Aquapreneur Conclave: ‘ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି’

19 hours ago 2
ARTICLE AD BOX

ବ୍ରହ୍ମପୁର: ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ରବିବାର ଦିନ ଉଦଯାପିତ ହୋଇଯାଇଛି। ଜୁଲାଇ  ୧୮ ତାରିଖରେ ଆରମ୍ଭ ଏହି ଜାତୀୟସ୍ତରର ସମ୍ମିଳନୀ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସଙ୍କ ତତ୍ୱାବଧାନରେ  କନକ୍ଲେଭ୍ ୨୦୨୬ ଅତି ସୁନ୍ଦର ଭାବରେ ସମାପନ ହୋଇଛି। 

ଉଦଯାପନୀ ଉତ୍ସବରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିବା ସହିତ ମାଛରେ ମୂଲ୍ୟଯୁକ୍ତ ଦ୍ରବ୍ୟର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ସହଭାଗିତା କରିଥିବା ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦକୁ ଡିନ୍ ପ୍ରଶଂସା କରିବା ସହିତ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଶିକ୍ଷାବିତ, ମତ୍ସ୍ୟ ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

WhatsApp Image 2026-07-19 at 17.31.08

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ କହିଥିଲେ ଏହି ଦୁଇ ଦିନିଆ ଆକ୍ୱାପ୍ରେନର୍ କନକ୍ଲେଭ୍‌ରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଭିନବ ଜ୍ଞାନ କୌଶଳ ନୂଆ ନୂଆ ମତ୍ସ୍ୟ ଉଦ୍ୟୋଗୀ ତଥା ମତ୍ସ୍ୟ ପ୍ରକ୍ରିୟାକରଣ ଓ ନୂତନ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇଛି। ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ଅଧିକରୁ ଅଧିକ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ପରାମର୍ଶ ଦେଇଥିଲେ। 

ସମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ (ସିଫା)ର ନିର୍ଦେଶକ ଡ଼. ପ୍ରମୋଦ କୁମାର ସାହୁ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଭିନବ ଜ୍ଞାନ କୌଶଳ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି କରିବାରେ ଖୁବ ଉପଯୋଗୀ ହୋଇପାରିବ। ପିଲାମାନଙ୍କର ଏହି ଅଭିନବ ଜ୍ଞାନ ଓ କୌଶଳ ଅତି ଚମତ୍କାର ଓ ଭବିଷ୍ୟତ ଖୁବ ଉଜ୍ୱଳ।

ଏହି ସମ୍ମିଳନୀରେ ମତ୍ସ୍ୟକ୍ଷେତ୍ର ସହିତ ଜଡିତ ଅନୁଷ୍ଠାନ ଗୁଡ଼ିକ ସେମାନଙ୍କର ଷ୍ଟଲ ପ୍ରଦର୍ଶିତ କରିଥିଲେ। ଅତିଥି ଅଧ୍ୟାପକ ଡ଼. ଅର୍ପିତ ଆଚାର୍ଯ୍ୟ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ଉପରେ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ପରିବେଷଣ କରିଥିଲେ। 

ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିବା ମତ୍ସ୍ୟ ମୂଲ୍ୟଯୁକ୍ତ ଦ୍ରବ୍ୟକୁ ବିଶେଷଜ୍ଞଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ତାମିଲନାଡୁର ଡ଼କ୍ଟର ଜେ. ଜୟଲଳିତା ମତ୍ସ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର  ଛାତ୍ର ଏସ. କବି ରେବଅନ୍ତ ଓ ତାଙ୍କ ସହଯୋଗୀ ଛାତ୍ରଛାତ୍ରୀଙ୍କୁ ୧୦୦୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିବାବେଳେ, ଦ୍ଵିତୀୟ ସ୍ଥାନରେ ଯୁଗ୍ମ ଭାବରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଈଲୁଣ୍ଡାର ଛାତ୍ର ଓମ ଅନୁଭବ ମହାନ୍ତି, ବିଭାଷ ରଞ୍ଜନ ଦାସ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ତନିଶା ମହନ୍ତ ଓ ବର୍ଷାରାଣୀ ସାହୁ ଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ତୃତୀୟ ସ୍ଥାନରେ ମଧ୍ୟ ଯୁଗ୍ମ ଭାବରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଈଲୁଣ୍ଡା ର ଛାତ୍ର ସଂଜୀବ ରଥ, ଦ୍ବିତିକୃଷ୍ଣ ଶଙ୍ଖୁଆ ଓ କାହ୍ନା ନାହାକ ଙ୍କ ସହିତ ଡ଼କ୍ଟର  ଏମ . ଜି . ଆର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ତାମିଲନାଡୁର ଛାତ୍ରୀ ଲା. ଅମାଗାବର୍ଷୀନି ଙ୍କ ସହ ଦର୍ଶିନୀ ଏମଙ୍କୁ ୨୫୦୦ ଟଙ୍କା ଲେଖାଏଁ ସହିତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

ଅସ୍ତିତ୍ୱ ହରାଉଛି ଅଂଶୁପା; କଶ୍ମୀରର ଡାଲ୍‌ ପରେ ଦେଶର ଦ୍ୱିତୀୟ ମଧୁରଜଳ ହ୍ରଦ

ଆସୋସିଏଟ ପ୍ରଫେସର ଡ଼. ଧରିତ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅତିଥି ଅଧ୍ୟାପିକା ଅଭିନନ୍ଦା ଜେନା ମଞ୍ଚ ପରିଚାଳନା କରିଥିଲେ। ଏହି  ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ଦେଶର ଅଧିକାଂଶ ରାଜ୍ୟରୁ ସହ ସହ ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଶିକ୍ଷାବିତ, ମତ୍ସ୍ୟ ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଯୋଗଦେଇ ମତ୍ସ୍ୟ ପ୍ରକ୍ରିୟାକରଣ ଏବଂ ନୂତନ ଷ୍ଟାର୍ଟଅପ୍ ତଥା ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ବ୍ୟାପକ ଆଲୋକପାତ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଅଭିନବ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଥିବା ମାଛର ମୂଲ୍ୟଯୁକ୍ତ ଦ୍ରବ୍ୟ ଗୁଡ଼ିକୁ ବିଶେଷଜ୍ଞଙ୍କ ସମୁଖରେ ଉପସ୍ଥାପନ କରିଥିଲେ। ନୂଆନୂଆ ମତ୍ସ୍ୟ ଉଦ୍ୟୋଗୀ ତଥା ମତ୍ସ୍ୟ ପ୍ରକ୍ରିୟାକରଣ ଓ ନୂତନ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ସହାୟକ ହୋଇପାରିବ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.