Arrested: ଲୁହାପଥର ଚୋରା ଚାଲାଣ ବେଳେ ୩୭ ଟନ୍ ଚୋରା ମାଲ୍ ସହ ହାଇୱା ଜବତ, ଚାଳକ ଓ ହେଲପର୍ ଗିରଫ

22 hours ago 2
ARTICLE AD BOX

କୋଇଡା: ଦୀର୍ଘ ବର୍ଷ ଧରି ଲୁହାପଥର ଓ ମାଙ୍ଗାନିଜ୍ଚ ଚୋରାଚାଲାଣର ହବ୍ କୁହାଯାଉଥିବା କୋଇଡା ଅଞ୍ଚଳରେ ସକ୍ରିୟ ଥିବା ଖଣି ମାଫିଆଙ୍କୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ନୂତନ ଭାବେ ଯୋଗଦାନ କରିଥିବା କୋଇଡା ବନାଞ୍ଚଳ ଅଧିକାରୀ ଅସିତ୍ କୁମାର ସାହୁ । ଗତ ଏପ୍ରିଲ ୧ ତାରିଖ କାର୍ଯ୍ୟାଳୟ ଯୋଗଦାନ କରିବା ମାତ୍ରେ ବଣାଇଁ ଡିଏଫଓ ଜଶବନ୍ତ ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟାସ୍କ ଫୋର୍ସ ଟିମ୍ ଗଠନ କରିଥିଲେ। ଚୋରା ଅଞ୍ଚଳ ମାନଙ୍କରେ ନିରନ୍ତର ପେଟ୍ରୋଲିଂ କରି ଚୋରା ଚାଲାଣ ଉପରେ ବହୁ ମାତ୍ରାରେ ଅଙ୍କୁଶ ଲଗାଇଛନ୍ତି । ଅନ୍ୟପଟେ ଅନ୍ଧାର ଓ ବର୍ଷାର ଫାଇଦା ନେଇ ଖଣି ମାଫିଆ ମଧ୍ଯ ଚୋରା ଚାଲାଣ ପାଇଁ ସୁଯୋଗ ଖୋଜୁଥିବାର ଦେଖିବାକୁ ମିଳିଛି । ଏ ନେଇ ପୁର୍ବର ଖନନ କରି ରଖିଥିବା ଚୋରା ମାଙ୍ଗାନିଜ୍ ଗତ ୨ ତାରିଖ ଗଣୁଆ ମାଲଦା ଅଞ୍ଚଳରୁ ଆନୁମାନିକ ୫ ଲକ୍ଷ ଟଙ୍କାର ଗଛ୍ଛିତ ମାଙ୍ଗାନିଜ,  ୬ ଜୁଲାଇରେ ମାଲଦା ସଂରକ୍ଷିତ ଜଙ୍ଗଲରୁ ୧୧ ଲକ୍ଷ ଟଙ୍କାର ମାଙ୍ଗାନିଜ ବନ ବିଭାଗ ଜବତ କରିଥିଲେ ।

ମାମଲା ରୁଜୁ

ଆଜି ବଡି ଭୋର୍ ରୁ ପାଟମୁଣ୍ଡା ପଞ୍ଚାୟତ ନିଳାଞ୍ଚଳ ଖଣି ନିକଟସ୍ଥ ଜଙ୍ଗଲ  ମଧ୍ୟରେ ଏକ ହାଇୱା ଗାଡି ଓଡି୦୨ସିଭି୦୦୪୦ ମାଙ୍ଗାନିଜ ଚୋରା ଚାଲାଣ ବେଳେ ମାଡି ବସିଥିଲେ ବନ ବିଭାଗ ଟିମ୍। ଏହା ଦେଖି ଚାଳକ ବିକାଶ ତନ୍ତୀ (୩୨) ଓ ହେଲପର ସାଧୁଚରଣ କଳା(୧୮) ଖସିଯିବାକୁ ଚେଷ୍ଟା କରିଥିଲେ ହେଲେ ମାଡି ବସି ଧରିବାରେ ସଫଳ ହୋଇଥିଲେ ଟିମ୍ । ଚୋରାଚାଲାଣ ବ୍ୟବହୃତ ହାଇୱା ୩୭ ଟନ୍ ମାଙ୍ଗାନିଜ  ଜବତ ସହ ଚାଳକ ଓ ହେଲପର କୁ ଗିରଫ କରି ମାମଲା ରୁଜୁ କରିଛନ୍ତି । ଆଗକୁ ଖଣି ମାଫିଆଙ୍କୁ ସାବାଡ୍ କରାଯାଇ ଗିରଫ କରାଯିବ ଓ ଅଞ୍ଚଳରୁ ସମ୍ପୁର୍ଣ୍ଣ ଚୋରାଚାଲାଣ ଶେଷ କରିଦେବାକୁ ପ୍ରକାଶ କରିଛନ୍ତି କୋଇଡା ବନାଞ୍ଚଳ ଅଧିକାରୀ ଅସିତ୍ କୁମାର ସାହୁ ।

Accident: କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.