ARTICLE AD BOX
ଭୁବନେଶ୍ୱର: ସାତ ବର୍ଷରରିପୋର୍ଟକାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ । ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି । ସାଂସଦଙ୍କ ଦାବି ଅନୁସାରେ, ଏହି ସାତ ବର୍ଷରେ ୫୫ ପ୍ରକାରର କାର୍ଯ୍ୟକରାଯାଇଛି। ସଂସଦୀୟ କ୍ଷେତ୍ର ପାଇଁ ୮ଟି ମୁଖ୍ୟ କାର୍ଯ୍ୟକୁ ମଧ୍ୟ ସେ ପ୍ରମୁଖତା ଦେଇଛନ୍ତି ।
ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୦ଟି ଫୁଟ୍ ଓଭରବ୍ରିଜ୍, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍ ପାଇଁ ପ୍ରସ୍ତାବ ରହିଥିବା ସେ କହିଛନ୍ତି । ପଳାଶୁଣୀରେ ୭ ମିଟର ସର୍ଭିସ୍ ରୋଡ୍ ଏବଂ ପଳାଶୁଣୀରୁ ରସୁଲଗଡ଼ ମଧ୍ୟରେ ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ୍ ଓଭରବ୍ରିଜ୍ ଓ ସ୍କାଏୱାକ୍ ନିର୍ମାଣ ଯୋଜନା ଥିବା ସୂଚନା ଦେଇଛନ୍ତି ।
ସେହିପରି ୧୧୧ କିଲୋମିଟରର ୬ ଲେନ୍ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ଅପରାଜିତା । ଏହାଦ୍ୱାରା ୩ଟି ଜିଲ୍ଲା ଉପକୃତ ହେବା ନେଇ ସେ ଦାବି କରିଛନ୍ତି । କେବଳ ରାସ୍ତା ଓ ଟ୍ରାଫିକ୍ ନୁହେଁ, ଆଲୋକ ଏବଂ ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି । ୭,୫୦୦ ସୋଲାର ଲାଇଟ୍ ଏବଂ ୬୫୭ଟି ମନ୍ଦିର ଓ ମାର୍କେଟ୍ କମ୍ପ୍ଲେକ୍ସରେ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।
ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି
ପାଣ୍ଡରା ଛକରେ ୫୭ କୋଟି ଟଙ୍କା ବ୍ୟୟରେ ଆଧୁନିକ ହୋଲସେଲ୍ ଫିସ୍ ମାର୍କେଟ୍ ନିର୍ମାଣ ହେବ । ସେହିପରି ୬୩୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସାଂସଦ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ପ୍ରତି ବ୍ଲକରେ ଲାଇବ୍ରେରୀ କରିବା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ଉପରେ ଜୋର୍ ଦିଆଯିବ । ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କରାଯାଉଥିବା ସହ ୧୧୫ଟି ଜନ ଔଷଧି କେନ୍ଦ୍ର ବିଭିନ୍ନ ଅଞ୍ଚଳରେ ରହିଥିବା ସେ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା, ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଏନେଇ ସରକାର ସକାରାତ୍ମକ ଥିବା ଏବଂ ଆଗକୁ କାମ କରାଯିବ ବୋଲି ସରକାର କହିଥିବା ସେ ଦାବି କରିଛନ୍ତି । ଶେଷରେ, ନିଜ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।
Murder: ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା: ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ

1 hour ago
1


