ARTICLE AD BOX
ନ୍ୟୁୟର୍କ: ନ୍ୟୁଜର୍ସିର ମେଟ୍ଲାଇଫ୍ ଷ୍ଟାଡିୟମ୍ର ଆଖି ଝଲସେଇ ଦେଲାଭଳି ତଥା ରଙ୍ଗବେରଙ୍ଗ ଲେଜର୍ ଆଲୋକମାଳାର ସମ୍ଭାର ଯେତେବେଳେ ସବୁଜ ପଡ଼ିଆ ଉପରେ ପଡ଼ିବ ସେତେବେଳେ ଫୁଟ୍ବଲ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିହେବ। ୮୦ ହଜାରରୁ ଅଧିକ ଦର୍ଶକଙ୍କ ଗର୍ଜନ, ଜୟଗାନ, ରକମ ରକମ ବାଦ୍ୟର ତାଳ ଓ କୋଟି କୋଟି ପ୍ରାର୍ଥନାର ସ୍ୱରରେ କମ୍ପି ଉଠୁଥିବା ଷ୍ଟାଡିୟମ୍ରେ ବିଶ୍ବ ଫୁଟ୍ବଲ୍ର ଦୁଇ ମହାରଥୀ ବିଶ୍ବବିଜେତା ଆର୍ଜେଣ୍ଟିନା ଏବଂ ୟୁରୋପୀୟ ବିଜେତା ସ୍ପେନ୍ ପରସ୍ପରର ସାମନାରେ ଥିବେ। ବିଶ୍ବ ଫୁଟ୍ବଲ୍ର ମହାକୁମ୍ଭ ‘ଫିିଫା ବିଶ୍ବକପ୍ ୨୦୨୬’ର ବହୁ ପ୍ରତୀକ୍ଷିତ ମହାଲଢ଼େଇ ରବିବାର ବିଳମ୍ବିତ ରାତିରେ ଖେଳାଯିବାକୁ ଥିବାବେଳେ ଏହାକୁ ନେଇ ସାରା ବିଶ୍ବ ଯେମିତି ପୂରା ଉଲ୍ଲସିତ ଓ ଉତ୍ସବମୁଖର।
Weekly Horoscope 2026 July 19 to 25: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଆର୍ଜେଣ୍ଟିନା ବିଜେତା: ୩
ସ୍ପେନ୍ ବିଜେତା: ୧
ଆର୍ଜେଣ୍ଟିନା ଫାଇନାଲ୍ ଖେଳିଛି: ୬
ସ୍ପେନ୍ ଫାଇନାଲ୍ ଖେଳିଛି: ୧
ସମସ୍ତଙ୍କ ନଜର ଏବେ କେନ୍ଦ୍ରୀଭୂତ ହେଇଛି ସେହି ମେଟ୍ଲାଇଫ୍ ଷ୍ଟାଡିୟମ୍ ଉପରେ। ଗୋଟିଏ ଦଳ ଲାଟିନ୍ ଆମେରିକାର ଗର୍ବ ହୋଇଥିଲା ବେଳେ ଅନ୍ୟଟି ହେଉଛି ୟୁରୋପର ମଉଡ଼ମଣି। ଦୀର୍ଘ ୩୮ ଦିନର ସଂଘର୍ଷ, ୪୮ଟି ଦେଶ ମଧ୍ୟରେ ହୋଇଥିବା ତୁମୁଳ ସଂଗ୍ରାମ ଏବଂ ୧୦୩ଟି ମ୍ୟାଚ୍ ପରେ ଆର୍ଜେଣ୍ଟିନା ଓ ସ୍ପେନ୍ ଐତିହାସିକ ଫାଇନାଲ୍ ଟକ୍କର ଖେଳିବାକୁ ଯାଉଛନ୍ତି। ଗୋଟିଏ ପାର୍ଶ୍ବରେ ଲିଓନେଲ୍ ମେସିଙ୍କ ଶୃଙ୍ଖଳିତ ଓ ଅନୁଭବୀ ବାହିନୀ ଥିଲା ବେଳେ ଅନ୍ୟପଟେ ରହିଛନ୍ତି ଯୁବ ପ୍ରତିଭାଙ୍କ ବଳରେ ବଳିଆନ ସ୍ପେନ୍। ଶୃଙ୍ଖଳିତ ରଣନୀତି, ନିଖୁଣ ପାସିଂ ଓ ଆକ୍ରମଣାତ୍ମକ ଫୁଟ୍ବଲ୍ରେ ପ୍ରତିପକ୍ଷଙ୍କୁ ନିରବ କରିଆସୁଥିବା ଏହି ଦୁଇ ଦଳ ଏବେ ବିଶ୍ୱ ଫୁଟ୍ବଲ୍ର ସର୍ବୋଚ୍ଚ ସମ୍ମାନ ଜିତିବାଠାରୁ ଅଛନ୍ତି ମାତ୍ର ଗୋଟିଏ ପାଦ ଦୂରରେ। ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଏହି ମହାଲଢ଼େଇ ଆରମ୍ଭ ହୋଇଯିବ ଭାରତୀୟ ସମୟ ରାତି ୧୨ଟା ୩୦ରେ।
Health: ବିଦ୍ୟୁତ ବିଭ୍ରାଟ ଯୋଗୁ ମୋବାଇଲ ଲାଇଟ୍ରେ ଚାଲିଛି ରୋଗୀ ସେବା
ରେକର୍ଡ କିନ୍ତୁ ଆର୍ଜେଣ୍ଟିନା ଆଡ଼କୁ ଢଳି ରହିଛି। ଆର୍ଜେଣ୍ଟିନା ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ଥର ପାଇଁ ବିଶ୍ବବିଜେତା ହେବାକୁ ଲଢ଼ିବ। ପୂର୍ବରୁ ୧୯୭୮, ୧୯୮୬ ଓ ୨୦୨୨ରେ ଆର୍ଜେଣ୍ଟିନା ବିଜେତା ହୋଇସାରିଛି। ୨୦୧୦ରେ ପ୍ରଥମ ଥର ଫାଇନାଲ୍ ଖେଳି ବିଜେତା ହୋଇଥିବା ସ୍ପେନ୍ ୧୬ ବର୍ଷ ପରେ ଦ୍ବିତୀୟବାର ଏହି ସ୍ମରଣୀୟ ସଫଳତା ଦୋହରାଇବାକୁ ପଡ଼ିଆକୁ ଓହ୍ଲାଇବ। ବିଶ୍ବକପ୍ ଖେଳିବାର ଅଭିଜ୍ଞତା ଦୃଷ୍ଟିରୁ ଆର୍ଜେଣ୍ଟିନା (୭) ସ୍ପେନ୍ (୨)ଠାରୁ ଯଥେଷ୍ଟ ଆଗରେ ରହିବ। ଉଭୟ ଦଳ ବିଶ୍ବକପ୍ର କୌଣସି ମ୍ୟାଚ୍ରେ ୬୦ ବର୍ଷ ପରେ ଭେଟାଭେଟି ହେବାକୁ ଯାଉଥିବାରୁ ରବିବାରର ଫାଇନାଲ୍ ଆହୁରି ସ୍ବତନ୍ତ୍ର ଓ ମହତ୍ତ୍ବବହନ କରୁଛି। ଅବଶ୍ୟ ବିଶ୍ୱକପ୍ରେ ସ୍ପେନ୍ ଓ ଆର୍ଜେଣ୍ଟିନା କେବଳ ଥରେ ମୁହାଁମୁହିଁ ହୋଇଛନ୍ତି। ୧୯୬୬ ବିଶ୍ୱକପ୍ରେ ହୋଇଥିବା ସେହି ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୧ରେ ବିଜୟୀ ହୋଇଥିଲା। ଉଭୟ ଦଳ ମଧ୍ୟରେ ୧୩ଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଥିବା ବେଳେ ସ୍ପେନ୍ ୬ଟି ଓ ଆର୍ଜେଣ୍ଟିନା ୫ଟିରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ଡ୍ର’ ରହିଛି। ସେହି ଦୃଷ୍ଟିରୁ ଉଭୟଙ୍କ ବଳ ସମାନ ଥିଲା ଭଳି ମନେ ହେଉଛି। ଏଣୁ ରବିବାରର ଫାଇନାଲ୍ ଫାଇଟ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

4 hours ago
1


