ ମିନିଟ୍‌) ଓ ପୁଷ୍ପା ମାଞ୍ଝି (୧୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ଆହୁରି ପଢ଼ନ୍ତୁ- Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ବଜ

ପୁରୁଷ ଦଳର ପ୍ରଥମାର୍ଦ୍ଧରେ ବାଂଲାଦେଶ ସହ ସଂଘର୍ଷ

ତେବେ ପୁରୁଷ ଦଳ ପ୍ରଥମାର୍ଦ୍ଧରେ ବାଂଲାଦେଶ ସହ ସଂଘର୍ଷ କରି ୩-୨ରେ ଆଗୁଆ ରହିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ପାଇଥିବା କେତନ କୁଶୱା (୪, ୮ ମିନିଟ୍‌) ଦୁଇଟି ଏବଂ ଶାହରୁଖ ଅଲୀ (୩ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ‌ତେବେ ଦ୍ବିତୀୟାର୍ଦ୍ଧରେ ଭାରତ ୫ ଗୋଲ୍‌ ଲଦିବା ସହ ଗୋଟିଏ ଗୋଲ୍‌ ବରଣ କରି ୮-୩ରେ ବିଜୟ ବାନା ଉଡ଼ାଇଥିଲା। ଏହି ଅର୍ଦ୍ଧ‌ରେ କୁଶୱା (୧୨, ୧୫ ମିନିଟ୍‌) ଆଉ ଦୁଇଟି ଗୋଲ୍‌ ଦେଇଥିଲେ ଏବଂ ରୋମିତ ପାଲ (୧୩ ମିନିଟ୍‌), ପ୍ରହଲାଦ ରାଜଭର (୧୪ ମିନିଟ୍‌) ଓ ରାହୁଲ ଯାଦବ (୧୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.