ARTICLE AD BOX
ଇଟାନଗର : ଅରୁଣାଚଳପ୍ରଦେଶର ନମସାଇରେ ପୁଲିସ ଏକ ଶିଶୁ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି। ୪୭ ଶିଶୁ ସମେତ ମୋଟ୍ ୫୧ ଜଣଙ୍କୁ ପୁଲିସ ଉଦ୍ଧାର କରିଛି। ଗରିବ ପରିବାରର ପିଲାମାନଙ୍କୁ ବେଆଇନ ଭାବେ ଚୋରାଚାଲାଣ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଏହି ମାମଲା ଜଡ଼ିତ। ପୁଲିସ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିରନ୍ତର ତଦନ୍ତ, ଯାଞ୍ଚ ଏବଂ ମିଳିତ ଅପରେସନ୍ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ୧୯ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଏହା ୩୮କୁ ବୃଦ୍ଧି ପାଇଲା ଏବଂ ଏବେ ଏହା ୫୧ରେ ପହଞ୍ଚିଛି। ଏଥିରେ ୪୭ ଜଣ ଶିଶୁ ଏବଂ ୪ ଜଣ ବୟସ୍କ ଲୋକ ଅଛନ୍ତି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ : Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ନମସାଇ ଏସ୍ପି ସାଙ୍ଗେ ଥିନ୍ଲେ କହିଛନ୍ତି, ନମସାଇ ଡିଏସ୍ପି ତଥା ତଦନ୍ତ ଅଫିସ୍ର କେଙ୍ଗୋ ଦିର୍ଚିଙ୍କ ନେତୃତ୍ବରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ନମସାଇ ଶିଶୁ କଲ୍ୟାଣ କମିଟି, ଚାଇଲ୍ଡ ହେଲ୍ପଲାଇନ ଏବଂ ଅନ୍ୟ ଶିଶୁ ସୁରକ୍ଷା ସଂସ୍ଥାର ମିଳିତ ସହଯୋଗରେ ଏହି ମାମଲାର ତଦନ୍ତ ହୋଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କର ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସଏସ)ର ଧାରା ୧୮୩ ଅଧୀନରେ ବୟାନ ରେକର୍ଡ କରାଯାଇଛି। ଥିନ୍ଲେ କହିଛନ୍ତି, ପୁଲିସ ଏହି ମାମଲାରେ ଆର୍ଥିକ କାରବାରକୁ ଭଲଭାବେଯାଞ୍ଚ କରୁଛି। ପୁଲିସ ନାବାଳକମାନଙ୍କ ବ୍ୟକ୍ତିଗତ ସୂଚନା ପ୍ରଦାନ କରିନାହିଁ। ସେମାନଙ୍କ ଗୋପନୀୟତା, ସମ୍ମାନ ଏବଂ ଅଧିକାରକୁ ସୁରକ୍ଷା ଦେବାପାଇଁ ପୁଲିସ ସେମାନଙ୍କ ସଂକ୍ରାନ୍ତରେ ବିଶେଷ ସୂଚନା ପ୍ରଦାନ କରିନାହିଁ। ଏହି ମାମଲାର ତଦନ୍ତ ଜାରି ରହିଛି ।
ଆହୁରି ପଢନ୍ତୁ : Mojtaba Khamenei: ଆମେରିକା ଆକ୍ରମଣରୁ ଦ୍ୱିତୀୟ ଥର ବଞ୍ଚିଲେ ମୋଜତବା ଖେମିନି
ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଅଗଷ୍ଟ ୧୭ ତାରିଖରେ ନମସାଇ ଥାନାରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଦ୍ବାରା ଏକ ଔପଚାରିକ ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହେଲା। ଆର୍ଥିକ ଭାବେ ଦୁର୍ବଳ ବିଭିନ୍ନ ପରିବାରର ନାବାଳକମାନଙ୍କୁ ବେଆଇନ ଭାବେ ଆଣି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି ବୋଲି ଅଭିଯୋଗ ହେବାପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ୧୯ ଜଣଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ ୮ ବର୍ଷ ତଳେ। ସେମାନେ ଯଥାକ୍ରମେ ଶି-ୟୋମିର ମେଚୁକା, ପଶ୍ଚିମ ସିଆଙ୍କର ଆଲୋ, ପୂର୍ବ ସିଆଙ୍ଗର ପାସିଘାଟ, ଇଟାନଗର କ୍ୟାପିଟାଲ୍ ଅଞ୍ଚଳର ଇଟାନଗରର।
ଆହୁରି ପଢନ୍ତୁ : Suvendu Adhikari: ଭୋଟର ତାଲିକାରୁ ୨୭ ଲକ୍ଷ ନାମ ହଟିବା ପାଇଁ ମମତା ଦାୟୀ: ଶୁଭେନ୍ଦୁ ଅଧିକାରୀ
ମାମଲାରେ ପ୍ରଥମେ ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ମହିଳା। ପରେ ଏହି ମାମଲାରେ ତଦନ୍ତ ତ୍ବରାନ୍ବିତ ହେବାପରେ ୩୪ ଶିଶୁଙ୍କ ସମେତ ଉଦ୍ଧାର ସଂଖ୍ୟା ୩୮କୁ ବୃଦ୍ଧି ପାଇଲା। ଏହି ସମୟରେ ପୁଲିସ ମାମଲାରେ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ମଧ୍ୟ ପ୍ରତି ଶିଶୁଙ୍କ ପିଛା ୧୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଆର୍ଥିକ କାରବାର ହୋଇଥିବା ଚିହ୍ନଟ କରିଛି। ଅନେକ ଉଦ୍ଧାର ହୋଇଥିବା ଶିଶୁଙ୍କୁ ବିଭିନ୍ନ ହୋଟେଲ୍ରେ ସହାୟକ ରଖାଯାଇଥିଲା ଏବଂ ସେମାନଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା। ଏଯାବତ ଏହି ମାମଲାରେ ମୋଟ୍ ୫୧ ଜଣ ଉଦ୍ଧାର ହୋଇଛନ୍ତି।

6 hours ago
1


