Asian Games 2026: ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ: ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତିଲେ ବାର୍ଥଡେ ଗର୍ଲ ଲଭ୍‌ଲୀନା

1 hour ago 2
ARTICLE AD BOX

ଏସୀୟ କ୍ରୀଡ଼ା ମୁଷ୍ଟିଯୁଦ୍ଧରେ ଭାରତର ୧୨ ବର୍ଷର ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବଡ଼ଗୋହାଇଁ। ଶୁକ୍ରବାର ମହିଳା ୭୫ କିଲୋଗ୍ରାମ୍‌ ଫାଇନାଲ୍‌ରେ ଗତ ସଂସ୍କରଣ ରୌପ୍ୟ ବିଜୟିନୀ ଲଭ୍‌ଲୀନା ୫-୦ରେ ଚୀନ୍‌ର ଲି କ୍ବିଆନ୍‌ଙ୍କୁ ହରାଇ ନିଜ ଏସୀୟ କ୍ରୀଡ଼ା ପଦକର ରଙ୍ଗ ବଦଳାଇବାକୁ ସକ୍ଷମ ହେବା ସହ ନିଜ ଜନ୍ମଦିନ (ଅକ୍ଟୋବର ୨)କୁ ସ୍ମରଣୀୟ କରିଛନ୍ତି।

 ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତିଲେ ବାର୍ଥଡେ ଗର୍ଲ ଲଭ୍‌ଲୀନା

ଆଇଚି: ଏସୀୟ କ୍ରୀଡ଼ା ମୁଷ୍ଟିଯୁଦ୍ଧରେ ଭାରତର ୧୨ ବର୍ଷର ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବଡ଼ଗୋହାଇଁ। ଶୁକ୍ରବାର ମହିଳା ୭୫ କିଲୋଗ୍ରାମ୍‌ ଫାଇନାଲ୍‌ରେ ଗତ ସଂସ୍କରଣ ରୌପ୍ୟ ବିଜୟିନୀ ଲଭ୍‌ଲୀନା ୫-୦ରେ ଚୀନ୍‌ର ଲି କ୍ବିଆନ୍‌ଙ୍କୁ ହରାଇ ନିଜ ଏସୀୟ କ୍ରୀଡ଼ା ପଦକର ରଙ୍ଗ ବଦଳାଇବାକୁ ସକ୍ଷମ ହେବା ସହ ନିଜ ଜନ୍ମଦିନ (ଅକ୍ଟୋବର ୨)କୁ ସ୍ମରଣୀୟ କରିଛନ୍ତି। ଏଥିସହ ଆଜି ୨୯ ବର୍ଷରେ ପାଦ ଦେଇଥିବା ଲଭ୍‌ଲୀନା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ କିଂବଦନ୍ତି ଏମ୍‌ସି ମେରିକମ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ହୋଇଛନ୍ତି। ମେରିକମ୍‌ ୨୦୧୪ ଇଞ୍ଚେନ୍‌ରେ ଫ୍ଲାଏୱେଟ୍‌ (୫୧ କିଲୋଗ୍ରାମ)‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣ ଏବଂ ୩ କାଂସ୍ୟ ସହ ମୋଟ ୪ ପଦକ ଜିତି ସାରିଲାଣି। ଆଉ ଦୁଇ ଜଣ ପ୍ରବୀଣ ହୁଦା (ମହିଳା ୬୦ କିଲୋଗ୍ରାମ୍‌) ଓ ଅଙ୍କୁଶ ପଙ୍ଘଲ (ପୁରୁଷ ୮୦ କିଲୋଗ୍ରାମ୍‌) ଫାଇନାଲ୍‌ରେ ପହଞ୍ଚିଥିବାରୁ ଅତିକମ୍‌ରେ ୨ ରୌପ୍ୟ ନିଶ୍ଚିତ ରହିଛି। ୩ କାଂସ୍ୟ ପଦକ ମହିଳାରେ ପ୍ରିୟା ଘାଙ୍ଘାସ (୬୦ କିଲୋଗ୍ରାମ୍‌), ପୁରୁଷରେ କପିଳ ପୋଖରିୟା (୯୦ କିଲୋଗ୍ରାମ୍‌) ଓ ନରେନ୍ଦର ବେରୱାଲ (+୯୦ କିଲୋଗ୍ରାମ୍‌) ଜିତିଛନ୍ତି। ୨୦୧୦ ଗୁଆଙ୍ଗ୍‌ଝୌରେ ଭାରତ ସର୍ବାଧିକ ୯ (୨ ସ୍ବର୍ଣ୍ଣ, ୩ ରୌପ୍ୟ, ୪ କାଂସ୍ୟ) ପଦକ ପାଇଥିଲା।

‘ପୁନଶ୍ଚ ପୃଥିବୀ’ ଏବେ ଏକ ଘରୋଇ ନାମ: ତନୟା ପଟ୍ଟନାୟକ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.