Asian Rugby challenge: ଏସୀୟ ରଗ୍‌ବି ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ: ୮ ବର୍ଷ ପରେ କଳିଙ୍ଗରେ ଆଜିଠାରୁ ଅନ୍ତର୍ଜାତୀୟ ରଗ୍‌ବି

1 hour ago 1
ARTICLE AD BOX

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାରଠାରୁ ଦୁଇ ଦିନିଆ ୨୦ ବର୍ଷରୁ କମ୍‌ ଏସୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଆରମ୍ଭ ହେବ। ଏଥି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଯେଭଳି ଚଳଚଞ୍ଚଳ ହୋଇଉଠିଛି, ଭାରତୀୟ ଦଳ ମଧ୍ୟ ନିଜକୁ ନୂଆ ଆହ୍ବାନ ପାଇଁ ପ୍ରସ୍ତୁତ କରିଛି। ୮ ବ‌ର୍ଷ ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତା ଫେରିଛି। ଶେଷ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଏସୀୟ ରଗ୍‌ବି ସେଭେନ୍ସର ୧୮ ବର୍ଷରୁ କମ୍‌ ବର୍ଗ ପ୍ରତିଯୋଗିତା ୨୦୧୮ ମସିହାରେ ଖେଳାଯାଇଥିଲା। ଏଥର ୨୦ ବର୍ଷରୁ କମ୍‌ ବର୍ଗର ଏସୀୟ ଲ‌ଢ଼େଇ ପାଇଁ ଭାରତ ସହିତ ମୋଟ ୧୦ ଦେଶ ଅବତୀର୍ଣ୍ଣ ହୋଇଛନ୍ତି। ପୁରୁଷ ବିଭାଗରେ ୧୦ ଦେଶ ଏବଂ ମହିଳା ବିଭାଗରେ ୭ ଦେଶ ପ୍ରତିଦ୍ବନ୍ଦ୍ବିତା କରିବେ। 

Conference: ନଭେମ୍ବର ୧୫ରୁ ଭୁବନେଶ୍ବରରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

ଭାରତୀୟ ଦଳର ପଦକ ଜିତିବା ତଥା ‌ପୋଡିୟମ୍‌ ଫିନିସ୍‌ ସମ୍ଭାବନାକୁ ନେଇ ସ୍ପଷ୍ଟ ଉତ୍ତର ରଖି ନଥିଲେ ରଗ୍‌ବି ଇଣ୍ଡିଆ ସହାସଚିବ ତଥା ଏସୀୟ ରଗ୍‌ବି କାର୍ଯ୍ୟକାରୀ କମିଟି ସଦସ୍ୟ ଗେରାର୍ଡ ପ୍ରଭୁ। ‘‘ଆମ ପୁରୁଷ ଓ ମହିଳା ଦଳ ଭଲ ପ୍ରସ୍ତୁତି କରିଥିବାରୁ ଆଶା ରହିଛି। ବରିଷ୍ଠ ବର୍ଗର ପ୍ରସ୍ତୁତି ପାଇଁ ଏହା ଏକ ମହତ୍ବପୂର୍ଣ୍ଣ ପ୍ରତିଯୋଗିତା। ଘରୋଇ ମାଟିରେ ଏଭଳି ଏକ ଉଚ୍ଚମାନ୍ୟତାର ଲଢ଼େଇ ଭାରତୀୟ ଖେଳାଳିଙ୍କୁ ବଡ଼ ସୁଯୋଗ ଦେବ ଏବଂ ଯୁବ ଖେଳାଳିଙ୍କୁ ପ୍ରେରିତ କରିବ’’ ବୋଲି ଶ୍ରୀ ପ୍ରଭୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଏସୀୟ ରଗ୍‌ବି ସେଭେନ୍ସରେ ଭାରତୀୟ ମହିଳା ଦଳ କାଂସ୍ୟ ପଦକ ଜିତିଥିଲା। ପୁରୁଷ ଦଳ କିନ୍ତୁ ପୋଡିୟମ୍‌ ଫିନିସ୍‌ କରିପାରିନଥିଲା।
ଓଡ଼ିଶା ୮ ବର୍ଷ ପରେ ଏକ ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତା ଆୟୋଜନ କରିଥିବାରୁ ଏହା ଖୁସି ଓ ଗର୍ବର ବିଷୟ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଥିଲେ।

Horoscope 2026 November 14: ଜାଣନ୍ତୁ ଆଜିର ରାଶିଫଳ...

ଉଭୟ ପୁରୁଷ ଓ ମହିଳା ଦଳରେ ୮ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇବା, ଅଫିସିଆଲ୍‌ ଲୋଗୋରେ ଓଡ଼ିଶା ସଂସ୍କୃତିର ଛାପ ‘ଝୋଟି ଚିତା’କୁ ଚିତ୍ରିତ କରାଯିବା ଆମ ପାଇଁ ଖୁସିର କଥା ବୋଲି ସେ ପ୍ରକାଶ କରିଥିଲେ। କ୍ରୀଡ଼ା ଭିତ୍ତିଭୂମିରେ ବିନିଯୋଗ ସହିତ ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ଫଳରେ ପ୍ରତି ସ୍ତରରେ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟ ଖେଳ ଭଳି ରଗ୍‌ବି ପାଇଁ ଆବଶ୍ୟକ ୪ ପ୍ରମୁଖ ସାମର୍ଥ୍ୟ-ଶକ୍ତି, ଗତି, ମତି ଓ ରଣନୀତିରେ ଓଡ଼ିଶା ଖେଳାଳିଙ୍କ ଅବଦାନ ରହିଛି। ପଡ଼ିଆରୁ ପୋଡିୟମ୍‌ ପର୍ଯ୍ୟନ୍ତ ସଫଳତାର ଛାପ ଛାଡ଼ିବା ପାଇଁ ସରକାରଙ୍କ ଆଭିମୁଖ୍ୟ ଜାରି ରହିଛି ବୋଲି ସେ ଦୋହରାଇଥିଲେ। ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଏସୀୟ ରଗ୍‌ବି ସେଭେନ୍ସ ଟ୍ରଫିକୁ ଖେଳାଳିଙ୍କ ଗହଣରେ ଉନ୍ମୋଚନ କରିଥିଲେ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳର କ୍ୟାପ୍‌ଟେନ୍‌ଙ୍କୁ ଶୁଭକାମନା ଜଣାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ୟେଦୁଲା ବିଜୟ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓର୍‌ଫା)ର ସଭାପତି ପ୍ରିୟଦର୍ଶୀ ମିଶ୍ର, ଏସୀୟ ରଗ୍‌ବି ସିଇଓ ବେଞ୍ଜାମିନ୍‌ ଭାନ ରୁୟେନ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.