ARTICLE AD BOX
ଭୁବନେଶ୍ବର: ଏସୀୟ କ୍ରୀଡ଼ା ଲାଗି ଜାପାନ ଗସ୍ତ ପୂର୍ବରୁ ଦେଶର ଅନ୍ୟତମ ଶ୍ରେଷ୍ଠ ଧାବକ ଅନିମେଷ କୁଜୁର ଆତ୍ମବିଶ୍ବାସରେ ଥିବା ପ୍ରକାା କରିଛନ୍ତି। ଆଉ ସେ ପୂର୍ବ ଭୁଲ ଦୋହରାଇବେ ନାହିଁ ବୋଲି ଦୃଢ଼ତାର ସହ ମଧ୍ୟ କହିଛନ୍ତି। ଗତ ସପ୍ତାହରେ ଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ଇଣ୍ଡିଆନ୍ ଆଥଲେଟିକ୍ସ ସିରିଜ୍ର ୨୦୦ ମିଟର୍ ପୂର୍ବରୁ ଅନିମେଷଙ୍କୁ ତାଙ୍କ ପ୍ରଶିକ୍ଷକ ଗୋଟିଏ ସାଧା ସିଧା କଥା କହିଥିଲେ ‘ଘଣ୍ଟାକୁ ପିଛା କର ନାହିଁ, ଏହା ବହୁ ବିଳମ୍ବରେ ଚାଲୁଛି। ଅଗ୍ରାଧିକାର ହେଉଛି ଆହତଶୂନ୍ୟ ଭାବେ ବେଣ୍ଡ୍ ହୋଇ ରେସ୍ ଶେଷ କରିବା।’ କୁଜୁର ସେଠାରେ ୧୦୦ ମିଟର୍ ରେସ୍କୁ ୧୦.୨୧ ସେକେଣ୍ଡ୍ରେ ଶେଷ କରିବା ସହ ଜାତୀୟ ରେକର୍ଡଧାରୀ ଗୁରିନ୍ଦରବୀର ସିଂହ (୧୦.୩୨ ସେକେଣ୍ଡ୍)ଙ୍କୁ ପଛରେ ପକାଇଥିଲେ।
ଏସୀୟ କ୍ରୀଡ଼ାରେ ଅନିମେଷ
ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଅନିମେଷ ୧୦୦, ୨୦୦ ମିଟର୍ ଏବଂ ରିଲେରେ ଅଂଶଗ୍ରହଣ କରିବେ। ଗତବର୍ଷ ଏସୀୟ ପ୍ରତିଯୋଗିତାରେ ଅନିମେଷ ୧୦୦ ମିଟରରେ ବ୍ୟକ୍ତିଗତ ଶ୍ରେଷ୍ଠ ୧୦.୧୪ ସେକେଣ୍ଡ୍ ଏବଂ ୨୦୦ ମିଟରରେ ୨୦.୩୨ ସେକେଣ୍ଡ୍ ସମୟ ନେଇଥିଲେ। କିନ୍ତୁ ଗୁରିନ୍ଦରବୀର ସିଂହ ତାଙ୍କ ୧୦୦ ମିଟର୍ ଜାତୀୟ ରେକର୍ଡକୁ ମେ’ ମାସରେ ରାଞ୍ଚିରେ ଅନୁଷ୍ଠିତ ଫେଡେରେସନ୍ କପ୍ରେ ୧୦.୦୯ ସେକଣ୍ଡେ୍ ସହ ପଛରେ ପକାଇ ଦେଇଥିଲେ। ଏବେ ଅନିମେଷ ଏବଂ ଗୁରିନ୍ଦରବୀରଙ୍କ ମଧ୍ୟରେ ହେଉଥିବା ବ୍ୟକ୍ତିଗତ ଲଢ଼େଇ ଭାରତକୁ ପଦକ ଦେବ ବୋଲି ବିଶ୍ବାସ କରାଯାଉଛି। ‘୧୦୦ ମିଟରରେ ଗୁରିଙ୍କଠାରୁ ବାରମ୍ବାର ମିଳୁଥିବା ପ୍ରତିଦ୍ବନ୍ଦ୍ବିତା ପାଇଁ ଏହା ମଜାଦାର ହେଉଛି। ସମାନ ଅନୁଭମ ମୋତେ ୨୦୦ ମିଟରରେ ମିଳୁନାହିଁ’ ବୋଲି ଅନିମେଷ ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ାରେ କିନ୍ତୁ ଉଭୟ ଭାରତୀୟଙ୍କୁ ୧୦୦ ମିଟରରେ ବଡ଼ ଆହ୍ବାନ ଅପେକ୍ଷା କରିଛି।
ମାନବଜାତି ପାଇଁ ବିପଦ ସାଜିପାରେ ଏଆଇ
