Asian Games: ତୀରନ୍ଦାଜିରେ ଗଣେଶଙ୍କୁ କାଂସ୍ୟ

1 hour ago 1
ARTICLE AD BOX

ନାଗୋୟା:ଭାରତର ଗଣେଶ ମଣିରତ୍ନମ ଥିରୁମୁରୁ ଚଳିତ ଏସୀୟ କ୍ରୀଡ଼ା ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ତୀରନ୍ଦାଜିରେ କାଂସ୍ୟ ପଦକ ଜିତିଛନ୍ତି। ୨୦ ବର୍ଷୀୟ ଏହି ଭାରତୀୟ ତୀରନ୍ଦାଜ ଗୁରୁବାର କାଂସ୍ୟ ମୁକାବିଲାରେ ଭିଏତ୍‌ନାମର କଙ୍ଗ ଡୁକ୍‌ ଡାଙ୍ଗ୍‌ଙ୍କୁ ୧୪୯-୧୪୪ରେ ମାତ୍‌ ଦେଇଥିଲେ। ଏଥି ସହ ଗଣେଶ ଚଳିତ ପ୍ରତିଯୋଗିତାରେ ଦ୍ବିତୀୟ ପଦକ କରାୟତ୍ତ କରିଛନ୍ତି। ବୁଧବାର ସେ ଭାରତୀୟ କମ୍ପାଉଣ୍ଡ ଦଳରେ ରହି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।

ତାଇପେର ଚିଏ-ଲୁନ୍‌ ଚେନ୍‌ଙ୍କୁ ହରାଇଥିଲେ

ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଗଣେଶ ୧୪୮-୧୩୮ରେ ଚାଇନିଜ୍‌ ତାଇପେର ଚିଏ-ଲୁନ୍‌ ଚେନ୍‌ଙ୍କୁ ହରାଇଥିଲେ। ହେଲେ ସେମିଫାଇନାଲ୍‌ରେ ସେ ୧୪୪-୧୪୮ରେ ଦକ୍ଷିଣ କୋରିଆର କିମ୍‌ ଜଙ୍ଗୁଙ୍କଠୁ ହାରି ସ୍ବର୍ଣ୍ଣ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ଅନ୍ୟପକ୍ଷରେ ମହିଳା ବ୍ୟକ୍ତିଗତରେ ମିଶ୍ରିତ ଓ ଦଳଗତରେ ସ୍ବର୍ଣ୍ଣ ଜିତିଥିବା ଚିକିଥା ତାନିପାର୍ଥୀ କ୍ବାର୍ଟରଫାଇନାଲ୍‌ରେ କଡ଼ା ସଂଘର୍ଷ କରି ୧୪୩-୧୪୪ରେ ଇଣ୍ଡୋନେସିଆର ନୁରିସା ଡିଆନ୍‌ ଆଶରିଫାଙ୍କଠୁ ହାରି ହ୍ୟାଟ୍ରିକ୍‌ ପଦକରୁ ବଞ୍ଚିତ ହୋଇଛନ୍ତି।

Squash: ମହିଳା ସ୍କ୍ବାସ୍‌ ଦଳକୁ କାଂସ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.