Anu Choudhury: ୧୦ ବର୍ଷ ହେଲା ଏହି ଲୋକପ୍ରିୟ ନାୟକଙ୍କ ସହ ସ୍କ୍ରିନ୍ ସେଆର୍ କରିନାହାନ୍ତି ଅନୁ ଚୌଧୁରୀ

19 minutes ago 1
ARTICLE AD BOX

ଭୁବନେଶ୍ବର: ଓଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ଅନୁ ଚୌଧୁରୀ। ସେ ୧୯୯୮ରେ ମୁକ୍ତିଲାଭ କରିଥିବା ‘ମା’ ଗୋଜବାୟାଣୀ’ ସିନେମାରୁ ନାୟିକା ଭୂମିକାରେ ଅଭିନୟ କରିଆସୁଛନ୍ତି। ଆଉ ଆଜି ବି ତାଙ୍କୁ ନାୟିକା ଭୂମିକା ମିଳୁଛି। ଅନୁ ଚୌଧୁରୀ ଓଲିଉଡର ଅଧିକାଂଶ ନାୟକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ସୁନୀଲ କୁମାର, ଆକାଶ ଓ ଦୁଷ୍ମନ୍ତ ପ୍ରମୁଖଙ୍କ କଥା କୁହାଯାଇପାରେ। ତେବେ ଓଲିଉଡର ଆଉ ଜଣେ ଟପ୍ ନାୟକଙ୍କ ସହ ବି ସ୍କ୍ରିନ୍ ସେଆର୍ କରିଛନ୍ତି। କିନ୍ତୁ ଅବଶ୍ୟ ଏଥିରେ ଉକ୍ତ ନାୟକଙ୍କ ନାୟିକା ଭୂମିକାରେ ଅଭିନୟ କରି ନଥିଲେ। ଏହି ଲୋକପ୍ରିୟ ନାୟକଜଣକ ହେଲେ ବାବୁସାନ୍।

Untitledsweet heart odia movie Photograph: (sambad.in)

ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅନୁଭା

ଯେଉଁ ସିନେମାରେ ଉଭୟ ବଡ଼ କଳାକାରଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ, ତାହା ହେଲା ‘ସୁଇଟ୍ ହାର୍ଟ’। ଏହା ୨୦୧୬ରେ ମୁକ୍ତିଲାଭ କରିଥିଲା। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅନୁଭା। ହେଲେ ଅନୁଭା ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖା ଦେଇଥିଲେ। ‘ସୁଇଟ୍ ହାର୍ଟ’ର ପ୍ରଯୋଜନା କରିଥିଲେ ନୀଳକଣ୍ଠ ଦାଶ। ଏଥିରେ ବାବୁସାନ୍, ଅନୁ ଚୌଧୁରୀ ଓ ଅନୁଭାଙ୍କ ବ୍ୟତୀତ ସମରେଶଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ତେବେ ‘ସୁଇଟ୍ ହାର୍ଟ’କୁ ଆଶାନୁରୂପ ସଫଳତା ମିଳିନଥିଲା। ଏହାପରେ ଉଭୟ ଅନୁ ଓ ବାବୁସାନ୍ ଅଲଗା ଅଲଗା ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି, ହେଲେ ୧୦ ବର୍ଷ ହେଲା ଅନୁ ଓ ବାବୁସାନ୍ ଅନ୍ୟ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି।

Shooting: ଫୁଲବାଣୀରେ ଫକୀରମୋହନ ସେନାପତିଙ୍କ ଚର୍ଚ୍ଚିତ ଗଳ୍ପର କାହାଣୀ ଆଧାରିତ ‘ଡାକମୁନ୍‌ସୀ’ ଫିଲ୍ମର ଟିମ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.