ARTICLE AD BOX
ଭାରତର ନେତ୍ରା କୁମାନନ୍ ଶୁକ୍ରବାର ଚଳିତ ଏସୀୟ କ୍ରୀଡ଼ା ସେଲିଂ ମହିଳା ଡିନ୍ଘିରେ କାଂସ୍ୟ ପଦକ ଜିତିଛନ୍ତି। ଚତୁର୍ଥ ଥର ଏହି ମହାଦେଶୀୟ ପ୍ରତିଯୋଗିତାରେ ଭାଗନେଇଥିବା ନେତ୍ରା ପ୍ରଥମ ଥର ପୋଡିୟମ୍ ଫିନିସ୍ କରିଛନ୍ତି।
Asian Games 2026 Photograph: (sambad.in)ଆଇଚି: ଭାରତର ନେତ୍ରା କୁମାନନ୍ ଶୁକ୍ରବାର ଚଳିତ ଏସୀୟ କ୍ରୀଡ଼ା ସେଲିଂ ମହିଳା ଡିନ୍ଘିରେ କାଂସ୍ୟ ପଦକ ଜିତିଛନ୍ତି। ଚତୁର୍ଥ ଥର ଏହି ମହାଦେଶୀୟ ପ୍ରତିଯୋଗିତାରେ ଭାଗନେଇଥିବା ନେତ୍ରା ପ୍ରଥମ ଥର ପୋଡିୟମ୍ ଫିନିସ୍ କରିଛନ୍ତି। ୨ ଥରର ଅଲିମ୍ପିଆନ୍ ଏହି ୨୯ ବର୍ଷୀୟା ଚେନ୍ନାଇ ଯୁବତୀ ମୋଟ ଉପରେ ୧୪ ପଏଣ୍ଟ୍ (୭ ଫାଇନାଲ୍ ଓ ୭ ଯୋଗ୍ୟତା ରେସ୍) ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଗତ କାଲି ସେଲିଂରୁ ୨ଟି ପଦକ
ତାଙ୍କ ଆଗରେ ଥାଇଲାଣ୍ଡର ସୋଫିଆ ମୋଣ୍ଟଗୋମେରି (୫ ପଏଣ୍ଟ୍) ଏବଂ ସିଙ୍ଗାପୁରର ଜାନିଆ ଆଙ୍ଗ୍ (୧୩ ପଏଣ୍ଟ୍) ରହି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ୍ତ କରିଥିଲେ। ତେବେ ପୁରୁଷ ବର୍ଗରେ ଅଲିମ୍ପିଆନ୍ ତଥା ଗତ ସଂସ୍କରଣ କାଂସ୍ୟ ବିଜେତା ବିଷ୍ଣୁ ସରବାନନ୍ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଗତ କାଲି ସେଲିଂରୁ ୨ଟି (ରୌପ୍ୟ ଓ କାଂସ୍ୟ) ଆସିଥିଲା। ସ୍କିଫ୍ ପୁରୁଷରେ ମନୁ ଫ୍ରାନ୍ସିସ୍ ଓ କୁରିସିନଙ୍କଲ ନେବଲେ ରୌପ୍ୟ ଏବଂ ମହିଳାରେ ହର୍ଷିତା ତୋମର ଓ ଶୀତଲ ବର୍ମା କାଂସ୍ୟ ପଦକ ଜିତିଥିଲେ।
Asian Games 2026: ତୀରନ୍ଦାଜୀରେ ପୂର୍ବତନ ଚାମ୍ପିଅନ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 hours ago
2


