ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲ’ ଫେଷ୍ଟ

4 hours ago 1
ARTICLE AD BOX

ଭୁବନେଶ୍ବର: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ‘କୃତ୍ରିମ ବୁଦ୍ଧିମତ୍ତା ଓ ନ୍ୟାୟର ଭବିଷ୍ୟତ: ସମସ୍ୟା ଓ ଆହ୍ବାନ’ ବିଷୟ ଉପରେ ଷଷ୍ଠ ଲ’ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ବିଶ୍ବଜିତ ପଟ୍ଟନାୟକ କହିଥିଲେ, ନ୍ୟାୟ ହିଁ ଆମର ପରମ ଧେୟ ଓ ପ୍ରଯୁକ୍ତି କେବଳ ଏକ ମାଧ୍ୟମ ହେବା ଉଚିତ୍‌। କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍‌ ଶ୍ରୀକୃଷ୍ଣ ନ୍ୟାୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ବାରା ସୃଷ୍ଟି ହେଉଥିବା ନୈତିକ ଓ ସାମ୍ବିଧାନିକ ଆହ୍ବାନ ଉପରେ ଆଲୋକପାତ କରିଥିଲେ। 

ନୈତିକ ଓ ସାମ୍ବିଧାନିକ ଆହ୍ବାନ

ନିଜର ସଭାପତିତ୍ବ ଅଭିଭାଷଣରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ ଶିକ୍ଷାର ଏକ ସହଜ ଉପାୟ ଭାବେ ଏଆଇ ଉପରେ ବଢ଼ୁଥିବା ନିର୍ଭରଶୀଳତା ବିଷୟରେ ସତର୍କ କରାଇଥିଲେ। ଏହା ସ୍ବାଧୀନ ଚିନ୍ତାଧାରା ଓ ମାନବୀୟ ମସ୍ତିଷ୍କକୁ ଦୁର୍ବଳ କରିପା‌ରେ ବୋଲି କହିଥିଲେ। ଏହି ଅବସରରେ ପ୍ରଫେସର କେ ବିଦ୍ୟୁତଲତା ରେଡ୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଦ୍ବିତୀୟ ଜାତୀୟ ମୁଟ୍‌ କୋର୍ଟ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସମାନ ନ୍ୟାୟର ଧାରା: ପୀଡ଼ିତ ଓ ଅଭିଯୁକ୍ତଙ୍କ ଅଧିକାର ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥି ସହିତ ଏକ ପ୍ୟାନେଲ୍‌ ଆଲୋଚନା ମଧ୍ୟ ହୋଇଥିଲା।

Congress: ‘ସିଜେଆଇ ସୂର୍ଯ୍ୟକାନ୍ତ ଇସ୍ତଫା ଦିଅ: ଆମେ ବିକଳ୍ପ ଖୋଜିଦେବୁ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.