Arrested: ରୁଷ ପାଇଁ ଗୁପ୍ତଚରୀ ଅଭିଯୋଗ: ବ୍ରିଟେନରେ ନିୟୋଜିତ ଆମେରିକୀୟ ସୈନିକ ଗିରଫ

1 hour ago 1
ARTICLE AD BOX

ଲଣ୍ଡନ:ବ୍ରିଟେନରେ ଏକ ଚାଞ୍ଚଲ୍ୟକର ଆନ୍ତର୍ଜାତୀୟ ଗୁପ୍ତଚରୀ ମାମଲା ସାମ୍ନାକୁ ଆସିଛି। ଇଂଲଣ୍ଡରେ ବ୍ରିଟିଶ ଆତଙ୍କବାଦ ବିରୋଧୀ ପୁଲିସ ରୁଷ ପାଇଁ ଗୁପ୍ତଚରୀ କାର୍ଯ୍ୟ କରୁଥିବା ତଥା ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଅଭିଯୋଗରେ ଜଣେ ୪୧ ବର୍ଷୀୟ ବରିଷ୍ଠ ଆମେରିକୀୟ ସାମରିକ ଅଧିକାରୀଙ୍କୁ ଗିରଫ କରିଛି।ଏହି ଗିରଫଦାରୀ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍, ଏଫବିଆଇ ଏବଂ ନାଟୋରେ ଆାଲୋଡ଼ନ ସୃଷ୍ଟି କରିଛି।

ମେଟ୍ରୋପଲିଟାନ୍ ପୁଲିସ ଅନୁଯାୟୀ, ଲଣ୍ଡନର କାଉଣ୍ଟର-ଟେରୋରିଜିମ୍ ସ୍କ୍ବାଡ୍,ଆମେରିକା ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଏବଂ ଆମେରିକା ସେନାର କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗର ଏକ ମିଳିତ ଦଳ ଇଂଲଣ୍ଡର ଗ୍ଲୋସେଷ୍ଟରଶାୟାର ଅଞ୍ଚଳରେ ଚଢାଉ କରି ବରିଷ୍ଠ ସୈନିକଙ୍କୁ ଅଟକ ରଖିଥିଲେ। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଅଧିକାରୀଙ୍କୁ ଗ୍ଲୋସେଷ୍ଟରଶାୟାରର ଇନ୍ସୱର୍ଥର ଇମ୍ବିନ ବାରାକ୍ସରେ ନାଟୋର ଆଲାଇଡ୍ ରାପିଡ୍ ରିଆକ୍ସନ୍ କର୍ପସରେ ନିୟୋଜନ କରାଯାଇଥିଲା। ଏହି ବହୁରାଷ୍ଟ୍ରୀୟ ୟୁନିଟ୍ ନାଟୋର ଜରୁରୀକାଳୀନ କାର୍ଯ୍ୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଶାଖା।

ଗ୍ଲୋସେଷ୍ଟରଶାୟାରର ଦୁଇଟି ସ୍ଥାନର ଛାନବିନ୍
ଗିରଫ ପରେ ପୁଲିସ ଦଳ ଗ୍ଲୋସେଷ୍ଟରଶାୟାରର ଦୁଇଟି ସ୍ଥାନର ଛାନବିନ୍ କରିଥିଲେ। ଅଭିଯୁକ୍ତ ସୈନିକଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲଣ୍ଡନର ଏକ ପୁଲିସ ଷ୍ଟେସନରେ ପଚରାଉଚରା ପାଇଁ ରଖାଯାଇଛି। ବ୍ରିଟିଶ ଅଧିକାରୀମାନେ କହିଛନ୍ତି ଅଭିଯୁକ୍ତ ଅଧିକାରୀଙ୍କୁ ୟୁକେ ଜାତୀୟ ସୁରକ୍ଷା ଆଇନ, ୨୦୨୩ର ଦୁଇଟି ଅତ୍ୟନ୍ତ ଗମ୍ଭୀର ଧାରା ୧ ଏବଂ ଧାରା ୩ ଅନ୍ତର୍ଗତ ଗିରଫ କରାଯାଇଛି।

