ARTICLE AD BOX
ନାଗୋୟା: ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ବ୍ୟାଡ୍ମିଣ୍ଟନରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଶୁକ୍ରବାର ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏକକ ଏସ୍ଏଲ୍୩ ଫାଇନାଲ୍ରେ ପୂର୍ବତନ ପାରାଲିମ୍ପିକ୍ସ ବିଜେତା ପ୍ରମୋଦଙ୍କୁ ୨୧-୧୮, ୨୧-୧୬ରେ ନୀତେଶ ପରାସ୍ତ କରି ସ୍ବର୍ଣ୍ଣ କରାୟତ୍ତ କରିଥିଲେ।
ପ୍ରମୋଦ ରୌପ୍ୟ ପାଇଥିଲା ବେଳେ ଏହି ଇଭେଣ୍ଟ୍ରେ ଭାରତ ୧-୨ ସଫଳତା ଅର୍ଜନ କରିଥିଲା। ପୁରୁଷ ଏକକ ଏସ୍ଏଲ୍୪ରେ ମଧ୍ୟ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ନବୀନ ଶିବକୁମାର ୨୧-୯, ୨୧-୧୭ରେ ଇଣ୍ଡୋନେସିଆା ଫ୍ରେଡି ସେତିଆୱାନ୍ଙ୍କୁ ହରାଇ ଏହି ପଦକ ଜିତିିଥିଲେ। ମହିଳା ଏକକ ଏସ୍ଏଚ୍୬ ଫାଇନାଲ୍ରେ ଭାରତର ନିତ୍ୟା ଶ୍ରେ ସୁମତି ଶିବାନ ୧୨-୨୧, ୧୩-୨୧ରେ ଚୀନ୍ର ଲି ଫେଙ୍ଗମେଇଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି।
ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ
ପୁରୁଷ ତୀରନ୍ଦାଜି ରିକର୍ଭ ଯୁଗଳରେ ଭାରତକୁ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୫-୧ରେ ଚୀନ୍ ଯୋଡ଼ିଙ୍କୁ ମାତ୍ ଦେଇଥିଲେ। ପ୍ରଥମ ସେଟ୍ ୩୫-୩୫ରେ ଶେଷ ହେବା ପରେ ପରବର୍ତ୍ତୀ ଦୁଇ ସେଟ୍କୁ ୩୭-୩୬, ୩୮-୩୬ରେ ଜିତି ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ କରିଥିଲା।
Asian Para Games: ଏସୀୟ ପାରା କ୍ରୀଡ଼ା: ବିଶ୍ବ ରେକର୍ଡ ସହ ସନ୍ଦୀପ, ହାନେଙ୍କୁ ସ୍ବର୍ଣ୍ଣ

2 hours ago
1