ଜାପାନର ସୁହେଇ ଟାଡାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୧୦.୦୧ ସେକେଣ୍ଡ୍ ଏବଂ ୟୁକି କୋଇକେଙ୍କ ୧୦.୦୬ ସେକେଣ୍ଡ୍ ସମୟ ଏମାନଙ୍କୁ ଅଧିକ ଭଲ କରିବାକୁ ଅବଶ୍ୟ ବାଧ୍ୟ କରିବ। ଚଳିତ ଋତୁରେ ଏହି ଦୁଇ ଜାପାନୀ ସ୍ପ୍ରିଣ୍ଟର୍ ମଧ୍ୟ ଏକାଧିକ ଥର ୧୦.୧୦ ସେକେଣ୍ଡ୍ ସମୟ ଦେଇ ଆଗରେ ରହିଛନ୍ତି। ୨୦୦ ମିଟରରେ ମଧ୍ୟ ଜାପାନର ସୋଶି ମିଜୁକୁବୋଙ୍କ ୨୦.୦୭ ସେକେଣ୍ଡ୍ ଏବଂ ଥାଇଲାଣ୍ଡ୍ର ପୁରିପୋଲ୍ ବୁନସନ୍ଙ୍କ ୨୦.୦୩ ସେକେଣ୍ଡ୍ କୁଜୁର (୨୦.୩୨)ଙ୍କଠାରୁ ଢ଼େର ଆଗରେ ରହିଛି। ଅବଶ୍ୟ କୁଜୁର ପୂର୍ବରୁ ୨୦୨୪ରେ ୨୦.୫ ଓ ୨୦.୬ ସେକେଣ୍ଡ୍ରେ ଦୌଡ଼ିବାର ଉଦାହରଣ ରହିଛି। ‘ଯାହା ଘଟିବାର ଥିବ ଘଟିବ, ଆପଣ ନିଜକୁ ଯେତେ ଭିଡ଼ନ୍ତୁ ପଛେ ପରିବେଶ ଓ ପରିସ୍ଥିତି ବି ସାଥିରେ ରହିବା ଆବଶ୍ୟକ, ସେହିଦିନ କିଭଳି ବିତିବ କେବଳ ପ୍ରତିଯୋଗିତା କହିବ। ୧୦୦ ମିଟର୍ ପାଇଁ ମୁଁ ବି କେବଳ ୧୦ ସେକେଣ୍ଡ୍ କଥା ନୁହେଁ ୯ ସେକେଣ୍ଡ୍ କଥା ବି ଭାବୁଛି ବୋଲି କୁଜୁର କହିଛନ୍ତି।
୨୦୨୫ ଏସୀୟ ଦୌଡ଼କୁଦ ଥିଲା କୁଜୁରଙ୍କ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା। ସେଠାରେ ଚାପ ପରିସ୍ଥିତିରେ କାଂସ୍ୟ ପଦକ ଜିତିଥିଲେ। ‘ସେଥର ଏସୀୟ ପ୍ରତିଯୋଗିତାରେ କରିଥିବା ଭୁଲ୍କୁ ମୁଁ ଏଥର ଦୋହରାଇବି ନାହିଁ’ ବୋଲି ସେ କହିଛନ୍ତି। ବିଶେଷ କରି ଏହା ପରେ ବିଶ୍ବ ପ୍ରତିଯୋଗିତା ଏବଂ ୱାର୍ଲଡ କଣ୍ଟିନେଣ୍ଟାଲ୍ ଟୁର୍ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଅଭିଜ୍ଞତାକୁ ଉପଯୋଗ କରିବି। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପୂର୍ବରୁ ମୁଁ କୌଣସି ପ୍ରକାର ଭୁଲ୍କୁ ପ୍ରଶ୍ରୟ ଦେବାକୁ ଚାହିଁବି ନାହିଁ’ ବୋଲି ଅନିମେଷ ପ୍ରକାଶ କରିଛନ୍ତି।କିଟ୍ ବିଶ୍ବ ବିଦ୍ୟାଳୟର ଛାତ୍ର ଅନିମେଷ ଭୁବନେଶ୍ବର ରିଲାଏନ୍ସ ଫାଉଣ୍ଡେସନ୍ ଏଚ୍ପିସିରେ ତାଲିମ ନେଉଥିବାବେଳେ ଓଡ଼ିଶା ସରକାର, ଟପ୍ସ, ଏଏଫଆଇ ଏବଂ ପୁମାଠାରୁ ମିଳୁଥିବା ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏସୀୟ ପଦକ ଜିତି ସାରିଛି, ଏବେ ଏସୀୟ କ୍ରୀଡ଼ା ପଦକ ଜିତିବାକୁ ଆଶା ରଖିଛି। ୧୦୦, ୨୦୦ ଓ ରିଲେ ମଧ୍ୟରୁ କେଉଁଥିରୁ ପଦକ ମିଳିବା ସମ୍ଭାବନା ରହିଛି ବୋଲି ପ୍ରଶ୍ନ ହେବାରୁ ଅନିମେଷ କହିଥିଲେ ‘ନିଶ୍ଚିତ ଜିତିବି, ସବୁଗୁଡ଼ିକ କାହିଁକି ନୁହେଁ’।

29 minutes ago
1