ବିଦେଶୀ ଶକ୍ତିର ଲାଭ ପାଇଁ ଅତ୍ୟନ୍ତ ଗୋପନୀୟ
ଧାରା ୧ ଶତ୍ରୁ କିମ୍ବା ବିଦେଶୀ ଶକ୍ତିର ଲାଭ ପାଇଁ ଅତ୍ୟନ୍ତ ଗୋପନୀୟ ଏବଂ ବର୍ଗୀକୃତ ସାମରିକ ଦଲିଲର ଚୋରି କିମ୍ବା ପ୍ରକାଶ ପାଇଁ ଲାଗୁ କରାଯାଇଥିବାବେଳେ ଧାରା ୩ରେ ରୁଷିଆ ଗୁପ୍ତଚର ସଂସ୍ଥା ପାଇଁ କାମ କରିବା କିମ୍ବା ସେମାନଙ୍କୁ ପ୍ରତ୍ୟକ୍ଷ/ପରୋକ୍ଷ ଭାବରେ ଗୋପନୀୟ ତଥ୍ୟ ପ୍ରଦାନ କରିବା ଲାଗି ତାଙ୍କୁ ଅଭିଯୁକ୍ତ କରାଯାଇଛି। ଆମେରିକୀୟ ସେନାର କାଉଣ୍ଟର-ଇଣ୍ଟେଲିଜେନ୍ସ କମାଣ୍ଡର ମୁଖ୍ୟ ବ୍ରିଗେଡିୟର ଜେନେରାଲ ସିଆନ ଷ୍ଟିଞ୍ଚନ କହିଛନ୍ତି, ନିଜ ପାଖରେ ଗୋଷ୍ଠୀକୃତ ଏବଂ ସମ୍ବେଦନଶୀଳ ସୂଚନା ଥିବା ଜଣେ ବରିଷ୍ଠ ସୈନିକଙ୍କ ଏଭଳି ଆଚରଣ ସୂଚିତ କରିଥାଏ ଯେ, ଆଭ୍ୟନ୍ତରୀଣ ବିପଦ କେତେ ବାସ୍ତବିକ ଏବଂ ବିପଦପୂର୍ଣ୍ଣ।

Pete Hegseth: ଟ୍ରମ୍ପଙ୍କ ପ୍ରତିରକ୍ଷା ସଚିବ ହେଗସେଥ୍‌ଙ୍କୁ ଆଶ୍ବସ୍ତି: ମହାଭିଯୋଗ ପ୍ରସ୍ତାବ ଅବରୋଧ

ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ ଏହି ସଫଳ ମିଳିତ ଅପରେସନକୁ ପ୍ରଶଂସା କରି କହିଛନ୍ତି, ଯେଉଁମାନେ ନିଯୁକ୍ତି ସମୟରେ ନେଇଥିବା ଶପଥ ଭଙ୍ଗ କରିବେ ଏବଂ ଆମେରିକା ଏବଂ ଏହାର ସହଯୋଗୀଙ୍କ ସୁରକ୍ଷାକୁ ବିପଦରେ ପକାଇବେ ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ। ବ୍ରିଟିଶ ପୁଲିସ ସ୍ପଷ୍ଟ କରିଛି ଯେ, ଏହି ଗିରଫଦାରୀ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ତଦନ୍ତର ଅଂଶ ଏବଂ ଆରଏଏଫ ଫେୟାରଫୋର୍ଡ ସହିତ ଜଡିତ ଅନ୍ୟ କୌଣସି ସାମ୍ପ୍ରତିକ ଆତଙ୍କବାଦ ବିରୋଧୀ ମାମଲା ଯେପରିକି ଇରାନ ସହିତ ଜଡିତ ଷଡ଼ଯନ୍ତ୍ର ସହ ଏହାର କୌଣସି ସିଧାସଳଖ ସମ୍ପର୍କ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.