ARTICLE AD BOX
ନାଗୋୟା: ଭାରତୀୟ ସୁଟର ନୀରୁ ଧଡ଼ା ଚଳିତ ଏସୀୟ କ୍ରୀଡ଼ାରେ ଐତିହାସିକ ସଫଳତା ପାଇଛନ୍ତି। ଗତକାଲି ମହିଳା ବ୍ୟକ୍ତିଗତ ଟ୍ରାପ୍ ଇଭେଣ୍ଟ୍ରେ ସ୍ବର୍ଣ୍ଣ ଜିତିବା ସହ ଦଳଗତରେ ରୌପ୍ୟ ଜତିଥିବା ୨୬ ବର୍ଷୀୟା ଏହି ହରିୟାଣା ତରୁଣୀ ବୁଧବାର ଦେଶ ପାଇଁ ଆଉ ଏକ ସ୍ବର୍ଣ୍ଣ ଜିତି ବ୍ୟକ୍ତିଗତ ଭାବେ ହ୍ୟାଟ୍ରିକ୍ ପଦକ ଜିତିବାର ଗୌରବ ପାଇଛନ୍ତି।
ମିଶ୍ରିତ ଟ୍ରାପ୍ ଇଭେଣ୍ଟ୍ର ୪ ଦଳୀୟ ଫାଇନାଲ୍ରେ ନୀରୁ ଓ ତାଙ୍କ ସାଥୀ କିନାନ୍ ଚେନାଇ ୩୪ ସ୍କୋର୍ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହି ଭାରତୀୟ ଯୋଡ଼ି ଯୋଗ୍ୟତା ପର୍ଯ୍ୟାୟରେ ୧୩୬ ସ୍କୋର୍ ସହ ଚତୁର୍ଥ ସ୍ଥାନରେ ରହି ଫାଇନାଲ୍ରେ ପହଞ୍ଚିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ କିନାନ୍ ୭୩ ଓ ନୀରୁ ୬୩ ସ୍କୋର୍ କରିଥିଲେ। ହେଲେ ଫାଇନାଲ୍ରେ ନୀରୁ ଓ କିନାନ୍ ଚମତ୍କାର ପ୍ରଦର୍ଶନ କରି ନୂଆ ମହାଦେଶୀୟ ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଛନ୍ତି।
ବନ୍ଧୁକଚାଳନାରୁ ଭାରତକୁ ୭ ସ୍ବର୍ଣ୍ଣ ସହ ୨୨ ପଦକ
ପୂର୍ବରୁ ଏସୀୟ ରେକର୍ଡ କତର (୩୦) ନାମରେ ଥିଲା। ନୀରୁ ଓ କିନାନ୍ଙ୍କ ପଛକୁ କତରର ମହମ୍ମଦ ଅଲ୍ ରୁମାଇହି ଓ ରାୟ ବାସିଲ (୩୨) ଏବଂ ଚୀନ୍ର କ୍ବି ୟିଙ୍ଗ ଓ ସୁନ୍ ୟୁନୋଙ୍ଗ (୨୩) ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ଏହି ସ୍ବର୍ଣ୍ଣ ସହ ଭାରତର ଚଳିତ ଏସୀୟ କ୍ରୀଡ଼ାରେ ବନ୍ଧୁକଚାଳନା ପଦକ ସଂଖ୍ୟା ୧୫ (୩ ସ୍ବର୍ଣ୍ଣ, ୮ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି। ଗତ ସଂସ୍କରଣରେ ବନ୍ଧୁକଚାଳନାରୁ ଭାରତକୁ ୭ ସ୍ବର୍ଣ୍ଣ ସହ ୨୨ ପଦକ ମିଳିଥିଲା।

1 hour ago
1


