Arrested: ଏୟାର ଇଣ୍ଡିଆ ବିମାନ ହାଇଜାକ୍ ଧମକ ଘଟଣାରେ ଜଣେ ଯାତ୍ରୀ ଗିରଫ

10 hours ago 1
ARTICLE AD BOX

କୋଲକାତା: କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ବୁଧବାର ଦିନ ଏକ ଏୟାର ଇଣ୍ଡିଆ ବିମାନକୁ ମିଳିଥିବା ଅପହରଣ ଧମକ ଘଟଣାରେ ସୁରକ୍ଷା ଏଜେନ୍ସି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଜଣେ ପୁରୁଷ ଯାତ୍ରୀଙ୍କୁ ଗିରଫ କରିଛି। ଧମକପୂର୍ଣ୍ଣ ଚିଠିର ହସ୍ତାକ୍ଷର ଉକ୍ତ ଯାତ୍ରୀଙ୍କ ହାତଲେଖା ସହ ମେଳ ଖାଇବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୧୦:୩୭ ମିନିଟରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନ (ଏଆଇ୨୭୭୨) ର ଶୌଚାଳୟ ଭିତରୁ କ୍ୟାବିନ୍ କ୍ରୁ ସଦସ୍ୟମାନେ ଏକ ହାତଲେଖା ଧମକପୂର୍ଣ୍ଣ ଚିଠି ପାଇଥିଲେ। ଉକ୍ତ ଚିଠିରେ ସକାଳ ୧୧:୧୦ ମିନିଟ୍ରେ ବିମାନଟିକୁ ଅପହରଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ପଚରାଉଚରା ପାଇଁ ପୁଲିସକୁ ହସ୍ତାନ୍ତର
ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦିଆଯିବା ସହ ବିମାନଟିକୁ ଆଇସୋଲେସନ୍ ୱେ''କୁ ନିଆଯାଇ ସମସ୍ତ ୧୦୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ କୁହାଯାଇଛି ଯେ, ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ଏହି ଧମକ ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା ଏବଂ ବିମାନଟି ଅପରାହ୍ଣ ୫:୩୮ ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅଭିଯୁକ୍ତ ଯାତ୍ରୀଙ୍କୁ ଅଧିକ ପଚରାଉଚରା ପାଇଁ ବିମାନବନ୍ଦର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୭ ତାରିଖରେ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନ ଏବଂ ଅକ୍ଟୋବର ୧୪ ତାରିଖରେ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଏୟାର ଇଣ୍ଡିଆ ବିମାନରେ ମଧ୍ୟ ଅନୁରୂପ ଭାବେ ମିଥ୍ୟା ହାଇଜାକ୍ ଆଲର୍ଟ ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା।

Death: ଆମେରିକାରେ ରୁଷ ରାଷ୍ଟ୍ରଦୂତଙ୍କ ହଠାତ୍ ମୃତ୍ୟୁ: କାରଣ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇ ନାହିଁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.