Ashtami Tithi and Rohini Nakshatra: ଦୀର୍ଘ ୧୫ ବର୍ଷ ପରେ ଚଳିତ ଜନ୍ମାଷ୍ଟମୀରେ ପଡ଼ୁଛି ବିରଳ ସଂଯୋଗ

1 month ago 10
ARTICLE AD BOX

ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।  ଚଳିତ ଥର ଏ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ବିରଳ ସଂଯୋଗ ନେଇ ଆସିଛି। ଦୀର୍ଘ ୧୫ ବର୍ଷ ପରେ ଏଭଳି ବିରଳ ସଂଯୋଗ ଘଟିଛି।  ଦ୍ବାପର ଯୁଗରେ ଯେଉଁ ସମୟରେ  ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା ଚଳିତଥର ଠିକ ସେଇ ସମୟ ପଡ଼ୁଛି। 

ଶ୍ରୀମଦ୍ ଭାଗବତ ପୁରାଣ ଅନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରପଦ, କୃଷ୍ଣ ଅଷ୍ଟମୀ ତିଥି,  ବୁଧବାର ଦିନ, ରୋହିଣୀ ନକ୍ଷତ୍ର ଏବଂ ବୃଷଭ ରାଶିରେ ମଧ୍ୟ ରାତ୍ରିରେ ହୋଇଥିଲା। ପାଲ ବାଲାଜୀ ଜ୍ୟୋତିଷ ସଂସ୍ଥାନ (ଜୟପୁର-ଯୋଧପୁର)ର ଜ୍ୟୋତିଷ ଡକ୍ଟର ଅନିଶ ବ୍ୟାସ କହିଛନ୍ତି,‘୨୦୨୬ ଜନ୍ମାଷ୍ଟମୀରେ ବିରଳ ସଂଯୋଗ ଘଟୁଛି। ଯାହାକୁ ଶାସ୍ତ୍ରରେ ‘ଜୟନ୍ତୀ ଯୋଗ’ ବୋଲି କୁହାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ପର୍ବ ପାଳନ କରିବାର ଉପଯୁକ୍ତ ସମୟ ହେଉଛି ମଧରାତ୍ରିର ଅଷ୍ଟମୀ ତିଥି, ରୋହିଣୀ ନକ୍ଷେତ୍ର ଏକତ୍ରିତ ହେବାର ସମୟ। ପଞ୍ଚାଙ୍ଗ ଗଣନା ଉପରେ ଆଧାର କରି, ମୁଖ୍ୟ ଜନ୍ମ ଉତ୍ସବ ୨୦୨୬ ସେପ୍ଟେମ୍ବର ୪ ରେ ଅନୁଷ୍ଠିତ ହେବ।

ଅଷ୍ଟମୀ ତିଥି: ସେପ୍ଟେମ୍ବର ୩ ରାତି ୧୨:୨୬ ରୁ ସେପ୍ଟେମ୍ବର ୪ ରାତି ୧୨:୧୪ ପର୍ଯ୍ୟନ୍ତ ରହିବ। ରୋହିଣୀ ନକ୍ଷେତ୍ର: ସେପ୍ଟେମ୍ବର ୩ ରାତି ୧୧:୩୦ ରୁ ସେପ୍ଟେମ୍ବର ୪ ରାତି ୧୨:୧୪ ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷେତ୍ର ମଧ୍ୟରାତ୍ରରେ ସମନ୍ୱୟ ହେବା ହେତୁ ସେପ୍ଟେମ୍ବର ୪ରେ ଜନ୍ମାଷ୍ଟମୀ ପାଳନକୁ ବିଶେଷ ଶୁଭ ବୋଲି ବିବେଚନା କରାଯାଉଛି। ୧୫ ବର୍ଷ ପରେ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ରର ଏହି ବିରଳ ସଂଯୋଗ ହେବେ। ଏ ସଂଯୋଗ ସର୍ବଦା ଘଟେ ନାହିଁ। 

ବିରଳ ସଂଯୋଗ କ’ଣ ରହିଛି  ଗୁରୁତ୍ୱ 

ଅଷ୍ଟମୀ ତିଥି, ରୋହିଣୀ ନକ୍ଷତ୍ର ଓ ହର୍ଷଣ ଯୋଗ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଉପବାସ ପାଳନ କରିବା ଦ୍ୱାରା ଭକ୍ତର ତିନି ଜନ୍ମର ସଞ୍ଚିତ ପାପ ସମ୍ପୂର୍ଣ୍ଣ ଭାବରେ କ୍ଷୟ ହୁଏ। ‘ନିର୍ଣ୍ଣୟ ସିନ୍ଧୁ* ଗ୍ରନ୍ଥ ଅନୁସାରେ, ସତ୍ୟଯୁଗ, ତ୍ରେତୟା ଯୁଗ ଏବଂ ଦ୍ବାପର ଯୁଗରେ ବିଦ୍ୱାନମାନେ ଏହି ନକ୍ଷେତ୍ରଯୁକ୍ତ ଅଷ୍ଟମୀ ଉପବାସ ପାଳନ କରିଥିଲେ। ଏହି ପ୍ରଥାକୁ କଳିଯୁଗରେ ଏକ ଉତ୍ସ ବୋଲି ବିବେଚନା କରାଯାଉଛି। ଏଠାରେ ଉଲ୍ଲେଖ କରାଯାଇଥିବା କୌଣସି ସୂଚନା କିମ୍ବା ବିଶ୍ୱାସ ଉପରେ କାର୍ଯ୍ୟ କରିବା ପୂର୍ବରୁ ଦୟାକରି ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ମାର୍‌ମାରା ସାଗରରେ ତୁର୍କୀ ପତାକାଧାରୀ ବାଣିଜ୍ୟିକ ଜାହାଜ ମଧ୍ୟରେ ଧକ୍କା; ଗୋଟିଏ ଜାହାଜ ଓ ୧୦ କ୍ରୁ ସଦସ୍ୟଙ୍କ ସହିତ ଯୋଗାଯୋଗ ହୋଇପାରୁନି

Read Entire Article
LEFT SIDEBAR AD

Hidden in mobile, Best for skyscrapers.