ARTICLE AD BOX
ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ରବିବାର ଟେକ୍ବଲ୍ରେ ଦୁଇଟି କାଂସ୍ୟ (ମହିଳା ଏକକ ଓ ମିଶ୍ରିତ ଯୁଗଳ) ଅଳ୍ପକେ ହାତଛଡ଼ା ହୋଇଛି। ମହିଳା ଏକକ ସେମିଫାଇନାଲ୍ରେ ହାରି କାଂସ୍ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତର କ୍ବିମ୍ସି ଡିସୌଜା କଡ଼ା ସଂଘର୍ଷ କରି ୦-୨ (୧୧-୧୨, ୧୧-୧୨)ରେ ବିଶ୍ବର ୭ ନମ୍ବର ୟୁଇନା ସାକାମୋତୋଙ୍କଠୁ ହାରି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ।
କାଂସ୍ୟ ମୁକାବିଲାରେ ପରାସ୍ତ ହୋଇ ପଦକରୁ ବଞ୍ଚିତ
ଏହା ପୂର୍ବରୁ ମିଶ୍ରିତ ଯୁଗଳରେ ଏହି ମୁମ୍ବାଇ ଯୁବତୀ ଓ ତାଙ୍କ ସାଥୀ ମହମ୍ମଦ ଆନସ ବେଗ୍ ମଧ୍ୟ କାଂସ୍ୟ ମୁକାବିଲାରେ ପରାସ୍ତ ହୋଇ ପଦକରୁ ବଞ୍ଚିତ ହୋଇଛନ୍ତି। ଏହି ଭାରତୀୟ ଯୋଡ଼ି ୦-୨ (୯-୧୨, ୬-୧୨)ରେ ହୁଆଙ୍ଗ ମିନ୍ ତାନ୍ ଗୁଏଁ ଓ ଜିଆ ଗି ତ୍ରିନ୍ଙ୍କଠୁ ହାରି ଯାଇଥିଲେ।

1 week ago
5


