Arrested: ବେଆଇନ ବନ୍ଧୁକ ରଖିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କୋରେଇ ପୁଲିସ୍

1 hour ago 1
ARTICLE AD BOX

କୋରେଇ: ଯାଜପୁରଜିଲ୍ଲା କୋରେଇ ଥାନା ପୂର୍ବକୋଟ ଅଞ୍ଚଳରେ ବେଆଇନ ବନ୍ଧୁକ ରଖିଥିବା ଜଣେ ଅପରାଧୀକୁ ଗିରଫ କରିଛି କୋରେଇ ପୁଲିସ। ଅଭିଯୁକ୍ତ ଜଣଙ୍କ ପୂର୍ବକୋଟ ଅଞ୍ଚଳର ମାଇକେଲ୍ ନାଗାଙ୍କ ପୁଅ ମାଇକେଲ୍ ସନ୍ତୋଷ ହୋଇଥିବା ବେଳେ ତାଙ୍କ ନିକଟରୁ ୨ ଟି ବନ୍ଧୁକ, ୨ଟି ମାଗାଜିନ୍, ୫ଟି ଜୀବନ୍ତ ଗୁଳି ଏବଂ ଏକ ଦାମୀ BMW ବାଇକ୍ ଜବତ କରାଯାଇଛି। ଅଭିଯୁକ୍ତ ମାଇକେଲ୍ ସନ୍ତୋଷ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।

ବିଶେଷ ସୂତ୍ରରୁ ଖବର ପାଇଥିଲା ପୁଲିସ

ମିଳିଥିବା ସୂଚନା ମୁତାବକ କୋରେଇ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମାଇକେଲ୍ ସନ୍ତୋଷ ବେଆଇନ୍ ଭାବେ ବନ୍ଧୁକ ରଖିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ କୋରେଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସର ଏକ ଟିମ୍ ମାଇକେଲ୍ ସନ୍ତୋଷ ଲୁଚିଥିବା ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ମାଇକେଲ୍ ସନ୍ତୋଷ ପୁଲିସକୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ବେଳେ ପୁଲିସ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

Murder: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ, ବାଡ଼ିରେ ପୋତି ଦେଇଥିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.